Below header

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ! ଆଜିଠୁ ଚାଲିବ ଏହି ୮ଟି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ କେଉଁ ଷ୍ଟପେଜରେ ରହିବ ଏବଂ କଣ ରହିଛି ସମୟ

ଦେଶରେ ଦିନକୁ ଦିନ ହୁ ହୁ ବଢ଼ିବାରେ ଲାଗିଛି କିଲର ଭାଇରସ କରୋନା। ତେବେ କରୋନା ମହାମାରୀର ଏହି ସଙ୍କଟ ମଧ୍ୟରେ ଆଜି ଠାରୁ ଭାରତୀୟ ରେଲୱେର ସ୍ପେଶାଲ ଟ୍ରେନ ଚାଲିବାକୁ ଯାଉଛି। ରେଲୱେ ଆଜି ନୂଆଦିଲ୍ଲୀରୁ ଦେଶର ବିଭିନ୍ନ ଅଞ୍ଚଳର ପ୍ରମୁଖ ସହରକୁ ୮ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ପାଇଁ ଅନଲାଇନ ଟିକେଟର ବୁକିଂ ସୋମବାର କରାଯାଇଛି। ପ୍ରଥମ ଟ୍ରେନ ଆଜି ଅପରାହ୍ନ ୩.୪୫ରେ ନୂଆଦିଲ୍ଲୀରୁ ବିଳାଶପୁର ଅଭିମୁଖେ ଯାତ୍ରା କରିବ। ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରି ଘରକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣ ନିହାତି ଜାଣିବା ଦରକାର ଯେ କେଉଁ କେଉଁ ଟ୍ରେନ ଚଳାଚଳ କରିବ, କେଉଁ ସମୟରେ ଚାଲିବ ଏବଂ କେଉଁ କେଉଁ ଷ୍ଟପେଜରେ ରହିବ।

ଏହି ରୁଟ୍ସରେ ଚାଲିବ ଏହି ଟ୍ରେନ

ଏହି ସ୍ୱତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀ-ବିଲାସପୁର, ହାଓ୍ବଡା-ନୂଆଦିଲ୍ଲୀ, ରାଜେନ୍ଦ୍ର ନଗର-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ଡିବ୍ରୁଗଡ, ନୂଆଦିଲ୍ଲୀ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ନୂଆଦିଲ୍ଲୀ, ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦ-ନୂଆଦିଲ୍ଲୀ ମଧ୍ୟରେ ଚାଲିବ।

trainଜାଣନ୍ତୁ ଟ୍ରେନ ସମୟ ଏବଂ ଷ୍ଟପେଜ

୧. ନୂଆଦିଲ୍ଲୀ (16:10) – ଦିବ୍ରୁଗଡ (07:00)

ଷ୍ଟପେଜ୍ : ଦିମାପୁର, ଲାମଡିଙ୍ଗ, ଗୁଆହାଟି, କୋକରଝର, ମାରୈନୀ, ନୂଆ ଜଲପାଇଗୁରୀ, କଟିହାର, ବରୁନି, ଦାନାପୁର, ପଣ୍ଡିତ ଦୀନଦୟାଲ ଜଙ୍କସନ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ

୨. ବେଙ୍ଗାଲୁରୁ(20:00) ରୁ ନୂଆଦିଲ୍ଲୀ(05:55)

ଷ୍ଟପେଜ୍ : ଅନନ୍ତପୁର, ଗୁନ୍ତକଲ, ସିକନ୍ଦରାବାଦ, ନାଗପୁର, ଭୋପାଳ, ଝାନସୀ

୩. ନୂଆଦିଲ୍ଲୀ(15:45)ରୁ ବିଲାସପୁର(12:00)

ଷ୍ଟପେଜ୍ : ରାୟପୁର, ନାଗପୁର, ଭୋପାଳ, ଝାନସୀ

୪. ହାୱଡା(16:50)ରୁ ନୂଆଦିଲ୍ଲୀ(10:00)

ଷ୍ଟପେଜ୍ : ଆସାନସୋଲ, ଧନବାଦ, ଗୟା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ

୫. ରାଜେନ୍ଦ୍ର ନାଗର(19:00) ରୁ ନୂଆଦିଲ୍ଲୀ(07:40)

ଷ୍ଟପେଜ୍ : ପାଟନା ଜଙ୍କସନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ

୬. ବେଙ୍ଗାଲୁ(20:00) ରୁ ନୂଆଦିଲ୍ଲୀ(05:55)

ଷ୍ଟପେଜ୍ : ଅନନ୍ତପୁର, ଗୁନ୍ତକଲ, ସିକନ୍ଦରାବାଦ, ନାଗପୁର, ଭୋପାଳ, ଝାନସୀ

୭. ମୁମ୍ବାଇ ସେଣ୍ଟ୍ରାଲ(17:00)ରୁ ନୂଆଦିଲ୍ଲୀ(08:35)

ଷ୍ଟପେଜ୍ : ସୁରଟ, ଭଦୋଦରା, ରତଲାମ, କୋଟା

୮. ଅହମ୍ମଦାବାଦ(17:40) ରୁ ନୂଆଦିଲ୍ଲୀ(07:30)

ଷ୍ଟପେଜ୍ : ପଲାନପୁର, ଆବୁ ରୋଡ୍, ଜୟପୁର, ଗୁରୁଗାଓଁ

SPECIAL TRAINଚାଦର ତକିଆ ମିଳିବନାହିଁ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏହି ଟ୍ରେନ ଗୁଡିକରେ କମ୍ବଳ, ଚାଦର ଏବଂ ଟାୱେଲ ଆଦି ଦିଆଯିବନାହିଁ। ଏହି ଟ୍ରେନ୍ ଗୁଡିକରେ ଏୟାର କଣ୍ଡିସିନର ପାଇଁ ସ୍ୱତନ୍ତ୍ର ନିୟମ ରହିବ, ସାଧାରଣ ଦିନ ଅପେକ୍ଷା ତାପମାତ୍ରା ସାମାନ୍ୟ ଅଧିକ ରଖାଯିବ ଏବଂ କୋଚ୍ ମଧ୍ୟରେ ସର୍ବାଧିକ ସତେଜ ବାୟୁ ଯୋଗାଣ ନିଶ୍ଚିତ ହେବ। ଟ୍ରେନରେ କେବଳ ଏସି କୋଚ୍ ରହିବ। କୌଣସି ଟ୍ରେନରେ ସାଧାରଣ କିମ୍ବା ସ୍ଲିପର କୋଚ୍ ଲଗାଯିବ ନାହିଁ । କନ୍‌ଫର୍ମ ହୋଇଥିବା ଟିକେଟ୍ ଥିବା ଯାତ୍ରୀମାନଙ୍କୁ କେବଳ ଷ୍ଟେସନ ଯିବାକୁ ଅନୁମତି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.