Below header

କିଏ ଗ୍ରାଚୁଇଟି ପାଇବାକୁ ହକଦାର ଏବଂ ଏଥିରେ ସର୍ବମୋଟ କେତେ ଟଙ୍କା ମିଳିଥାଏ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲିର ଆଧୁନିକ ଯୁଗରେ ପ୍ରାୟତଃ ଅନେକ ଯୁବପିଢ଼ି ଚାକିରି ପଛରେ ଗୋଡାଉଛନ୍ତି। ତେବେ ଚାକିରି ମୋହରେ କୌଣସି କାର୍ଯ୍ୟାଳୟରେ କାମ ସିନା କରୁଛନ୍ତି ହେଲେ କର୍ମକ୍ଷେତ୍ରରେ ଥିବା ଅନେକ ନିୟମ କାନୁନ ସେମାନଙ୍କୁ ଜଣା ନାହିଁ । ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଲାଗୁ କରାଯାଇଛି। ଏସବୁ ନିୟମ ନଜାଣିବା କାରଣରୁ କର୍ମଚାରୀମାନେ ହଇରାଣ ତ ହୁଅନ୍ତି ତା ସହିତ କ୍ଷତିଗ୍ରସ୍ତ ମଧ୍ୟ ହେଉଛନ୍ତି ।

ତେବେ ଜଣେ ନୂଆ କର୍ମଚାରୀ କର୍ମକ୍ଷେତ୍ରରେ ନିଯୁକ୍ତି ହେବା ପରେ ଏମିତି କିଛି ପ୍ରାଥମିକ ନିୟମ ରହି ଥାଏ ଯାହାକୁ ଜାଣିବା ନିହାତି ଜରୁରୀ । ସେ କାମକୁ ନେଇ ହେଉ ଅବା ନିଜ ଦରମାକୁ ନେଇ। ଆଜି ଜାଣିବା ଗ୍ରାଚୁଇଟି କ’ଣ? କେମିତି ଏହାକୁ ଦିଆଯାଏ ଏବଂ କେଉଁମାନେ ଏହାକୁ ପାଇବାକୁ ଯୋଗ୍ୟ? କେତେ ଦିନ ଚାକିରି କଲେ କେତେ ଗ୍ରାଚୁଟି ମିଳିବ ?

ଗ୍ରାଚୁଇଟି କ’ଣ?

-ଗ୍ରାଚୁଇଟି ଆକ୍ଟ ୧୯୭୨ ମସିହାରେ ପ୍ରଣୟନ ହୋଇଥିଲା।
-ଗୋଟିଏ ସଂସ୍ଥାରେ ୧୦ ଜଣରୁ ଅଧିକ କର୍ମଚାରୀ କାମ କରୁଥିଲେ ସେଠି ଗ୍ରାଚୁଇଟି ଆକ୍ଟ ବା ନିୟମ ଲାଗୁ ହୋଇଥାଏ।
-କର୍ମଚାରୀ ଗୋଟିଏ କମ୍ପାନୀ ବା ଅନୁଷ୍ଠାନରେ କ୍ରମାଗତ ଭାବେ ୫ ବର୍ଷ କାମ କଲେ ସେମାନଙ୍କୁ ୩ଟି ପରସ୍ଥିତିରେ ଗ୍ରାଚୁଇଟି ମିଳିବ।
-ମୃତ୍ୟୁ ପରେ ପରିବାରକୁ, ଅବସର ଏବଂ ଇସ୍ତଫା ପରେ କର୍ମଚରୀଙ୍କୁ ଗ୍ରାଚୁଇଟି ମିଳିଥାଏ।

ଏବେ ଆସନ୍ତୁ ଜାଣିବା ଗ୍ରାଚୁଇଟି କେମିତି ମିଳେ?

-ଶେଷ ମାସର ଦରମା ଅର୍ଥାତ ବେସିକ୍ ପେ ଏବଂ ଡିଏକୁ ନେଇ ଗ୍ରାଚୁଇଟି ମିଳିଥାଏ।
ଗ୍ରାଚୁଇଟି ହିସାବ ଏଭଳି କରାଯାଏ । …ଚାକିରିର ଅନ୍ତିମ ମାସର ଶେଷ ଦରମାର ବେସିକ୍ ଓ ଡିଏ ମିଶି ଯେତିକି ହେବ ସେଥିରେ ୧୫ ଗୁଣିବେ । ଯେତେ ହେବ ସେଥିରେ ଯେତେ ବର୍ଷ ଚାକିରି କରିଥିବେ ସେହି ବର୍ଷର ସଂଖ୍ୟାକୁ ଗୁଣିବେ । ମୋଟରେ ଯେତେ ହେବ ତାକୁ ୨୬ରେ ହରଣ କରିବେ । ଏଥିରୁ ଯେଉଁ ସଂଖ୍ୟା ବାହାରିବ ତାହା ହେଉଛି ଆପଣଙ୍କ ଗ୍ରାଚୁଇଟି ।
– ସରକାରଙ୍କ ନିୟମ ଅନୁଯାୟୀ ଗ୍ରାଚୁଇଟି ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବନାହିଁ।

ଗ୍ରାଚୁଇଟି ଠିକ୍ ମିଳିଛି କି ନାହିଁ କେମିତି ଜାଣିବେ?

-ନିଜ ଶେଷ ମାସର ଦରମା ସ୍ଲାବ୍କୁ ଦେଖି ନିଜେ ଏହାକୁ ହିସାବ କରି ପାରିବେ ।

କର୍ମଚାରୀ ଯଦି ୫ ବର୍ଷ ଭିତରେ କୌଣସି କାରଣରୁ ଅଫିସ ଆସିବା ବନ୍ଦ କରେ, ତେବେ କ’ଣ ଗ୍ରାଚୁଇଟି ମିଳିବା ସମ୍ଭବ କି?
-ନିୟମ ଅନୁଯାୟୀ, ୫ ବର୍ଷ ଭିତରେ କୌଣସି କର୍ମଚାରୀଙ୍କ ଅଚାନକ ମୃତ୍ୟୁ କିମ୍ବା ଦୁର୍ଘଟଣା ଜନିତ ଘଟଣା ଘଟେ ତେବେ ମଧ୍ୟ ଗ୍ରାଚୁଇଟି ମିଳିବ।

କେଉଁମାନେ ଗ୍ରାଚୁଇଟି ପାଇବା ପାଇଁ ଯୋଗ୍ୟ?

-ଯେକୌଣସି ଅନୁଷ୍ଠାନରେ ୧୦ଜଣରୁ ଅଧିକ କର୍ମଚାରୀ କାମ କରୁଥିଲେ ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ।
– Shops and establishment act ଅନୁଯାୟୀ ଦୋକାନରେ ଯଦି ୧୦ ଜଣରୁ କମ୍ କର୍ମଚାରୀ ଥିବେ ତେବେ କେହି ଯଦି ୧୦ ବର୍ଷରୁ ଅଧିକ ସମୟ କାମ କରୁଥିବେ, ସେ ଗ୍ରାଚୁଇଟି ପାଇପାରିବେ।

ଶିକ୍ଷକ ଓ ଶିକ୍ଷୟିତ୍ରୀ ଗ୍ରାଚୁଇଟି ପାଇବା ପାଇଁ ଯୋଗ୍ୟ?

– ୨୦୦୯ ମସିହା ପରଠୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ପେଶାଲ ଆକ୍ଟ ପ୍ରଣୟନ କରାଗଲା। ଏହି ନିୟମ ଅନୁଯାୟୀ ୧୯୯୭ ମସିହା ଠୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗ୍ରାଚୁଇଟି ମିଳିବା ଆରମ୍ଭ ହୋଇଛି।
– ୫ ବର୍ଷରୁ ଅଧିକ ସମୟ ଧରି କୌଣସି ଶ୍ରମିକ ନିର୍ଦ୍ଦିଷ୍ଟ କଣ୍ଟ୍ରାକ୍ଟର ପାଖରେ କାମ କଲେ ପ୍ରିନ୍ସିପାଲ ଏମ୍ପଲୟର ତାଙ୍କୁ ଗ୍ରାଚୁଇଟି ଦେବା ପାଇଁ ବାଧ୍ୟ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.