ସୁନା ଦରରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି ଆପଣଙ୍କ ସହରରେ କଣ ରହିଛି ଦର

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦
ଗ୍ରାମ ପ୍ରତି ୫୦ ଟଙ୍କା ବଢି ୪୭,୬୬୦ ଟଙ୍କାରେ ପହଂଚିଛି । ଯେବେକି ପୂର୍ବଦିନ ଏହି ଦର ୪୭,୬୧୦ ଟଙ୍କା ରହିଥିଲା । ଅନ୍ୟପକ୍ଷରେ ସମାନ ଭାବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ଟଙ୍କା ବୃଦ୍ଧି ପାଇ ୪୬,୬୬୦ ଟଙ୍କାରେ ପହଂଚିଛି । ପୂର୍ବ ଦିନ ଏହି ଦର ୪୬୬୧୦
ଟଙ୍କା ଥିଲା । ସେହିପରି ଦେଶର ଅନ୍ୟ ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୪୭,୬୬୦ ଟଙ୍କା ଓ ୪୬,୬୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୪୮,୦୧୦ ଟଙ୍କା ଓ ୪୬,୮୧୦ ଟଙ୍କା ଥିବା ଜଣାଯାଇଛି ।

ସେହିପରି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୫୦,୪୦୦ ଟଙ୍କା ଓ ୪୬,୨୧୦ ରହିଥିବା ଜଣାଯାଇଛି । ପ୍ରମୁଖ ସୁନା ବଜାର କଲିକତାରେ ଏହି ମୂଲ୍ୟ ଯଥାକ୍ରମେ ୪୮,୮୦୦ ଟଙ୍କା ଓ ୪୭,୫୧୦ ଟଙ୍କା ଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ଦେଖାଦେଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ଦର ଯଥାକ୍ରମେ ୧୦ ଗ୍ରାମ ପ୍ରତି ୧୯୦ ଟଙ୍କା କମି ୫୦,୩୯୦ ଟଙ୍କା ଓ ୪୬,୨୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ, ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦର ସାମାନ୍ୟ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ପୂର୍ବଦିନ କିଲୋଗ୍ରାମ ପ୍ରତି ରୂପା ମୂଲ୍ୟ ୪୮,୮୨୦ ଟଙ୍କା ରହିଥିବା ବେଳେ ଗତକାଲି ୩୧୦ ଟଙ୍କା କମି ୪୮,୫୧୦ ଟଙ୍କାରେ ପହଂଚିଛି । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ପାଇ ଆଉନ୍ସ ପ୍ରତି ୧୭୫୫ଡ଼ଲାରରେ ଟ୍ରେଣ୍ଡ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.