ଆଜି ରାତି ୧୨ଟାରୁ ହେବ ଏହି ୭ ବଡ଼ ପରିବର୍ତ୍ତନ, ଆପଣଙ୍କ ଜୀବନ ଉପରେ ପଡିବ ସିଧା ପ୍ରଭାବ

କାଲିଠୁ ଆରମ୍ଭ ହେଉଛି ଡିସେମ୍ବର ମାସ । ହେଲେ ଏହି ଡିସେମ୍ବର ମାସ ଆପଣଙ୍କ ପାଇଁ ଖୁବ୍ ଖାସ୍ ହେବାକୁ ଯାଉଛି । କାରଣ କାଲିଠୁ ହେବାକୁ ଯାଉଛି ୭ଟି ବଡ଼ ପରିବର୍ତ୍ତନ । ଯାହାର ସିଧା ପ୍ରଭାବ ପଡିବ ଆପଣଙ୍କ ଜୀବନରେ । ଜାଣନ୍ତୁ କଣ ଏହି ୭ ପରିବର୍ତ୍ତନ ।

କାମ କରିବନି ନେଟ୍ ବ୍ୟାଙ୍କିଙ୍ଗ୍ :

internet bankingକାଲିଠାରୁ ବନ୍ଦ ହୋଇଯିବ ଏସବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା । ଯଦି ଏହି ସୁବିଧାକୁ ଚାଲୁ ରଖିବାକୁ ଚାହୁଁଛନ୍ତି ତେବେ ଖାତାରେ ମୋବାଇଲ୍ ନମ୍ବର ରେଜିଷ୍ଟର କରିଦିଅନ୍ତୁ । ଏସବିଆଇ କହିଛି ଏପର‌୍ୟ୍ୟନ୍ତ ଯଦି ଆପଣ ନିଜ ମୋବାଇଲ୍ ନମ୍ବରକୁ ବ୍ୟାଙ୍କ୍ ଖାତା ସହ ରେଜିଷ୍ଟର କରିନାହାଁନ୍ତି ତେବେ ୩୦ନଭେମ୍ବର ହେଉଛି ଡେଡଲାଇନ୍ । ଏହି ତାରିଖ ମଧ୍ୟରେ କରିଦିଅନ୍ତୁ ରେଜିଷ୍ଟର । ନଚେତ୍ ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ହୋଇଯିବ । ଆଉ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ହୋଇଗଲେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରିବା ସମୟରେ ସମସ୍ୟା ହୋଇପାରେ ।

ଡ୍ରୋନ୍ ଉଡାଇବା ପାଇଁ ଆବଶ୍ୟକ ଲାଇସେନ୍ସ :

Drone କାଲିଠାରୁ ଭାରତରେ ଡ୍ରୋନ୍ ଉଡାଇବାକୁ ହେଲେ ଆବଶ୍ୟକ ଲାଇସେନ୍ସ । ନାନୋ ଡ୍ରୋନ୍ (୨୫୦ ଗ୍ରାମ୍ ଓଜନ ) ବ୍ୟତୀତ ଅନ୍ୟ ଡ୍ରୋନ୍ ଗୁଡିକୁ ଆଭିଏସନ୍ ରେଗୁଲେଟରଠୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ନେବା ଅନିବାର‌୍ୟ୍ୟ । ଏଥିପାଇଁ ଏକ ହଜାର ଟଙ୍କା ଶୁଳ୍କ ଦେବାକୁ ପଡିବ । ବଡ ଡ୍ରୋନକୁ ୟୁନିକ୍ ଏୟାର୍ ଅପରେଟରଙ୍କଠୁ ପରମିଟ୍ ନେବାକୁ ପଡିବ । ଏହି ପରମିଟକୁ ୨୫ହଜାର ଟଙ୍କାରେ୫ ବର୍ଷ ପର‌୍ୟ୍ୟନ୍ତ ପାଇଁ ଦିଆଯାଇପାରିବ ।

ଜୀବନ ପ୍ରମାଣ ପତ୍ର :

pensionଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ପେନସନ୍ ନେଉଛନ୍ତି ତେବେ ୩୦ ନଭେମ୍ବର ମଧ୍ୟରେ ଜୀବନ ପ୍ରମାଣପତ୍ର ଜମା କରିବା ଅନିବାର୍ଯ୍ଯ । ଯଦି କରିନାହାଁନ୍ତି ତେବେ ଡିସେମ୍ବର ମଧ୍ୟରେ ଆପଣଙ୍କ ପେନସନ୍ ବନ୍ଦ ହୋଇଯିବ ।

ଏସବିଆଇ ବଡି :

buddyଯଦି ଆପଣ ନିଜର ଏସବିଆଇ ବଡି ୱାଲେଟରେ କିଛି ଟଙ୍କା ରଖିଛନ୍ତି ତେବେ ତୁରନ୍ତ ଏହାକୁ ଉଠାଇ ନିଅନ୍ତୁ । କାରଣ କାଲିଠୁ ଏହି ୱାଲେଟ୍ ବନ୍ଦ ହୋଇଯିବ । ଏସବିଆଇ ଏନେଇ ସୂଚନା ଦେଇ କହିଛି ଯେଉଁ ଗ୍ରାହକମାନେ ଏହି ୱାଲେଟରେ ବାଲାନ୍ସ ରଖିଛନ୍ତି ତେବେ ତୁରନ୍ତ ଉଠାଇନିଅନ୍ତୁ ।

ପେନସନଧାରୀଙ୍କ ପାଇଁ ଋଣ :

SBI-image-4-2ଯଦି ଏସବିଆଇରୁ କୌଣସି ଶାଖାରୁ ପେନସନ୍ ପାଉଛନ୍ତି ଏବଂ ଏଥିରୁ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆଜି ଥିଲା ଶେଷ । କାଲିଠୁ ଆଉ ଏହି ସୁବିଧା ରହିବନି । ଫେଷ୍ଟିଭ୍ ସିଜନ୍ ପାଇଁ ଏହି ସ୍କିମ୍ ଆରମ୍ଭ କରିଥିଲା ବ୍ୟାଙ୍କ୍ । ଏହି ସ୍କିମରେ ଲୋନ୍ ନେଉଥିବା ଗ୍ରାହକଙ୍କୁ ପ୍ରୋସେସିଙ୍ଗ୍ ଫିସ୍ ଦେବାକୁ ପଡୁନଥିଲା । ହେଲେ ଆଜି ଶେଷ ହୋଇଯାଇଛି ଏହି ସ୍କିମ୍ । ୭୬ ବର୍ଷରୁ କମ୍ ବର୍ଷ ବୟସ୍କ ରାଜ୍ୟ ତଥା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଥିଲା ।

ପାନ୍ କାର୍ଡରେ ଦେବାକୁ ପଡିବନି ବାପାଙ୍କ ନାମ :

pan card ୫ ଡିସେମ୍ବରରୁ ଏହି ନୂଆ ନିୟମ ଲାଗୁହେବ । ପାନ୍ କାର୍ଡ ପ୍ରସ୍ତୁତ କରିବା ପାଇଁ ପିତାଙ୍କ ନାମ ଅନିବାର‌୍ୟ୍ୟ ହେବ ନାହିଁ । ଯେଉଁ ବ୍ୟକ୍ତିଙ୍କ ଅଭିଭାବକ କେବଳ ମା କିମ୍ବା ଆବେଦକ କେବଳ ମାଙ୍କ ନାମ ରଖିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ଫର୍ମରେ ବିକଳ୍ପ ରହି।

ଇ – ପାନ୍ କାର୍ଡ ସେବା :

e pan cardଯଦି ଆପଣଙ୍କ ନିକଟରେ ପାନ୍ କାର୍ଡ ନାହିଁ କିମ୍ବା ପାନ୍ କାର୍ଡରେ କୌଣସି ପ୍ରକାର ପରିବର୍ତ୍ତନ କରିଛନ୍ତି ଏବଂ ନୂଆ ପାନ୍ କାର୍ଡ ଆସିବାକୁ ବିଳମ୍ବ ହେଉଛି ତେବେ ଇ ପାନ୍ କାର୍ଡ ଜରିଆରେ ଏପରି କରିପାରିବେ । ଏଥିପାଇଁ କୌଣସି ପ୍ରକାର ଅତିରିକ୍ତ ଡକ୍ୟୁମେଂଟର ଆବଶ୍ୟକତା ପଡିବନି । ଏପରିକି ଟଙ୍କା ମଧ୍ୟ ଦେବାକୁ ପଡିବନି । କେବଳ ଆୟକର ବିଭାଗର ୱେବସାଇଟକୁ ଯାଇ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିବାକୁ ପଡିବ । ତେବେ ଏହି ସୁବିଧା କିଛି ସମୟ ପାଇଁ । ଆଗାମୀ ଦିନରେ ଏହାକୁ ବନ୍ଦ କରିଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.