WhatsApp ବ୍ୟବହାରୀଙ୍କ ପାଇଁ ଖୁସି ଖବର! ପେମେଣ୍ଟ କରି ପାଆନ୍ତୁ ୫୧ ଟଙ୍କା କ୍ୟାଶବ୍ୟାକ୍, ଜାଣନ୍ତୁ କ’ଣ ରହିଛି ଅଫର

Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ ଆପଣଙ୍କୁ WhatsApp ପେ ସେଟଅପ୍ କରିବାକୁ ପଡିବ ଓ ପରେ ପେମେଣ୍ଟ କରିବାକୁ ପଡିବ ।

ହ୍ୱାଟ୍ସଆପ୍ ଗତ ମାସରେ ନିଜ ୟୁପିଆଇ-ଆଧାରିତ ପେମେଣ୍ଟ ସର୍ଭିସ୍ ପାଇଁ କ୍ୟାଶବ୍ୟାକର ଟେଷ୍ଟିଂ ଆରମ୍ଭ କରିଥିଲା । ହ୍ୱାଟ୍ସଆପ୍ ଏବେ ଆଣ୍ଡ୍ରଏଡ୍ ବିଟା ୟୁଜର୍ସଙ୍କ ପାଇଁ ଏହି ଫିଚରକୁ ରୋଲ୍ ଆଉଟ୍ କରିବା ଆରମ୍ଭ କରିଦେଇଛି । ଏହି ଅଫରରେ ହ୍ୱାଟ୍ସଆପ୍ ଫୋନପେ ଓ ଗୁଗଲ ପେ ଭଳି କମ୍ପାନୀଙ୍କୁ ଚାଲେଞ୍ଜ ଦେବ । ଆସନ୍ତୁ ଜାଣିବା କେମିତି କ୍ୟାଶବ୍ୟାକ୍ ପାଇପାରିବେ ଏବଂ ଏହା ସହିତ ଜାଣନ୍ତୁ କେତେ ଥର କ୍ୟାଶବ୍ୟାକ୍ ମିଳିପାରିବ ।

Master

ମିଳିବ ୫୧ ଟଙ୍କାର କ୍ୟାଶବ୍ୟାକ୍

ଆଣ୍ଡ୍ରଏଡରେ ହ୍ୱାଟ୍ସଆପ ବିଟା ଚାଟ୍ ଲିଷ୍ଟର ଟପରେ ମେସେଜ ସହିତ ଏକ ବ୍ୟାନର ପ୍ରଦର୍ଶିତ କରିବା ଆରମ୍ଭ କରିଦେଇଛି । ଏଥିରେ ଲେଖାଯାଇଛି – ୫୧ ଟଙ୍କା ଫେରସ୍ତ ପାଆନ୍ତୁ । ଆପଣ ଅଲଗା-ଅଲଗା କଣ୍ଟାକ୍ଟ୍ସକୁ ପଇସା ପଠାଇ ୫୧ ଟଙ୍କା ପର୍ଯ୍ୟନ୍ତ ୫ ଥର ଗ୍ୟାରେଣ୍ଟିଡ୍ କ୍ୟାଶବ୍ୟାକ୍ ପାଇପାରିବେ । ହ୍ୱାଟ୍ସଆପ୍ ଏହି କ୍ୟାଶବ୍ୟାକ୍ ଅଫର ପାଇଁ ରାଶିର କୌଣସି ସୀମା ନିର୍ଦ୍ଧାରିତ କରିନି । କୁହାଯାଉଛି କି ପେମେଣ୍ଟ କରିବାର ତୁରନ୍ତ ପରେ ୫୧ ଟଙ୍କାର କ୍ୟାଶବ୍ୟାକ୍ ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ ।

କ୍ୟାଶବ୍ୟାକ୍ ମିଳିବାର ପୁରା ଗ୍ୟାରେଣ୍ଟି ରହିଛି । କିନ୍ତୁ ଏହାର ବ୍ୟବହାର ଆପଣ ମାତ୍ର ୫ ଥର ହିଁ କରିପାରିବେ । ଏହି ଫିଚର କେବଳ ଆଣ୍ଡ୍ର୍ଏଡର ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଆଶା କରାଯାଉଛି କି ଖୁବ୍ ଶୀଘ୍ର ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.