ଓଡିଶା DRDO ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଓଡିଶାରେ ସରକାରୀ ଚାକିରି କରିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(DRDO)ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆପରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। DRDO ଏକାଧିକ ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଏସବୁ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟ୍‌ rac.gov.inକୁ ଯାଇ ପଞ୍ଜିକରଣ କରିପାରିବେ। ୧୧୦ଟି ପଦବୀରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ରହିଛି।ଆସନ୍ତୁ ଜାଣିବା ଏହି ଚାକିରି ବିଷୟରେ…

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି।

ପଦ ନାମ: ଆପରଣ୍ଟିସ

ପଦ ସଂଖ୍ୟା: ୧୧୦

ଗ୍ରାଜୁଏଟ ଆପରଣ୍ଟିସ: ୫୦

ଟେକ୍ନିସିଆନ: ୩୦

ଟ୍ରେଡ ଆପରଣ୍ଟିସ: ୩୦

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଖରେ ଡିପ୍ଲୋମା, ଆଇଟିଆଇ, B.com୍‌, BE/B.Tech କରିଥିବା ଜରୁରୀ।

ବୟସ ସୀମା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

ଆବେଦନ ପ୍ରକ୍ରିୟା: ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ DRDO ର ଅଫିସିଆଲ େଓ୍ଵବସାଇଟ rac.gov.in କୁ ଯାଇ େଓ୍ଵବସାଇଟର ହୋମ ପେଜରେ ରିକ୍ରୁଟମେଣ୍ଟ ଅପସନରେ କ୍ଲିକ କରନ୍ତୁ। ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଆପ୍ଲିକେସନ ଫର୍ମ ଭରନ୍ତୁ। ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ ଫର୍ମର ପ୍ରିଣ୍ଟଆଉଟ୍‌ ରଖନ୍ତୁ।

ଚୟନ ପ୍ରକ୍ରିୟା: ଏଥିରେ ଯେଉଁ ପ୍ରାର୍ଥୀ ଚୟନ ହେବେ, ପ୍ରଥମେ ସେ ବର୍ଷେ ପାଇଁ ଚୁକ୍ତିଭିତ୍ତିକ ଭାବେ ଚାନ୍ଦିପୁର (ଓଡିଶା)ରେ ନିଯୁକ୍ତି ପାଇବେ। ପ୍ରାର୍ଥୀଙ୍କ ଚୟନ ଆବଶ୍ୟକତା ଯୋଗ୍ୟତା ସ୍ତରରେ କରାଯିବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଭିଡିଓ କନଫରେନ୍ସି ମୋଡରେ ବ୍ୟକ୍ତିଗତ ସାକ୍ଷାତ ମାଧ୍ୟମରେ ନିଯୁକ୍ତି କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.drdo.gov.in/sites/default/files/career-vacancy-documents/AppAdvtITRchandipur19102021.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.