ଆୟକର ବିଭାଗ ଆଣିଲା ନୂଆ ସୁବିଧା, ମିନିଟ୍ ଭିତରେ ପତ୍ତା ଲଗାଇ ପାରିବେ ନୋଟିସ୍ ‘ଅସଲି ନା ନକଲି’!

ଇନକମ୍ ଟ୍ୟାକ୍ସ ନୋଟିସ୍କୁ ଯାଞ୍ଚ କରିବା ପାଇଁ ଆୟକର ବିଭାଗ ଆଣିଛି ନୂଆ ବ୍ୟବସ୍ଥା। ବିଭାଗ ନିଜ ଅଫିସିଆଲ ୱେବସାଇଟରେ ଏହି ବ୍ୟବସ୍ଥା ବିଷୟରେ ସୂଚନା ଦେଇଛି, ଯଦ୍ଦ୍ଵାରା ଆପଣ ଟ୍ୟାକ୍ସ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ ‘ଅସଲି ନା ନକଲି, ତାହା ଯାଞ୍ଚ କରିପାରିବେ। କହି ରଖୁଛୁ ଯେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(CBDT) ନିକଟରେ ଘୋଷଣା କରିଥିଲା କି ଆଇଟି ଡିପାର୍ଟମେଣ୍ଟରୁ ଜାରି ହୋଇଥିବା ପ୍ରତ୍ୟେକ ଆୟକର ନୋଟିସ୍ ଉପରେ କମ୍ପ୍ୟୁଟର ଜେନେରେଟେଡ୍ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ ନମ୍ବର(DIN) ରହିବ।
CBDT ର କହିବାନୁଯାୟୀ, ଆୟକର ବିଭାଗର ପାଖାପାଖି ସମସ୍ତ ନୋଟିସ୍ ଏବଂ ଆଦେଶ ଇନକମ୍ ଟ୍ୟାକ୍ସ ବିଜିନେସ୍ ଆପ୍ଲିକେଶନ ପ୍ଲାଟଫର୍ମରେ ଇଲେକ୍ଟ୍ରୋନିକ୍ ଢଙ୍ଗରେ ଜାରି କରାଯାଉଛି। ଏହାଦ୍ୱାରା ଟ୍ୟାକ୍ସ ପ୍ରଶାସନର କାଯ୍ୟର୍ପ୍ରଣାଳୀରେ ପାରଦର୍ଶିତା ତଥା ସେବାରେ ସୁଧାର ଆସିପାରିବ। ଆସନ୍ତା ଅକ୍ଟୋବର ୧ରୁ ପ୍ରଥମ ଜାରି ନୋଟିସ୍ କିମ୍ବା ଅର୍ଡରକୁ ଅକ୍ଟୋବର ୩୧ ପଯ୍ୟର୍ନ୍ତ ଅପଲୋଡ୍ କରି ଦିଆଯିବ। ଅକ୍ଟୋବର ୧ ପରେ ଜାରି ନୋଟିସ୍ ଏବଂ ଅର୍ଡର ଉପରେ DIN ପ୍ରିଣ୍ଟ ରହିବ।
ଏହାସହ ପଢ଼ନ୍ତୁ: SBIର ବଡ ଘୋଷଣା, ଗ୍ରାହକଙ୍କ ସୁବିଧା ପାଇଁ ଲାଗିବ ୧୦ ଲକ୍ଷ ‘Yono କ୍ୟାସ ପଏଣ୍ଟ’
ନୋଟିସକୁ କିପରି କରିବେ ଯାଞ୍ଚ
-ପ୍ରଥମେ www.incometaxindiaefiling.gov.in େଓ୍ଵବସାଇଟକୁ ଯାଆନ୍ତୁ।
-Quick Links ଟ୍ୟାବ୍ ତଳେ ଥିବା Authenticate ଟ୍ୟାବ୍ ଅଧୀନରେ ଆପଣଙ୍କୁ ନୋଟିସ୍ ବା ଅର୍ଡର ଇସ୍ୟୁଡ୍ ବାଇ ଆଇଟିଡି(Notice/Order Issued by ITD) ଦେଖାଯିବ। ଏହା ଉପରେ କ୍ଲିକ୍ କରନ୍ତୁ।
-ଏହାପରେ ଏକ ନୂଆ ପେଜ୍ ଖୋଲିବ। ଏଠାରେ ଆପଣଙ୍କୁ ନୋଟିସ୍ ଯାଞ୍ଚ ପାଇଁ ଦୁଇଟ୍ ବିକଳ୍ପ ଦେଖାଯିବ। ପ୍ରଥମତଃ, ଆପଣ ଡକ୍ୟୁମେଣ୍ଟ ନମ୍ବର ଜରିଆରେ ଡକ୍ୟୁମେଣ୍ଟର ସତ୍ୟତାକୁ ଜାଣିପାରିବେ। ଦ୍ୱିତୀୟରେ, ଆପଣ ପାନ୍, ଆସେସମେଣ୍ଟ ଇୟର, ନୋଟିସ୍ ସେକ୍ସନ, ନୋଟିସ୍ କରିବାର ମାସ କିମ୍ବା ବର୍ଷ ବିଷୟରେ ପତ୍ତା ଲଗାଇ ପାରିବେ।
-କ୍ୟାପଚା କୋର୍ଡ ଦିଅନ୍ତୁ ଏବଂ ସବମିଟ୍ କରି କ୍ଲିକ୍ କରନ୍ତୁ। ଯଦି ଜାରି ହୋଇଥିବା ନୋଟିସ୍ କିମ୍ବା ଅର୍ଡର ଅସଲି ଥିବ, ତା’ହେଲେ େଓ୍ଵବସାଇଟରେ ଏହା ନଜର ଆସିବ। େଓ୍ଵବସାଇଟରେ ଆପଣ ମେସେଜ୍ ଦେଖିବେ କି, ‘Yes, notice is valid and issued by income tax authority’। ଏହି ସୁବିଧା ଦ୍ୱାରା କରଦାତାମାନେ ନୋଟିସର ସମସ୍ୟାରୁ ମୁକୁଳିପାରିବେ।