ଖୁସି ଖବର! ରେଳ ଯାତ୍ରା ହୋଇଯିବ ଆହୁରି ଶସ୍ତା, କମିଲା AC କୋଚ୍‌ ଭଡ଼ା

AC କୋଚ୍‌ ର କମିଲା ଭଡ଼ା। ଆଜିଠୁ ଯଦି ଆପଣ ଟ୍ରେନର ଏସି ୩ ଇକୋନୋମି କୋଚରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ଥାର୍ଡ ଏସି ତୁଳନାରେ କମ ଟଙ୍କା ଦେବାକୁ ହେବ। ରେଳ ଅଧିକାରଙ୍କ ଅନୁସାରେ ଏହି ନିଷ୍ପତ୍ତି ର ଫାଇଦା ପୂର୍ବରୁ ଟିକେଟ ବୁକ କରିଥିବା ଯାତ୍ରୀଙ୍କୁ ମଧ୍ୟ ମିଳିବ। ଉଭୟ ଅନଲାଇନ ଓ ଅଫଲାଇନ ରେ ଟିକେଟ ନେଉଥିବା ଯାତ୍ରୀ ଙ୍କୁ ରେଳ ବିଭାଗ ତରଫରୁ ଟଙ୍କା ଫେରସ୍ତ କରାଯିବ।

ରେଳ ବିଭାଗ ତରଫରୁ ଜାରି ହେଲା ନୂୂଆ ସର୍କୁଲାର। ଏହା ଅନ୍ତର୍ଗତ ଏସି କୋଚ ର ଭଡ଼ା କୁ ନେଇ ପୁଣି ଥରେ ପୁରୁଣା ବ୍ୟବସ୍ଥା ଲାଗୁ ହେବାର ନିଷ୍ପତ୍ତି ନିଆଯାଇଛି। ନୂଆ ନିୟମ ଲାଗୁ ହେବା ପରେ ଏସି ଥ୍ରୀ ଇକୋନୋମୀ କୋଚର ଭଡ଼ା ଏସି ଥ୍ରୀ କୋଚରୁ ବି କମ ହୋଇଯିବ। ଜାଣନ୍ତୁ ଏହାକୁ ନେଇ ବିଭାଗର ନୂଆ ଅପଡେଟୁ ସମ୍ପର୍କରେ..

ପାଖାପାଖି ସ୍ଥାନକୁ ଯିବା ପାଇଁ ମଧ୍ୟ ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି। ଏଥିରେ ଖର୍ଚ୍ଚ କମ ହୁଏ ଓ ସମୟ ମଧ୍ୟ କମ ଲାଗେ। ଆପଣ ବି ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଟିକେଟ ବୁକିଂ ସିଷ୍ଟମକୁ ନେଇ ହୋଇଥିବା ପରିବର୍ତ୍ତନ ବିଷୟରେ ଜାଣିନିଅନ୍ତୁ। ଏମିତିରେ କେଉଁଠି ବି ଯିବାକୁ ହେଲେ କିଛି ସମସ୍ୟା ହେବ ନାହିଁ।

ଯଦି ଆପଣ ବି ପ୍ରାୟ ସମୟରେ ଥାର୍ଡ ଏସି ରେ ଯାତ୍ରା କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ରହିବ। ରେଳ ବିଭାଗ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଟ୍ରେନର ଏସି ଥ୍ରୀ ଇକୋନୋମି କୋଚରେ ଯାତ୍ରା କରିବା ହୋଇଯିବ ଆହୁରି ଶସ୍ତା। ରେଲେଓ୍ଵ ବୋର୍ଡ ତରଫରୁ ଜାରି ହୋଇଥିବା ସର୍କୁଲାର ଅନ୍ତର୍ଗତ ଏସି କୋଚରେ ଥିବା ଭଡ଼ା କୁ ନେଇ ପରିବର୍ତ୍ତନ କରାଯାଇଛି। ପୁଣି ଥରେ ପୁରୁଣା ବ୍ୟବସ୍ଥାକୁ ଲାଗୁ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆଜି ଠୁ ମାନେ ୨୨ ମାର୍ଚ୍ଚରୁ ଲାଗୁ କରିଦିଆଯିବ।

ଆଜିଠୁ ଯଦି ଆପଣ ଟ୍ରେନର ଏସି ୩ ଇକୋନୋମି କୋଚରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ଥାର୍ଡ ଏସି ତୁଳନାରେ କମ ଟଙ୍କା ଦେବାକୁ ହେବ। ରେଳ ଅଧିକାରଙ୍କ ଅନୁସାରେ ଏହି ନିଷ୍ପତ୍ତି ର ଫାଇଦା ପୂର୍ବରୁ ଟିକେଟ ବୁକ କରିଥିବା ଯାତ୍ରୀଙ୍କୁ ମଧ୍ୟ ମିଳିବ। ଉଭୟ ଅନଲାଇନ ଓ ଅଫଲାଇନ ରେ ଟିକେଟ ନେଉଥିବା ଯାତ୍ରୀ ଙ୍କୁ ରେଳ ବିଭାଗ ତରଫରୁ ଟଙ୍କା ଫେରସ୍ତ କରାଯିବ। ସୂଚନା ଅନୁସାରେ ରେଳ ବିଭାଗ ତରଫରୁ ପୂର୍ବ ବର୍ଷ ଏକ କମର୍ସିଆଲ ସର୍କୁଲାର ଜାରି କରାଯାଇଥିଲା। ଏହି ସର୍କୁଲାର ପରେ ଏସି ୩ କୋଚ ଓ ଏସି ୩ ଇକୋନୋମି କୋଚର ଭଡ଼ା ସମାନ ହୋଇଯିବ।

ଜାଣି ରଖନ୍ତୁ ଯେ ପୂର୍ବରୁ ହିଁ ଇକୋନୋମି କୋଚରେ ଯାତ୍ରୀ ଙ୍କୁ କମ୍ବଳ ଓ ଚାଦର ଦିଆଯାଉନଥିଲା। କିନ୍ତୁ ଗତ ବର୍ଷଣୁ ଇକୋନୋମୀ କୋଚରେ ଭଡ଼ା ବଢ଼ାଇବା ପରେ କମ୍ବଳ ଓ ଚାଦର ର ସୁବିଧା ଦିଆଗଲା। ଏବେ ୨୧ ମାର୍ଚ୍ଚ କୁ ରେଳ ବିଭାଗ ତରଫରୁ ସର୍କୁଲାର ଜାରୀ କରାଯାଇଛି। ପୁରୁଣା ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏସି ୩ କୋଚରେ ସିଟ ସଂଖ୍ୟା ୭୨ ଥାଏ। ଯେବେ କି ୩ ଇକୋନୋମି କୋଚରେ ବର୍ଥ ସଂଖ୍ୟା ୮୦ ରହିଥାଏ।

ଏହି କାରଣରୁ ଏସି ୩ କୋଚ ତୁଳନାରେ ୩ ଇକୋନୋମି କୋଚରେ ବର୍ଥ ଛୋଟ ହୋଇଥାଏ। ପ୍ରକୃତରେ ରେଳ ବିଭାଗ ତରଫରୁ ଏସି ୩ ଇକୋନୋମୀ କୋଚର ଆରମ୍ଭ ଏଭଳି ଯାତ୍ରୀଙ୍କ ପାଇଁ ହୋଇଥିଲା ଯେଉଁମାନେ ଆର୍ଫଡେବଲ ପ୍ରାଇସ ରେ ଭଲରେ ଯାତ୍ରା କରିପାରିବେ। ଆଗରୁ ଏସି ୩ ଇକୋନୋମୀ କୋଚର ଟିକେଟ ଏସି ୩ ତୁଳନାରେ କମ ଥିଲା। ଏବେ ପୁଣି ଥରେ ପୁରୁଣା ବ୍ୟବସ୍ଥାକ ୁ ଲାଗୁ କରାଯିବ।