କର୍ପୋରେଟ ଟ୍ୟାକ୍ସ କମିବା ପରେ ସେୟାର ବଜାରରେ ଉତ୍ସାହ, ସେନ୍‌ସେକ୍‌ସ ୨ହଜାର ପଏଣ୍ଟ ଓ ନିଫ୍‌ଟି ୫ଶହ ପଏଣ୍ଟ ବୃଦ୍ଧି

ଜିଏସଟି କାଉନସିଲ ବୈଠକ ପୂୂର୍ବରୁ କମିଲା କର୍ପୋରେଟ ଟ୍ୟାକ୍ସ। ଏହାକୁ ନେଇ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ସେନ୍‌ସେକ୍‌ସ ୨୦୦୦ ପଏଣ୍ଟ ବୃଦ୍ଧି ହେବା ସହ ନିଫ୍‌ଟି ମଧ୍ୟ ୫ଶହ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକମାନେ ଗୋଟିଏ ଦିନରେ ୫ଲକ୍ଷ କୋଟିରୁ ଅଧିକ ଟଙ୍କା ଲାଭବାନ ହୋଇଛନ୍ତି। ଦିନ ସାଢେ ୨ଟା ସୁଦ୍ଧା ସେନସେକ୍‌ସରେ ୨୨ଶହ ପଏଣ୍ଟ ବୃଦ୍ଧି ପାଇ ୩୮ହଜାର ୨୫୦ସ୍ତରକୁ ଅତିକ୍ରମ କରିଥିଲା। ସେହିପରି ନିଫ୍‌ଟି ୬ଶହ ପଏଣ୍ଟ ସହ ୧୧ହଜାର ୩ଶହ ପଏଣ୍ଟ ଅତିକ୍ରମ କରିଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ପରେ ମାର୍କେଟ କ୍ୟାପିଟାଲାଇଜେସନ ୧୪୩.୪୫ଲକ୍ଷ କୋଟିରେ ପହଞ୍ଚିଥିଲା। ଗତକାଲି ଏହା ୧୩୮.୫୪ ଲକ୍ଷ କୋଟି ରହିଥିଲା। ଏହାସହ ଗତ ୧୦ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ କାରବାର ବୋଲି କୁହାଯାଇଛି।