ଏହି ୪ଟି ରାଶି ଉପରେ ପଡ଼ିବ କାଳସର୍ପର ଭୟଙ୍କର ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଜ୍ୟୋତିଷ ଶାସ୍ତ୍ର ମୁତାବିକ ୨୦୨୨ ମସିହା ମାନେ ଚଳିତ ବର୍ଷ ଅପ୍ରେଲ ମାସରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଗ୍ରହମାନଙ୍କ ମଧ୍ୟରେ ରହିଛି। ଏଥର ଗ୍ରହ ମାନେ ଲମ୍ବା ସମୟ ପରେ ନିଜ ରାଶି ପରିବର୍ତ୍ତନ କରିବେ। ଅପ୍ରେଲ ମାସରେ ଗୁରୁ, ଶନି ସହ ରାହୁ ଓ କେତୁ ନିଜ ରାଶି ପରିବର୍ତ୍ତନ କରୁଛନ୍ତି। ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଗୋଚର ପ୍ରକାରେ ବା ବକ୍ରି ଭାବେ ଗତି କରିବେ। ଏଥର କାଳ ସର୍ପ ଯୋଗ ମଧ୍ୟ ରହିଛି। ତେବେ ଏହା କ’ଣ ଓ ଏହା ପ୍ରଭାବରେ କଣ ସବୁ ଘଟିବ, ତାହା ସମ୍ପର୍କରେ ଆଜି ଆମେ କହିବୁ । ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

7

କାଳସର୍ପ ଦୋଷ ହେଉଛି ଯେତେବେଳେ କୁଣ୍ଡଳୀରେ ରାହୁ କିମ୍ବା କେତୁ ସହ ସବୁ ଗ୍ରହ ଏକାଠି ରହିଥିବେ। ତେବେ ଗତ ଡିସେମ୍ବର ୩୧ ୨୦୨୧ ସକାଳ ୫ ଟା ସମୟରୁ କାଳସର୍ପ ଯୋଗ ଆରମ୍ଭ ହୋଇଛି। ଯାହା କି ଚଳିତ ବର୍ଷ ୨୦୨୨ ପର୍ଯ୍ୟନ୍ତ ରହିବ। ତେବେ କାଳସର୍ପ ଦୋଷ ଚନ୍ଦ୍ରମାଙ୍କ ପ୍ରଭାବରେ ଖଣ୍ଡିତ ହୋଇଥାଏ। ମାନେ ଯେବେ ବି ଚନ୍ଦ୍ରମା ରାହୁଙ୍କ ଆଗରୁ ଯିବେ ସେତେବେଳେ କାଳସର୍ପ ଯୋଗ ଖଣ୍ଡିତ ହେବ।

ଏହି ସମୟରେ ଏହାର ଖରାପ ପ୍ରଭାବ କମିଯାଏ। ଗତ ୧୩ ଜାନୁଆରୀରେ ଏହି ଯୋଗ ଖଣ୍ଡିତ ହୋଇଥିଲା। ଏହା ପାଖାପାଖି ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ଖଣ୍ଡିତ ହୋଇଥିଲା। ପରେ ୨୭ ଜାନୁଆରୀରେ ଆରମ୍ଭ ହୋଇଥିଲା। ଯାହା ଏବେ ୨୪ ଅପ୍ରେଲ ୨୦୨୨ ପର୍ଯ୍ୟନ୍ତ ରହିବ। ଏହାପରେ ସମ୍ପୂର୍ଣ୍ଣ ରୂପେ ଏହା ଖଣ୍ଡିତ ହୋଇଯିବ। ଏହି ସମୟରେ ୪ଟି ରାଶିର କାଳସର୍ପ ଯୋଗ ହେବ। ତେଣୁ ଏମାନେ ୨୪ ଅପ୍ରେଲ ପର୍ଯ୍ୟନ୍ତ ସତର୍କ ରହିବା ଜରୁରୀ।

କର୍କଟ:
ଏହି ରାଶିର ଲୋକଙ୍କ ପାଇଁ ଖରାପ ସମୟ ଆସିପାରେ। ଘଟଣା- ଦୁର୍ଘଟଣାରୁ ସାବଧାନ ରୁହନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖାଦ୍ୟ ପେୟ ଠିକ ସମୟରେ କରନ୍ତୁ। କାଳିକା ମାତାଙ୍କ ପୂଜା କରନ୍ତୁ ।

କନ୍ୟା:
ଏମାନଙ୍କ ପାଇଁ ଏହି ଯୋଗ ବିଷ ସଦୃଶ ହୋଇଥାଏ। କିନ୍ତୁ ଯଦି ଆପଣ ନିଶା ଦ୍ରବ୍ୟ ଖାଉନାହାନ୍ତି ତେବେ ଭୟ କରିବାର ଆବଶ୍ୟକତା ନାହିଁ। ଆପଣ ଖାଦ୍ୟକୁ ନେଇ ସତର୍କ ରୁହନ୍ତୁ। କେବଳ ନିଜ କାମରେ ହିଁ ଫୋକସ ରଖନ୍ତୁ।

_horoscope_socia

ବିଛା:
ଏହି ସ୍ଥିତିରେ ଆପଣଙ୍କ ମନ ବିଚଳିତ ରହିବ। ଡିପ୍ରେସନ ଭଳି ସମସ୍ୟା ଆସିପାରେ। ମାନସିକ ରୂପେ ମଜବୁତ ରହିବା ପାଇଁ ଧାର୍ମିକ କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶା ପଢ଼ନ୍ତୁ।

ମୀନ:
ଏମାନେ ସତର୍କ ରହିବା ଆବଶ୍ୟକ। ଏମାନଙ୍କ ସହ ଘଟଣା ଦୁର୍ଘଟଣା ହୋଇପାରେ। ଏମାନେ ମଥାରେ କେସର ତିଳକ ଲଗାନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ବି.ଦ୍ର: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାମାନ୍ୟ ମାନ୍ୟତା ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.