ଜୁନ ମାସରେ ସ୍କର୍ପିଓ ଏସୟୁଭିର ନୂଆ ମଡେଲ ଉପରୁ ଉଠିପାରେ ପର୍ଦ୍ଦା, ରହିଛି ମଲ୍ଟିପଲ ସିଟିଙ୍ଗ୍‌ ଆରେଞ୍ଜମେଣ୍ଟସ୍‌

ମହିନ୍ଦ୍ରା ଭାରତରେ ଚଳିତ ବର୍ଷ ନିଜର ଦମଦାର ସ୍କର୍ପିଓ ଏସୟୁଭିର ନ୍ୟୁ ଜେନେରେସନ ମଡେଲକୁ ଲଞ୍ଜ୍‌ କରିବା ପାଇଁ ପ୍ରସ୍ତୁତି କରୁଛି। ଖାସ୍‌ କଥା ହେଉଛି ମହିନ୍ଦ୍ରାର ନ୍ୟୁ ଜେନେରେସନ୍‌ ମଡେଲ ଏହି କାରର ବର୍ତ୍ତମାନର ମଡେଲ ସହିତ ବିକ୍ରି ହେବା ପାଇଁ ଉପଲବ୍ଧ ରହିବ। ସ୍କର୍ପିଓର ବର୍ତ୍ତମାନର ମଡେଲକୁ ବି କମ୍ପାନୀ ଏକ ଅପଡେଟ୍‌ ଦେବ। ଭାରତରେ ଏହି ନୂଆ ମହିନ୍ଦ୍ରାର ନୂଆ ସ୍କୋର୍ପିଓକୁ ବହୁତ ଥର ଟେଷ୍ଟିଙ୍ଗ ସମୟରେ ସ୍ପଟ୍‌ କରାଯାଇସାରିଛି। ଆଉ ଏବେ ଏହାର ସେଟିଙ୍ଗ କନଫିଗ୍ରେସନକୁ ନେଇ ଏକ ଲାଟେଷ୍ଟ ଖବର ମିଳିଛି।

ମହିନ୍ଦ୍ରା ସ୍କର୍ପିଓ ୨୦୨୨ରେ ମଲ୍ଟିପଲ ସେଟିଙ୍ଗ ଆରେଜମେଣ୍ଟସ ଦିଆଯାଇଛି। ଅର୍ଥାତ୍‌ ଏହି ନୂଆ କାର ୬ ଏବଂ ୭ ସିଟିଙ୍ଗ ଲେଆଉଟରେ ଲଞ୍ଚ୍‌ କରାଯିବ। ଯେଉଁଠି ଏହାର ୬ ସିଟର ଭର୍ସନରେ ସେକେଣ୍ଡ ରୋରେ କ୍ୟପଟେନ୍‌ ସିଟ୍ସ ଦିଆଯିବ। ସେହିପରି ୭ ସିଟର ମଡେଲରେ ସେକେଣ୍ଡ ରୋ ର ବେଞ୍ଚ୍‌ ଟାଇପ୍‌ ସିଟ୍ସ ମିଳିବ।

ମହିନ୍ଦ୍ରା ସ୍କୋର୍ପିଓ ବର୍ତ୍ତମାନର ମଡେଲ ମଧ୍ୟ କ୍ୟାପଟେନ ସିଟ୍ସ ସହିତ ମଲ୍ଟିପଲ ସେଟିଙ୍ଗ ଲେଆଉଟ ଦିଆଯିବ। ଏବେ ଏହି କାରରେ ୭ ସିଟ୍ସ ସହିତ ସାଇଡ୍‌ ଫେସିଙ୍ଗ ସିଟ୍ସ, ୮ ଫ୍ରଣ୍ଟ ଫେସିଙ୍ଗ ସିଟ୍ସ ଏବଂ ସାଇଡ୍‌ ଫେସିଙ୍ଗ ସହିତ ୯ ସିଟସ୍‌ ଲେଆଉଟ୍‌ ଦିଆଯାଇଛି। କିନ୍ତୁ ନୂଆ ମେଡଲକୁ କେବଳ ଦୁଇ ପ୍ରକାର କନଫିଗ୍ରେସନ ସହିତ ଲଞ୍ଚ୍‌ କରାଯାଇପାରେ।

କୁହାଯାଉଛି ଯେ ଜୁନରେ ମହିନ୍ଦ୍ରା ସ୍କର୍ପିଓର ନ୍ୟୁ ଜେନେରେସନ ମଡେଲ ଉପରୁ ପରଦା ଉଠିପାରେ। ଜୁନରେ ହିଁ ଏହି କାରର ୨୦ତମ ଆନଭର୍ସରୀ ପଡୁଛି। ତେଣୁ ଆଶା କରାଯାଉଛି ବୋଧହୁଏ ମହିନ୍ଦ୍ରା ପାଖରେ ଥିବା ଇଣ୍ଡିଆର ଏହି ପପୁଲାର ଏସୟୁଭିର ନୂଆ ମଡେଲ ଉପରୁ ପରଦା ଉଠାଇବାର ଏହାଠାରୁ ଭଲ ମଉକା ଆଉ କିଛି ହୋଇନପାରେ।ଏହି ସମୟରେ କମ୍ପାନୀର ଦୁଇଟି ସବୁଠାରୁ ପପୁଲାର କାର ମହିନ୍ଦ୍ରା ଥର ଏବଂ ଏକ୍ସୟୁଭି ୭୦୦ ଉପରେ ବର୍ଷେ ପର୍ଯ୍ୟନ୍ତର ଲମ୍ବା େଓ୍ଵଟିଙ୍ଗ୍‌ ପିରିୟଡ୍‌ ଦିଆଯାଉଛି।

ନୂଆ ମହିନ୍ଦ୍ରା ସ୍କର୍ପିଓରେ ଏଥର ବହୁତ ସାନଦାର ଫିଚର୍ସ ମଧ୍ୟ ଦିଆଯାଇଛି। ଏହି ମହିନ୍ଦ୍ରା ଏସୟୁଭିରେ ୩୬୦ ଡିଗ୍ରୀ କ୍ୟାମେରା, ଡୁଆଲ ଜୋନ୍‌ କ୍ଲାଇମେଟ କଣ୍ଟ୍ରୋଲ, ପୁଶ-ବଟନ ଷ୍ଟାର୍ଟ, ସ୍ମାଟଫୋନ କନେକ୍ଟିଭିଟୀ ସହିତ ୯ ଇଞ୍ଚ ଟଚସ୍କ୍ରୀନ ଇନଫୋଟେନମେଣ୍ଟ ସିଷ୍ଟମ, ଏଲଇଡି ଲାଇଟିଙ୍ଗ ସିଷ୍ଟମ, ସିକୁଏନସିଆଲ ଟର୍ନ ଇଣ୍ଡିକେଟର୍ସ ଏବଂ ଏକ ଇଲେକଟ୍ରିକ ସନରୁଫ ଭଳି ଫିଚର୍ସ ନଜର ଆସିବ। ଏହାସହିତ ଏଥିରେ ୬ ଏୟାରବ୍ୟାଗସ, ଟେରେନ୍‌ ମୋଡ୍ସ ଏବଂ କନେକଟେଡ କାର ଟେକ୍ନୋଲୋଜି ଫିଚର ମଧ୍ୟ ଦିଆଯିବ।

୨୦୨୨ ମହିନ୍ଦ୍ରା ସ୍କର୍ପିଓରେ ଦୁଇ ପ୍ରକାର ଇଞ୍ଜିନ ଅପ୍ସନସ୍‌ : ୨.୦ ଲିଟର ଟର୍ବୋ ପେଟ୍ରୋଲ ଏବଂ ୨/୨ ଲିଟର ଟର୍ବୋ ଡିଜେଲ ଇଞ୍ଜିନର ଚଏସ୍‌ ଦିଆଯାଇପାରେ। ଏଥିରେ ଦିଆଯାଉଥିବା ଡିଜେଲ ଇଞ୍ଜିନକୁ ଦୁଇ ପ୍ରକାର ପାଓ୍ଵାର ଟ୍ୟୁନିଙ୍ଗ ସହିତ ଲଞ୍ଚ୍‌ କରାଯାଇପାରେ। ଲୋୟର ବେରିୟଣ୍ଟସରେ ଏହି ଇଞ୍ଜିନ 130bhp/300Nm ର ଆଉଟପୁଟ ସହ ଆସିପାରେ। ସେହିଭଳି ଟପ୍‌ ଭେରିୟଣ୍ଟସରେ ଏହା 155bhp/360Nm ଆଉଟପୁଟ ସହିତ ଆସିପାରେ ବୋଲି ଅନୁମାନ କରାଯାଉଛି। ଏହାସହିତ ଏହି କାରରେ ୬ ସ୍ପୀଡ ମାନୁଆଲ ଏବଂ ୬ ସ୍ପୀଡ ଟର୍କ କନଭର୍ଟର ଅଟୋମେଟିକ ଟ୍ରାନ୍ସମିସନର ଚଏସ ଦିଆଯାଇପାରେ। ସ୍କର୍ପିଓ ୨୦୨୨ର ଟପ୍‌ ମଡେଲରେ ଟେରେନ ଏବଂ ମଲ୍ଟିପଲ ଡ୍ରାଇଭ ମୋଡସ୍‌ ସହିତ 4×4 ସିଷ୍ଟମ ମଧ୍ୟ ଦିଆଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.