Below header

ଲୋକପ୍ରିୟ ଅଭିନେତା ୟୁସୁଫ ହୁସୈନଙ୍କ ପରଲୋକ, ଟ୍ଵିଟ୍‌ କରି ଜଣାଇଲେ ହଂସଲ ମେହେତା

ଲୋକପ୍ରିୟ ଟେଲିଭିଜନ ତଥା ଫିଲ୍ମ ଅଭିନେତା ୟୁସୁଫ ହୁସୈନଙ୍କ ଆଜି ସକାଳେ ପରଲୋକ ହୋଇଛି। ଫିଲ୍ମ ନିର୍ମାତା ହଂସଲ ମେହେତା ସୋସିଆଲ ମିଡିଆରେ ୟୁସୁଫଙ୍କ ମୃତ୍ୟୁ ଖବରକୁ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହଂସଲ ଭାବବିହ୍ଵଳ ନୋଟ୍‌ ସେୟାର କରିଛନ୍ତି। ହଂସଲଙ୍କ ସହିତ ମନୋଜ ବାଜପେୟୀ ମଧ୍ୟ ଟ୍ଵିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ।

ୟୁସୁଫ କେବଳ ଟେଲିଭିଜନ ନୁହେଁ ଅନେକ ଫିଲ୍ମ ଯେପରିକି, ରଇସ, ଧୁମ-୨, ଦିଲ୍‌ ଚାହାତା ହୈ, ରାଜ୍‌, କ୍ରିସ-୩, ଓ ମାଇଁ ଗଡ ଭଳି ଫିଲ୍ମରେ ନଜର ଆସିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବହୁ ଜଣାଶୁଣା କଳାକାର ଟ୍ଵିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୟୁସୁଫଙ୍କ ଝିଅ ସଫିନା ହୁସୈନଙ୍କୁ ବିବାହ କରିଥିଲେ ହଂସଲ ମେହେତା।

ସୂଚନାନୁଯାୟୀ, ଗତକାଲି କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ଜିମରେ ଏକ୍ସରସାଇଜ କରୁଥିବା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ “ବିକ୍ରମ ହସ୍‌ପିଟାଲ୍‌”ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ପୁନିତ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ । ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି । ତାଙ୍କୁ ୨୪ ଟି ବେଷ୍ଟ ଆକ୍ଟର ଆୱାର୍ଡ ଓ ୩୫ ଥର ତାଙ୍କ ନାଁ ନୋମିନେସନ ଲିସ୍ଟକୁ ଯାଇଥିଲା । ସେ ପ୍ରାୟ ୫୦ରୁ ଅଧିକ ସଂଖ୍ୟକ ଫିଲ୍ମରେ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.