IRCTC Accountରେ ଆଧାରକାର୍ଡକୁ କରନ୍ତୁ ଲିଙ୍କ ନହେଲେ ଟିକେଟ ବୁକିଂରେ ହେବ ସମସ୍ୟା, ଜାଣନ୍ତୁ ନୂଆ ନିୟମ

ରେଳ ବିଭାଗ ଟ୍ରେନ ଟିକେଟ ବୁକିଂ ପ୍ରକ୍ରିୟାକୁ ନେଇ ଅନେକ ନିୟମ ପରିବର୍ତ୍ତନ କରିଥାଏ। ଯେପରି କୌଣସି ଯାତ୍ରୀଙ୍କୁ କିଛି ଅସୁବିଧା ହେବ ନାହିଁ। ଅନଲାଇନ ଓ ଅଫଲାଇନ ଉଭୟ ପ୍ରିକ୍ରିୟାରେ ଅନେକ ନୂଆ ନିୟମ ଲାଗୁ ହୋଇଥାଏ। ଏବେ ମଧ୍ୟ ଭାରତୀୟ ରେଳ ବିଭାଗ ପୁଣି ଏକ ନୂଆ ରୁଲ ଲାଗୁ କରିଛି।

ଏଥର ଆଇଆରସିଟିସି ବିଭାଗ ତରଫରୁ ଏହି ସୂଚନା ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ IRCTC Account ରେ ନିଜ ଆଧାର କାର୍ଡ କୁ ଲିଙ୍କ କରିନାହାନ୍ତି ତେବେ ଅନଲାଇନ ଟ୍ରେନ ବୁକିଂରେ ଆପଣଙ୍କର ସମସ୍ୟା ହୋଇପାରେ।

ରେଳରେ ଯାତ୍ରା ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଧନୀ ଲୋକ ପର୍ଯ୍ୟନ୍ତ କରିଥାନ୍ତି। ଦେଶର ପାଖାପାଖି ସମସ୍ତ ସ୍ଥାନ ରେଳ ସହ କନେକ୍ଟ ଅଛି। ସେମିତିରେ ଦୂର ଯାତ୍ରା ପାଇଁ ମଧ୍ୟ ରେଳ ଯାତ୍ରା ଖୁବ ଶସ୍ତା ପଡ଼ିଥାଏ। ଏମିତିରେ ସମସ୍ତେ ଅନଲାଇନରେ ଟିକେଟ ବୁକିଂ କରିବା ଉପାୟକୁ ବାଛୁଛନ୍ତି।

କିଛି ଜଣଙ୍କୁ ଗୋଟିଏ ମାସରେ ଅନେକ ଥର ଟିକେଟ ବୁକିଂ କରିବାକୁ ପଡ଼େ। ଏମିତିରେ ଅନେକ ସମୟରେ ସମସ୍ୟା ମଧ୍ୟ ଦେଖାଯାଏ। ରେଳ ଟିକେଟକୁ ଅନଲାଇନରେ ବୁକିଂ କରିବା ମଧ୍ୟ ଖୁବ ସହଜ ହୋଇଥାଏ। ଆଇଆରସିଟିସି ଆକାଉଣ୍ଟରେ ଅନଲାଇନ ଜରିଆରେ ରେଳ ଟିକେଟ ବୁକିଂ କରାଯାଏ ଏମିତିରେ ଯଦି ଆପଣଙ୍କ ଆଇଆରସିଟିସି ଆକାଉଣ୍ଟ ଆଧାରକାର୍ଡ ସହ ଲିଙ୍କ ହୋଇନାହିଁ ତେବେ ଆପଣଙ୍କ ଟିକେଟ ବୁକିଂରେ ସମସ୍ୟା ହୋଇପାରେ। ଯେଉ ଁ କାରଣରୁ ଭାରି କ୍ଷତି ମଧ୍ୟ ସହିବାକୁ ପଡ଼ିବ।

ଏବେ ଜାଣନ୍ତୁ ଆଧାରକାର୍ଡ ସହ ଲିଙ୍କ ଥିଲେ କେଉଁ ସୁ ବିଧା ମିଳେ:
-IRCTC ଆକାଉଣ୍ଟରେ ଆଧାରକାର୍ଡ ଲିଙ୍କ ଥିଲେ ଅନେକ ଲାଭ ମିଳିଥାଏ।
-ଏମିତି ଥିଲେ ଯାତ୍ରୀଜଣକ ଗୋଟିଏ ମାସରେ ଅଧିକ ଥର ଟିକେଟ ବୁକିଂ କରିପାରିବେ।
-ଆଧ ।ର କାର୍ଡ ଲିଙ୍କ ନଥିଲେ ଯାତ୍ରୀ କମ ଟିକେଟ ବୁକ କରିପାରିବେ।

ଏମିତିରେ ଯଦି ଲିଙ୍କ ଥାଏ ତେବେ ଗୋଟିଏ ମାସରେ ୨୪ଟି ଟିକେଟ ବୁକ କରିପାରିବେ। ଆଉ ଯଦି ଆଧାର ଲିଙ୍କ ନଥାଏ ତେବେ ୟୁଜର ଗୋଟିଏ ମାସରେ କେବଳ ୧୨ଟି ଟିକେଟ ବୁକିଂ କରିପାରିବେ।

ଏମିତି କରନ୍ତ ୁ ଆଧାର ସହ ଲିଙ୍କ:
-ୟୁଜରଙ୍କୁ My Profile କୁ ଯାଇ ଆଧାର କେଓ୍ଵାଇସି ଅପସନ ଉପରେ କ୍ଳିକ କରିବାକୁ ହେବ। ଏହାପରେ ଆଧାର ଭେରିଫାଏ କରିବାକୁ ପଡ଼ିବ।
-ୟୁଜରଙ୍କ ମୋବାଇଲ ନମ୍ବରରେ ଏ କ ଓଟିପି ଆସିବ । ଏହାପରେ ତାଙ୍କ ଆଧାର କୁ ଭେରିଫାଏ କରାଯିବ। ଓଟିପି ସବମିସନ ପରେ ୟୁଜର ଙ୍କ ଆଧାର କାର୍ଡ ଭେରିଫାଏ ହୋଇଯିବ ।