ଆଜିର ସବୁଠୁ ବଢିଆ ଖବର : ସୋମବାର ଠାରୁ ଆରମ୍ଭ ହେଉଛି ବିମାନ ଚଳାଚଳ, ଏଇଠି ଜାଣନ୍ତୁ କେମିତି କରିବେ ବୁକିଙ୍ଗ

ଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାର ଅର୍ଥାତ ୧୮ ମେ ଠାରୁ ବିମାନ ଚଳାଚଳ ଆରମ୍ଭ ହେଉଛି। ଲକଡାଉନ କାରଣରୁ ଅନେକ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି। ଆଉ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଆସ୍ୱସ୍ତିକର ଖବର। ସେହିପରି ଅନେକ ଥର ଫ୍ଲାଇଟ ଆରମ୍ଭକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଏଥିପାଇଁ ବିଶ୍ୱାସ ହୋଇପାରୁନଥିଲା କାରଣ ଅଧିକାଂଶ ଟ୍ରାଭେଲ ବୁକିଙ୍ଗ ସାଇଟରେ ଏବେ ବି ୧ ଜୁନ ପୂର୍ବରୁ ଟିକେଟ ଦେଖଉନାହିଁ। କିନ୍ତୁ ଏବେ ଚିନ୍ତାର କୌଣସି କାରଣ ନାହିଁ। କାହିଁକିନା ଆମେ ଆପଣଙ୍କୁ କେବଳ ଫ୍ଲାଇଟର ସୂଚନା ଦେବୁନାହିଁ ବରଂ ଏହା ମଧ୍ୟ ଜଣାଇବୁ ଯେ କିପରି ବୁକିଙ୍ଗ କରିବେ ଆଉ କେଉଁଠି କରିବେ।

୧୮ ମେ ଠାରୁ Air India ଚଲାଇବ ଫ୍ଲାଇଟ

ଗତ କିଛି ଦିନ ହେବ ଏହା ଆଲୋଚନା କରାଯାଉଛି ଯେ ୧୮ ମେ ଠାରୁ ଏୟାରପୋର୍ଟ ଖୋଲି ଦିଆଯିବ ଏବଂ ଫ୍ଲାଇଟ ଚାଲିବା ଆରମ୍ଭ ହୋଇଯିବ। କିନ୍ତୁ ଏବେ ବି କିଛି ୱେବସାଇଟରେ ୧ ଜୁନ ପୂର୍ବରୁ କୌଣସି ବୁକିଙ୍ଗ ଦେଖାଉନାହିଁ। ଏମିତିରେ ଗୃହ ମନ୍ତ୍ରାଳୟଙ୍କ ଅନୁମତି ପରେ କେବଳ ଏୟାର ଇଣ୍ଡିଆ ହିଁ ୧୮ ମେ ଠାରୁ ଫ୍ଲାଇଟ ଚଲାଇବ। ଆପଣଙ୍କୁ ଏୟାର ଇଣ୍ଡିଆ ସାଇଟରେ ବୁକିଙ୍ଗର ବିବରଣୀ ମିଳିଯିବ।

airକେମିତି କରିବେ ଟିକେଟ ବୁକିଙ୍ଗ

ଏୟାର ଇଣ୍ଡିଆ ୱେବସାଇଟରେ ଆପଣଙ୍କୁ ଫ୍ରଣ୍ଟ ପେଜରେ କରୋନା ସେକ୍ସନ ଦେଖାଯିବ। ସେଠାରେ ଆପଣ ବୁକିଙ୍ଗ ଅପ୍ସନ ଦେଖିବେ। ସେଠାରେ ଆପଣଙ୍କୁ ଆଉ ଦୁଇଟି ପେଜରେ କ୍ଲିକ କରିବାକୁ ହେବ। ଏହାପରେ ଆପଣ ସିଧା ବୁକିଙ୍ଗ ପେଜରେ ପହଁଚିଯିବେ। ସେଠାରେ ଆପଣଙ୍କୁ ନିଜର ବୁକିଙ୍ଗ ସୂଚନା ଦେବାକୁ ହେବ। ଏହାପରେ ଏୟାର ଇଣ୍ଡିଆ ଆପଣଙ୍କୁ ସିଟ ଉପଲବ୍ଧ ଏବଂ କ୍ରୟ ବିଷୟରେ ସୂଚନା ଦେବ। ଆପଣ ଏହାପରେ ବୁକିଙ୍ଗ କରିପାରିବେ। ଏଥିସହିତ ଆପଣ ଏହି ଲିଙ୍କକୁ  କ୍ଲିଲ କରି ମଧ୍ୟ ବୁକିଙ୍ଗ ସେକ୍ସନକୁ ଯାଇପାରିବେ।

ବିଦେଶୀ ଏବଂ ଘରୋଇ ଫ୍ଲାଇଟ ହେଉଛି ବୁକ

ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏୟାର ଇଣ୍ଡିଆ ଉଭୟ ଆନ୍ତର୍ଜାତିକ ଏବଂ ଡୋମେଷ୍ଟିକ ଟିକେଟ ଦେଉଛି। କିନ୍ତୁ ଏହାପଛରେ କିଛି ସର୍ତ୍ତ ମାନିବାକୁ ପଡିବ। ଏହି ସମୟରେ ଭାରତ ସାରା ଦୁନିଆରୁ ନିଜ ନାଗରିକଙ୍କୁ ଫେରାଇ ଆଣିବା କାମ କରୁଛି। ଏହାସହିତ କେବଳ ଫସି ରହିଥିବା ଯାତ୍ରୀଙ୍କ ପାଇଁ ଟିକେଟ ଉଦ୍ଧିଷ୍ଟ କରାଯାଉଛି। ସେହିପରି ଅଧିକ ବିବରଣୀ ପାଇଁ ଏୟାର ଇଣ୍ଡିଆ ହେଲ୍ପ ଲାଇନ ନମ୍ବରରେ ମଧ୍ୟ କଥାବାର୍ତ୍ତା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.