ସିଙ୍ଗଲ ଚାର୍ଜରେ ଯାତ୍ରା କରିବ ୫୦୦ କିମି, ୭ ମାର୍ଚ୍ଚରେ ଲଞ୍ଚ୍ ହେବ MG ZS EV 2022

ଏମଜି ମୋଟର (MG Motor)ର ଅପକମିଙ୍ଗ ଅଲ-ଇଲେକଟ୍ରିକ କାର MG ZS EV 2022 ଭାରତରେ ୭ ମାର୍ଚ୍ଚରେ ଲଞ୍ଚ୍ ହେବ। ନୂଆ କାର ଏହାର ବର୍ତ୍ତମାନର ଇଲେକଟ୍ରିକ କାର ଏମଜି ଇଲେକଟ୍ରିକ କାର MG ZS EVର ଫେସଲିଫ୍ଟ ଭର୍ସନ। ଫେସଲିଫ୍ଟ MG ZS EVରେ ବର୍ତ୍ତମାନର ମଡେଲ ତୁଳନାରେ ଲମ୍ବା ଯାତ୍ରା ପାଇଁ ବହୁତ ବଢ଼ିଆ ଅପ୍ସନ ହେବ। କାହିଁକିନା ଏଥିରେ ବହୁତ ଭଲ ବ୍ୟାଟେରୀ ପ୍ୟାକ ମିଳିବାର ସମ୍ଭାବନା ରହିଛି। ଏହି କାରର କେବିନ ଭିତରେ ମୋବାଇଲ ଡିଭାଇସ ପାଇଁ ଓ୍ଵାୟରଲେସ ଚାର୍ଜିଙ୍ଗ ସୁବିଧା ରହିବାର ମଧ୍ୟ ଅନୁମାନ କରାଯାଉଛି। MG ZS EV ର ଲଞ୍ଚକୁ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି ଲୋକେ। ପ୍ରଥମେ ଫେବୃୟାର ୨୦୨୨ରେ ଲଞ୍ଚ୍ ହେବାର ଖବର ସାମ୍ନାକୁ ଆସୁଥିଲା। ନୂଆ MG ZS EVରେ ଅନେକ ନୂଆ ଫିଚର୍ସ ମିଳିବ। ଏହାସହିତ ଏହି ଅପଡେଟେଡ ସେଫଟି ସୁବିଧାରେ ମଧ୍ୟ ଲେସ୍ ରହିବ। ଯେଉଁଥିରେ ଭଲ ସେନସର, ଆଖପାଖର ଭିଜିବିଲିଟି ବଢ଼ାଇବା ପାଇଁ କ୍ୟାମେରା ସାମିଲ ରହିଛି। ଏହାବ୍ୟତୀତ କୁହାଯାଉଛି କି ଫେସଲିଫ୍ଟ ZS EV 50kWh ବ୍ୟାଟେରୀ ଏବଂ ୫୦୦ କିଲୋମିଟର ରେଞ୍ଜ ସହିତ ସେପ ରହିବ।
ନୂଆ MG ZS EV ଗ୍ଲୋବାଲ ଭର୍ସନର ସମାନ ଆସିପାରେ, ଯେଉଁଥିରେ ଫ୍ରଣ୍ଟ-କଭର ଗ୍ରିଲ ଏବଂ ଏକ ଚାର୍ଜିଙ୍ଗ ସକେଟ ରହିବ ଯାହା ବତ୍ତର୍ମାନ ଏମଜି ଲୋଗୋର ବାମ ଆଡକୁ ଦେଖାଯାଉଛି। ସନରୁଫ୍ ଏବଂ ନୂଆ ୧୭ ଇଞ୍ଚର ରିଫ୍ରେସ ଡିଜାଇନ ଅଲୟ ହ୍ଵିଲ୍ସ ଭଳି ଫିଚର୍ସ ସାମିଲ ରହିଛି। ନୂଆ ZS EV ଏକ ଅପଡେଟେଡ ଫ୍ରଣ୍ଟ ଫେସିୟା, LED ହେଡଲ୍ୟାମ୍ପସ, DRLs, ଏକ ନୂଆ ବମ୍ପର ଏବଂ ନୂଆ ଟେଲ ଲାଇଟ ଡିଜାଇନ ସହିତ ଆସିବ।
MG ZS EV ର ସ୍ପେିସିଫିକେସନ
MG Motor ବିଲକୁଲ ନୂଆ ZS EV 2022 10.1 ଇଞ୍ଚ୍ HD ଟଚସ୍କ୍ରୀନ ଇନଫୋଟେନମେଣ୍ଟ ସିଷ୍ଟମ, Android ଏବଂ Apple CarPlay କନେକ୍ଟିଭିଟୀ ସହ ଲେସ୍ ରହିବ। ZS EV ସହିତ ଏମଜି ନିଜର ଗ୍ରାହକଙ୍କ ପାଇଁ ୫ ଚାର୍ଜିଙ୍ଗ ଇକୋସିଷ୍ଟମ ପାଇଁ କାମ କରୁଛି। ଯେଉଁଥିରେ ଅଫିସରେ ଫ୍ରି-ଅଫ-କସଟ୍ ଏସି ଫାଷ୍ଟ-ଚାର୍ଜର, ପୋର୍ଟେବଲ ଇ-କାର ଚାର୍ଜିଙ୍ଗ କେବଲ, ଡିଲରସିପରେ ଡିସି ସୁପର ଫାଷ୍ଟ ଚାର୍ଜିଙ୍ଗ ଷ୍ଟେସନ, 24×7 ଚାର୍ଜ-ଅନ ସୁବିଧା ୫ ସହରରେ ଏବଂ ସାଟେଲାଇଟ ସହରରେ ଏବଂ ଟୁରିଷ୍ଟ ହବ୍ ରେ ଚାର୍ଜିଙ୍ଗ ଷ୍ଟେସନ୍ ରହିବ।
ନୂଆ ZS EVରେ ରିୟର ପାସେଞ୍ଜର୍ସରେ ଆଡିସନାଲ କମଫର୍ଟ ପାଇଁ ଏୟାର କଣ୍ଡିସନିଙ୍ଗ ଭେଣ୍ଟ ମଧ୍ୟ ରହିବ। MG Motor ର ZS EV କୁ ୨୦୨୦ରେ ଲଞ୍ଚ୍ କରାଯାଇଛି ଏବଂ 4,000 ZS EV ର ବିକ୍ରି ହୋଇଛି। MG ଏହି ସେଗମେଣ୍ଟରେ ୨୭% ମାର୍କେଟ ସେୟାର ନେଇ ଭାରତରେ ଦ୍ୱିତୀୟ ସବୁଠାରୁ ବଡ ଇଲେକଟ୍ରିକ ଭେଇକିଲ ନିର୍ମାତା ହେବା ପାଇଁ ପ୍ରସ୍ତୁତି ଚଳାଇଛି।
ଏହାସହ ପଢ଼ନ୍ତୁ : ୪ ରୁ ୭ ଲକ୍ଷ ଟଙ୍କା ଭିତରେ ମିଳୁଥିବା ସିଏନଜି କାର ଲିଷ୍ଟ, ଯାହା ଦେବ ଆପଣଙ୍କୁ ସାନଦାର ଫିଲିଙ୍ଗ୍