ନୂଆବର୍ଷରେ ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଏବେଠୁ ଜାଣିିନିଅନ୍ତୁ

ବର୍ଷ ୨୦୨୧ର ଶେଷ ମାସ ମାନେ ଡିସେମ୍ବର ମାସରେ ଆମେ ବର୍ତ୍ତମାନ ଅଛୁ। ଆଗକୁ ଆସୁଛି ନୂଆବର୍ଷ। ଏହିଦିନ ଠାରୁ ଅନେକ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଦୈନିକ ଜୀବନଶୈଳୀ ଉପରେ ପଡ଼ିବ। ଆଜି ଆମେ ଏହା ସମ୍ପର୍କରେ ବିସ୍ତାର ରୂପେ କହିବୁ। ଆଗକୁ ପଢ଼ନ୍ତୁ ଜାଣିବେ।
ଆସନ୍ତା ମାସଠାରୁ ବ୍ୟାକିଂ, ଡେବିଟ ଓ କ୍ରେଡିଟ କାର୍ଡ ସହ ଏଲପିଜି ସିଲିଣ୍ଡରର ଦାମ୍ ରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିୟମ ଅନ୍ତର୍ଗତ ଆପଣ ଏହାର ସର୍ଭିସ ପାଇବା ପାଇଁ ଏକ୍ସଟ୍ରା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏବେ ଜାଣନ୍ତୁ ସେସବୁ ସମ୍ପକରେ..

ନୂଆବର୍ଷ ୨୦୨୨ ଜାନୁଆରୀ ୧ ତାରିଖରୁ କ୍ରେଡିଟ ଓ ଡେବିଟ କାର୍ଡ ଗ୍ରାହକଙ୍କୁ ବଡ଼ ଝଟକା ଲାଗିବ। ୧ ଜାନୁଆରୀରୁ ଅନଲାଇନ କାର୍ଡ ପେମେଣ୍ଟ ନିୟମ ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଡେବିଟ ଓ କ୍ରେଡିଟ କାର୍ଡର ସୁରକ୍ଷା ପାଇଁ ଆରବିଆଇ କିଛି ସୁରକ୍ଷା ନିୟମ ଲାଗୁ କରିବ। RBI ଗ୍ରାହକଙ୍କ ଡାଟାକୁ ହଟାଇ ସେହି ସ୍ଥାନରେ ଲେଣଦେଣ କରିବା ପାଇଁ ଏନକ୍ରିପଟେଡ ଟୋକନ୍ ର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ କହିଛି।
ଏହାସହ ନୂଆବର୍ଷରୁ ଏଟିଏମ୍ ରୁ ଟଙ୍କା ଉଠାଣ ମହଙ୍ଗା ହୋଇଯିବ। ଆରବିଆଇ ନିୟମ ଅନୁଯାୟୀ, ଏବେ ଗ୍ରାହକ ନିର୍ଦ୍ଧାରିତ ସୀମା ପରେ ଟଙ୍କା ଉଠାଇଲେ ଏଟିଏମ ଟ୍ରାଞ୍ଜେକସନ ପାଇଁ ଅଧିକ ଚାର୍ଜ କରାଯିବ। ଦେଶର ସମସ୍ତ ବ୍ୟାଙ୍କ ଏଟିଏମ ଚାର୍ଜରେ ୫% ବଢ଼ାଇବାର ନିର୍ଦ୍ଦେଶ ଦେଇଛି। ମାନେ ଏଥର ଅଧିକ ଟ୍ରାଞ୍ଜେକସନ୍ ପାଇଁ ଏକ୍ସଟ୍ରା ୨୧ ଟଙ୍କା ଦେବାକୁ ହେବ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଆସନ୍ତା ନୂଆବର୍ଷରୁ ନଗଦ ରାଶି ଓ ଜମା ଉପରେ ଶୁଳ୍କ ସଂଶୋଧିତ କରିବ। ନିୟମ ଅନୁଯାୟୀ, ଯଦି ଆଇପିବି ର ଖାତାଧାରକ ନିର୍ଦ୍ଧାରିତ ଫ୍ରି ଲିମିଟ ପାର୍ ହେବା ପରେ ଟଙ୍କ ଜମା କରୁଛନ୍ତି କିମ୍ବା ଉଠାଉଛନ୍ତି ତେବେ ସେଥିପାଇଁ ଅଧିକ ଚାର୍ଜେସ ଦେବାକୁ ହେବ।

ଏହାସହ ଗୁଗଲ ମଧ୍ୟ ନିଜ ୟୁଜର୍ସଙ୍କ ପାଇଁ ଅନେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ୟୁଜର୍ସଙ୍କ ପକେଟ୍ ଉପରେ ଏହାର ଭାରିୁ ପ୍ରଭାବ ପଡ଼ିବ। ଗୁଗଲର ସମସ୍ତ ସର୍ଭିସ ଉପରେ ଏବେ ୟୁଜର୍ସଙ୍କୁ ଏକ୍ସଟ୍ରା ଭୁଗତାନ ଦେବାକୁ ହେବ। ଏହାସହ ଆସନ୍ତା ମାସରୁ RuPay, American Express, Diners Cardର ବ୍ୟବହାର କଲେ, ତେବେ ଗୁଗଲ ଆପଣଙ୍କ ଡିଟେଲକ୍ସକୁ ସେଭ୍ କରିବ ନାହିଁ। ୨୦୨୨ରୁ ଆପଣଙ୍କୁ ପ୍ରତ୍ୟେକ ଥର ନିଜ ମାନ୍ରଆଲ ପେମେଣ୍ଟ ଉପରେ କାର୍ଡ ଡିଟେଲ୍ସ ଦେବାକୁ ହେବ।
ସୂଚନା ଅନୁଯାୟୀ, ପ୍ରତିମାସର ଆରମ୍ଭରେ କମ୍ପାନୀ ଗ୍ୟାସ ଦର ନିର୍ଦ୍ଧାରିତ କରିଥାନ୍ତି। କିଛି ମାସ ହେଲାଣି କ୍ରମାଗତ ଭାବେ ଗ୍ୟାସ ଦର ବଢ଼ୁଛି ମଧ୍ୟ। ତେଣୁ ଆସନ୍ତା ମାସ ଆରମ୍ଭରୁ ମଧ୍ୟ ଏହାର ଦର ବଢ଼ିବାର ଅନେକ ସମ୍ଭାବନା ରହିଛି।
