Below header

ଆଇପିଏଲ୍‌ ନିଲାମ ପରେ ହାଇଦ୍ରାବାଦ ଟିମରେ ବିବାଦ, ନାରାଜ ହୋଇ ସହାୟକ କୋଚ ପଦ ଛାଡିଲେ ସାଇମନ କାଟିଚ୍‌

ଆଇପିଏଲ୍‌ ୨୦୨୨ ପାଇଁ ମେଗା ଅକ୍ସନ ହୋଇସାରିଛି। ଆଉ ଆଇପିଏଲ ଆରମ୍ଭ ହେବାକୁ ମାତ୍ର ୫ ସପ୍ତାହ ବାକି ରହିଛି । ଏହାମଧ୍ୟରେ ସନରାଇଜର୍ସ ଟିମରେ ବିବାଦ ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ସହାୟକ କୋଚ୍ ପଦରୁ ସାଇମନ କାଟିଚ୍ ଇସ୍ତଫା ପ୍ରଦାନ କରିଛନ୍ତି । ନିକଟରେ ସେ ଦଳର ସହାୟକ କୋଚ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ନିଲାମୀରେ ଦଳ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିନଥିବା ସେ ଅଭିଯୋଗ କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାଇଦ୍ରାବାଦ ଟିମରେ ୨୦ ଖେଳାଳିଙ୍କୁ ସାମିଲ କରିଛି । କୋଚ କାଟିଚ ଦଳର ନିଲାମୀକୁ ନେଇ ଖୁସି ନଥିଲେ । କାରଣ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଦଳ ଖେଳାଳି କିଣି ନଥିଲା । ପୂର୍ବରୁ ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ଦଳ ଅଧିନାୟକ ପଦରୁ ହଟାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହାପରେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ବାହାର କରିଦେଇଥିଲା ।

ପୂର୍ବ ସିଜିନଠୁ ଆରମ୍ଭ କରି ଏବେଯାଏଁ ଟ୍ରାବର୍ ବୋଲିସ୍ ଓ ବ୍ରାଡ୍ ହାଡିନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ଏବେ ଟମ୍ ମୁଡି ଦଳର କୋଚ୍ ପଦ ସମ୍ଭାଳିବେ । ଏହାସହ କେନ୍ ଓ୍ୱିଲମସନଙ୍କୁ ନେତୃତ୍ୱ ଭାର ମିଳିଛି । ସପୋର୍ଟ ଷ୍ଟାଫ୍ ଭାବେ ବ୍ରାଏନ ଲାରାଙ୍କୁ ମଧ୍ୟ ଦଳରେ ସାମିଲ କରିଛି ହାଇଦ୍ରାବାଦ।

ହାଇଦ୍ରାବାଦ ଗତ ସିଜିନରେ ଦଳ ୧୪ରୁ ମାତ୍ର ୩ଟି ମ୍ୟାଚ୍ ଜିତିଥିଲା । ଦଳ ପଏଣ୍ଟ ତାଲିକାରେ ୮ ନମ୍ବର ସ୍ଥାନରେ ଥିଲା । ଦଳ ଏହି ସିଜିନ ପାଇଁ କେନ୍ ଓ୍ୱିଲମସନ୍, ଅବଦୁଲ ସମଦ ଓ ଉମରନ ମଲିକଙ୍କୁ ରିଟେନ୍ କରିଥିଲା । ଏହାସହ ମେଗା ଅକ୍ସନରେ ଆର୍ଡନ୍ ମାର୍କରମ୍, ନିକୋଲସ ପୁରନ, ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳିଙ୍କୁ କିଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.