୩ ହଜାର ଟଙ୍କାରେ ବୁଲନ୍ତୁ ବୈଷ୍ଣୋଦେବୀ ଧାମ

ମାତାଙ୍କ ଦର୍ଶନ ପାଇଁ ରେଳ ବିଭାଗର ବଢ଼ିଆ ଅଫର। ଏବେ ମାତ୍ର ୩ ହଜାର ଟଙ୍କାରେ ବୁଲିଆସିବେ ବୈଷ୍ଣୋଦେବୀ ଧାମ। ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ନୂଆ ପ୍ଲାନ ଆଣିଛି। ଏଥିରେ ଯାତ୍ରୀମାନେ ଶସ୍ତା ପ୍ୟାକେଜରେ ମାତା ଙ୍କ ଦର୍ଶନ ଆରାମରେ କରିପାରିବେ। ଖାସ କଥା ହେଉଛି ଏଥିରେ ରହିବା ଓ ଖାଇବାର ସୁବିଧା ପାଇଁ କିଛି ଏକ୍ସଟ୍ରା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ବୈଷ୍ଣୋଦେବୀ ଯିବାକୁ ଚାହୁଁଥିଲେ ଆସିଗଲା ଖୁସି ଖବର। ଏବେ ଆପଣ ଖୁବ ଶସ୍ତାରେ ପୁଣି ଥରେ ବୈଷ୍ଣୋଦେବୀ ଯାତ୍ରା କରିପାରିବେ। ଯଦି ଆପଣ ବି ମାତାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଭାରତୀୟ ରେଳର ଏହି ଶାନଦାର ସୁବିଧା ସମ୍ପର୍କରେ ଜାଣିନିଅନ୍ତୁ।

ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ନୂଆ ପ୍ଲାନ ଆଣିଛି। ଏଥିରେ ଯାତ୍ରୀମାନେ ଶସ୍ତା ପ୍ୟାକେଜରେ ମାତା ଙ୍କ ଦର୍ଶନ ଆରାମରେ କରିପାରିବେ। ଖାସ କଥା ହେଉଛି ଏଥିରେ ରହିବା ଓ ଖାଇବାର ସୁବିଧା ପାଇଁ କିଛି ଏକ୍ସଟ୍ରା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଆଜି ଆମେ ଆପଣଙ୍କୁ ରେଳ ବିଭାଗର ଏମିତି ଏକ ଖାସ ପ୍ଲାନ ବିଷୟରେ କହିବୁ। ବିଭାଗର କହିବା ଅନୁଯାୟୀ ଏବେ କେବଳ ମାତ୍ର୩ ୩ ହଜାର ଟଙ୍କାରୁ କମ ଦାମରେ ଖାଇବା ପିଇବା ସହିତ ରହିବା ଓ ମାତାଙ୍କ ଦର୍ଶନ ସୁବିଧା ମିଳୁଛି। ଇଣ୍ଡିଆନ ରେଲେଓ୍ଵ କାଟରିଂ ଟୁରିଜିଂ କର୍ପୋରେସନ ଏହି ସୁବିଧା ପ୍ରଦାନ କରୁଛି। ଆଇଆରସିଟିସି ଏହି ଟୁର ପ୍ୟାକେଜ ରେ ଆପଣଙ୍କୁ ସାଧାରଣ ଟୁରରୁ ମଧ୍ୟ ଶସ୍ତା ପ୍ୟାକେଜ ମିଳିବ।

ଜାଣିରଖନ୍ତୁ ଯେ ଯଦି ଆପଣ ଏହି ପ୍ଳାନରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ କିଛି ରୁଲ ରହିଛି। ସେ ସମ୍ପର୍କରେ ଜାଣିନିଅନ୍ତୁ। ଯଦି ଆପଣ ସିଙ୍ଗିଲ ରୁମ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୫୩୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ସେମିତି ଡବଲ ସେୟାରିଂ ରୁମ ନେଲେ ଆପଣଙ୍କୁ ୩୨୪୦ ଟଙ୍କାର ପ୍ୟାକେଜ ବୁକ କରିବାକୁ ହେବ। ଟ୍ରିପଲ ସେୟାରିଂ ପାଇଁ ୨୮୪୫ ଟଙ୍କା ଦେବାକୁ ହେବ। ଏହାବ୍ୟତିତ ୫ ରୁ ୧୧ ବର୍ଷ ପିଲାଙକ ପାଇଁ ପ୍ରତି ବେଡ ହିସାବରେ ୧୮୩୫ ଟଙ୍କା ବୁକ କରିବାକୁ ହେବ।

ଏବେ ଜାଣନ୍ତୁ କଣ ମିଳିବ ସୁବିଧା:
-ଆପଣଙ୍କ ଟ୍ରେନ ଟିକେଟ, ରହିବା, ଖାଇବାର ସବୁ ସୁବିଧା ଆଇଆରସିଟିସି ଦେବ।
-ଆପଣଙ୍କୁ ଉତ୍ତର କ୍ରାନ୍ତି ଟ୍ରେନର ନନ୍‌ ଏସି ସ୍ଲିପର କ୍ଲାସ ର ଟିକେଟ ଦିଆଯିବ।
-ଆପଣଙ୍କୁ ଦିଲ୍ଲୀ ରେଲେଓ୍ଵ ଷ୍ଟେସନ ରେ ରାତି ୮.୩୦ ରେ ଆସିବାକୁ ହେବ।
-ପର ଦିନ ଆପଣ ମାତାଙ୍କ ଦର୍ଶନ କରିପାରିବେ।
-ଏମିତିରେ ଆପଣ ଆଇଆରସିଟିସି ର ଗେଷ୍ଟ ହାଉସ ରେ ରହିପାରିବେ।
-ଖାଇବା ଠୁ ଆରମ୍ଭ କରି ରହିବାର ସୁବିଧା ମିଳିବ।
-ପରେ ଫେରିବା ସମୟରେ ଏକ ସେୟାରିଂ ଗାଡ଼ି ମଧ୍ୟ ମିଳିବ।

କିଏ ପାଇବେ ଲାଭ?
ଯଦି ଆପଣ ଏକ ସରକାରୀ କର୍ମଚାରୀ ତେବେ ଆପଣ ନିଜ କମ୍ପାନୀ ରେ ସ ମସ୍ତ ବିଲ ଜମା କରି ଲାଇଭ ଟ୍ରାଭେଲ କମ୍ପେନସେସନ୍‌ ବା ଏଲଟିସି ର ଲାଭ ପାଇପାରିବେ। ଏହିୁ ପ୍ୟାକେଜ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ଆପଣ ଏହାର ଅଫିସିଆଲ େଓ୍ଵବସାଇଟ irctctourism.com କୁ ଯାଇ ଭିଜିଟ୍‌ କରିପାରିବେ।