କରୋନା ପାଇଁ ଘରେ ରହି କାମ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ବେଷ୍ଟ ଡାଟା ପ୍ଳାନ୍ସ

କରୋନା ଭାଇରସର ପ୍ରଭାବ ସାରା ଦୁନିଆରେ ପଡୁଥିବାର ଦେଖି ଭାରତ ସରକାର ଦେଶର ଅନେକ ସହରରେ ଥିବା ସ୍କୁଲ, କଲେଜକୁ ବନ୍ଦ କରିଦେଇଛନ୍ତି। ଏହାଛଡା ପ୍ରାଇଭେଟ୍‌ କମ୍ପାନୀ ମଧ୍ୟ ନିଜର କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ‘ଓ୍ଵାର୍କ ଫ୍ରମ୍‌ ହୋମ’ରେ ଘରେ ରହି କାମ କରିବେ କିନ୍ତୁ ସବୁଠାରୁ ଅଧିକ ଆବଶ୍ୟକ ଇଣ୍ଟରନେଟ। କାରଣ ଇଣ୍ଟରନେଟ୍‌ ଠିକଠାକ୍‌ ଚାଲୁନଥିଲେ ଆପଣ ଘରେ ରହି ବି କାମକୁ ସାରି ପାରିବେନି। ଏଥିପାଇଁ ବିରକ୍ତି ମଧ୍ୟ ଲାଗିପାରେ। କିନ୍ତୁ ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡିଆର କିଛି ଏମିତି ଡାଟା ପ୍ଲାନ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ଘରେ ବସି ମଧ୍ୟ କମ୍ପ୍ୟୁଟର କିମ୍ବା ଲାପଟପରେ ଅଫିସ୍‌ କାମ କରିପାରିବେ।

ଜିଓର ୫୯୯ ଟଙ୍କିଆ ପ୍ଲାନ୍‌

jio dataଜିଓର ୫୯୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନରେ ୟୁଜର୍ସଙ୍କୁ ୮୪ ଦିନର ବୈଧତାରେ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସର ମଧ୍ୟ ସୁବିଧା ମିଳିବ। ଏହାଛଡା ଜିଓ-ଟୁ-ଜିଓ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ ସହିତ ଅନ୍ୟ ନେଟଓ୍ଵାର୍କକୁ ୩୦୦୦ ମିନିଟ୍‌ ମିଳିବ। ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରିମିୟମ ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ମିଳିବ।

୪୪୪ ଟଙ୍କିଆ ଜିଓ ପ୍ଲାନ

ଜିଓର ୪୪୪ ଟଙ୍କାର ପ୍ରିପେଡ୍‌ ପ୍ଲାନରେ ଗ୍ରାହକଙ୍କୁ ୫୬ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସର ସୁବିଧା ମିଳିବ। ଏହି ପ୍ଲାନରେ ଜିଓ-ଟୁ-ଜିଓ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲ୍‌ କରିପାରିବେ। କମ୍ପାନୀ ଅନ୍ୟ ନେଟଓ୍ଵାର୍କରେ କଲିଂ ପାଇଁ ୨,୦୦୦ ମିନିଟ୍‌ ରହିଛି। ୟୁଜର୍ସଙ୍କୁ ଏହି ପ୍ୟାକ ସହିତ ପ୍ରିମିୟମ୍‌ ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ମିଳିବ।

୪୪୯ ଟଙ୍କିଆ ଏୟାରଟେଲ୍‌ ପ୍ଲାନ

airtelଏୟାରଟେଲର ୪୪୯ ଟଙ୍କା ପ୍ଲାନରେ ୟୁଜର୍ସଙ୍କୁ ୫୬ ଦିନର ବୈଧତା ସହିତ ପ୍ରିତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସର ସୁବିଧା ମିଳିବ। ଏହାଛଡା ୟୁଜର୍ସଙ୍କୁ କୌଣସି ବି ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ କରିପାରିବେ। ଏହି ପ୍ଲାନରେ କମ୍ପାନୀ ୟୁଜର୍ସଙ୍କୁ ପ୍ରିମିୟମ୍‌ ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ।

୩୯୯ ଟଙ୍କିଆ ଭୋଡାଫୋନ-ଆଇଡିଆ ପ୍ଲାନ

ଭୋଡାଫୋନ-ଆଇଡିଆର ୩୦୦ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ୟୁଜର୍ସଙ୍କୁ ୧ ଜିବି ଡାଟା ଏବଂ ୧୦୦ ଏସଏମଏସ ସୁବିଧା ମିଳିବ। ଏହାସହିତ ୟୁଜର୍ସ କୌଣସି ବି ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲ୍‌ କରିପାରିବେ। ଏହାଛଡା କମ୍ପାନୀ ୟୁଜର୍ସଙ୍କୁ ପ୍ରିମିୟମ୍‌ ଆପ୍ସର ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ।

idea୬୯୯ ଟଙ୍କିଆ ଭୋଡାଫୋନ-ଆଇଡିଆ ପ୍ଳାନ୍‌

ଭୋଡାଫୋନ-ଆଇଡିଆର ୬୯୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୮୪ ଦିନର ବୈଧତା ସହିତ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ୍‌ ସୁବିଧା ମିଳିବ। ଏହାସହିତ ୟୁଜର୍ସଙ୍କୁ କୌଣସି ବି ନେଟଓ୍ଵାର୍କରେ ଅନଲିମିଟେଡ୍‌ କଲିଂ କରିପାରିବେ। ଏହି ପ୍ଲାନରେ କମ୍ପାନୀ ୟୁଜର୍ସଙ୍କୁ ପ୍ରିମିୟମ ଆପ୍ସ ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.