ଯଦି ଏବେ ପର୍ଯ୍ୟନ୍ତ ଆପଣ ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିନାହାଁନ୍ତି ତାହେଲେ ଆପଣ ଏକ ବହୁତ ବଢ଼ିଆ ମଉକା ହରାଉଛନ୍ତି ବୋଲି ଜାଣନ୍ତୁ। ଏହାଦ୍ୱାରା ଖାତାଧାରକଙ୍କୁ ଅନେକ ପ୍ରକାର ଫାଇଦା ମିଳୁଛି ଯାହାକୁ ଜାଣିବା ପରେ ଆପଣ ବି ଏହି ଖାତା ଖୋଲିବାକୁ ଇଚ୍ଛା କରିବେ। ଜିରୋ ବାଲାନ୍ସରେ ଖୋଲାଯାଉଥିବା ଜନଧନ ଖାତାରେ ଦେଶର ପ୍ରାୟ ୪୧ କୋଟିରୁ ଅଧିକ ଲୋକ ଯୋଡି ହୋଇସାରିଲେଣି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗୋଟେ ଟଙ୍କା ନଥିଲେ ବି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଉଠାଇପାରିବେ।
ଆଜ୍ଞା ହଁ, ଯଦି ଆପଣ ପିଏମ୍ ଜନଧନ ଖାତା ଖୋଲିଛନ୍ତି ତାହେଲେ ଜାଣିରଖନ୍ତୁ ଜିରୋ ବାଲାନ୍ସରେ ବି ଆପଣ ଉଠାଇପାରିବେ ୧୦ ହଜାର ଟଙ୍କା। ଆପଣ ଚାହିଁଲେ କ୍ୟାସ୍ ବି ବାହାର କରିପାରିବେ। କିମ୍ବା କିଣାକିଣି ବି କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଧନ ଯୋଜନାକୁ ନେଇ ଘୋଷଣା କରିଥିଲେ। ଯାହାପରେ ଏବେ ସୁଦ୍ଧା ଏହି ଯୋଜନାରେ ୪୧ କୋଟିରୁ ଅଧିକ ଲୋକ ଖାତା ଖୋଲିସାରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଖାତାଧାରକ ୧୦ ହଜାର ଟଙ୍କା ହାସିଲ କରିପାରିବେ।
ଯଦି ଆପଣଙ୍କ ପାଖରେ ଜନଧନ ବ୍ୟାଙ୍କ ଖାତା ରହିଛି ଏବଂ ଜିରୋ ବାଲାନ୍ସ ରହିଛି ତାହେଲେ ବି ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ। ଏଥିରେ ଆପଣଙ୍କୁ ରୁପେ ଡେବିଟ୍ କାର୍ଡ ବି ଦିଆଯାଇଛି। ଯାହା ଜରିଆରେ ଟଙ୍କା ଉଠାଇବା କିମ୍ବା ଏହାର ବ୍ୟବହାର କରିବା ସହଜ ହୋଇପାରିବ। ଏହାବ୍ୟତୀତ ଜନଧନ ଯୋଜନାରେ ଅନେକ ସୁବିଧା ମଧ୍ୟ ଦିଆଯାଇଥାଏ।
ଜନଧନ ଯୋଜନାରେ ମିଳିଥାଏ ଏହି ସୁବିଧା
- ଖାତା ଖୋଲିବା ପାଇଁ ନ୍ୟୁନତମ ବୟସ ସୀମା ରହିଛି ୧୦ ବର୍ଷ ରୁ ମଧ୍ୟ କମ୍
- ରୂପେ ଏଟିଏମ କାର୍ଡ
- ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କଭର
- ୩୦ ହଜାର ଟଙ୍କାର ଲାଇଫ କଭର
- ଜମା ରାଶି ଉପରେ ସୁଧ
- ୧୦ ହଜାରର ଓଭରଡ୍ରାଫ୍ଟ ସୁବିଧା
- ସମସ୍ତ ବ୍ୟାଙ୍କରେ ଖୋଲିପାରିବେ ଜନଧନ ଆକାଉଣ୍ଟ
ଏହା ହେଉଛି ଜରୁରୀ ଦସ୍ତାବିଜ୍
ଯଦି ଆପଣ ମଧ୍ୟ ଜନଧନ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ କିଛି ଜରୁରୀ ଦସ୍ତାବିଜକୁ ଜମା କରିବାକୁ ପଡିଥାଏ। ଆଧାର କାର୍ଡ, ପାନ କାର୍ଡ କିମ୍ବା ଅନ୍ୟ କେଓ୍ଵାସୀ ଡକ୍ୟୁମେଣ୍ଟ, ସେଲ୍ଫ-ଆଟେଷ୍ଟେଡ ଫଟୋଗ୍ରାଫ ଆଦି। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ଡକ୍ୟୁମେଣ୍ଟ ନାହିଁ ତାହେଲେ ଆପଣ ସ୍ମଳ୍ ଆକାଉଣ୍ଟ ଖୋଲିପାରିବେ। ଜନଧନ ଖାତା ଖୋଲିବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ହେବନାହିଁ।