ଲୋକସଭା ନିର୍ବାଚନ ୨୦୧୯ : ଏହି ଆପ୍ ଦ୍ବାରା ଆପ୍ଲାଏ କରନ୍ତୁ କାର୍ଡ, ଏଇଠି ରହିଛି ପୂରା ପ୍ରୋସେସ

ଯଦି ଆପଣଙ୍କୁ ନିଜ ଭୋଟର କାର୍ଡ କରେକସନ କରିବା ପାଇଁ ଚାହୁଁଛନ୍ତି କିମ୍ବା ଭୋଟର କାର୍ଡକୁ ଜଡିତ ଯେକୌଣସି ବି ସୂଚନା ଆପଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ସରକାର କାର୍ଯ୍ୟାଳୟ ଯିବାକୁ ଆବଶ୍ୟକ ପଡିବ ନାହିଁ। ଲୋକସଭା ନିର୍ବାଚନ ୨୦୧୯ ଆଗକୁ ଥିବା ଯୋଗୁଁ ଯଦି ଆପଣଙ୍କୁ ଭୋଟର ଆଇଡି କାର୍ଡ ଆପ୍ଲାଏ କାରିବାର ଅଛି କିମ୍ବା ଏହାକୁ ଜଡିତ ଥିବା ସମସ୍ତ କାମ କରିବା ପାଇଁ ଆପଣ Online Voter Service Portal ଆପ୍ ର ବ୍ୟବହାର କରିପାରିବେ।

ଏହି ଆପକୁ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯିବାକୁ ହେବ। ଏହାପରେ ସର୍ଚ୍ଚ ଅପ୍ସନକୁ ଯାଇ ଅନଲାଇନ ଭୋଟର ସର୍ଭିସ ପୋର୍ଟାଲ ସର୍ଚ୍ଚ କରିବାକୁ ହେବ। ଏହାପରେ ଆପଣଙ୍କୁ ଉପରୁ ୪ ନମ୍ବର ବିଶିଷ୍ଟ ଆପକୁ ନିଜ ଫୋନରେ ଡାଉନଲୋଡ କରିବାକୁ ହେବ। ଏବେ ଆପଣ ଏହି ଆପକୁ ଖୋଲିବା ପରେ ଆପଣଙ୍କ ସାମ୍ନାକୁ ଏକ ଡିସକ୍ଲାଇମର ମିଳିବ। ଯାହାକୁ ଆକସେପ୍ଟ କରିବା ପରେ ଆପଣ ଏହାର ଫିଚର୍ସକୁ ବ୍ୟବହାର କରିପାରିବେ। ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ।

ଅନଲାଇନ ଭୋଟର ସର୍ଭିସ ପୋର୍ଟାଲ ଆପର ଫାଇଦା

ଏହି ଆପକୁ ଡାଉନଲୋଡ କରିବା ପରେ ଆପଣ ଘରେ ବସି ସହଜରେ ଭୋଟର କାର୍ଡରେ କରେକସନ କରିପାରିବେ। ଏହାଛଡା ଆପଣ ଏହି ଆପ୍ ସାହାଯ୍ୟରେ ଏହା ଜାଣିପାରିବେ ଯେ ଆପଣଙ୍କ ନାମ ଭୋଟର ଲିଷ୍ଟରେ ଅଛି ନା ନାହିଁ। ଏହା ପାଇଁ ଆପଣଙ୍କୁ ନିଜର ଭୋଟର କାର୍ଡର ନମ୍ବର ଦେବାକୁ ହେବ।

Voter-ID-cardଏହି ଆପର ବିଶେଷତ୍ବ ହେଉଛି ଆପଣ ଏଥିରୁ ନୂଆ କାର୍ଡ ପାଇଁ ଆପ୍ଲାଏ କରିପାରିବେ। ଏହା ସହିତ ଆପଣ ଜାଣିପାରିବେ ଯେ ଆପଣଙ୍କ ନୂଆ ଭୋଟର କାର୍ଡର ପ୍ରୋସେସ କେତେ ପର‌୍ୟ୍ୟନ୍ତ ହୋଇଛି। ଜଣାଇବାକୁ ଚାହିଁବୁ ବର୍ତ୍ତମାନ ଏହି ଆପକୁ ୧ ଲକ୍ଷରୁ ଅଧିକ ଡାଉନଲୋଡ କରାଗଲାଣି।

ଏହାଛଡା ନିର୍ବାଚନ ଆୟୋଗ ନିକଟରେ ଠିକ ଏହିଭଳି ଆପ ଭୋଟର ହେଲ୍ପଲାଇନ ନାମରେ ଲଞ୍ଚ କରିଛନ୍ତି। ଆସନ୍ତୁ ଜାଣିବା ଏହି ଆପରେ କଣ ରହିଛି ଫାଇଦା ଏବଂ ଏହି ଆପ କେମିତି କାମ କରିବ।

ଲୋକସଭା ନିର୍ବାଚନ ୨୦୧୯କୁ ଧ୍ୟାନରେ ରଖି ନିର୍ବାଚନ ଆୟୋଗ ଭୋଟର ହେଲ୍ପ ଲାଇନ ନାମରେ ଏକ ଆପ୍ ଲଞ୍ଚ କରିଛନ୍ତି। ଯାହାକୁ ଗୁଗଲ ପ୍ଳେ ଷ୍ଟୋରରେ ଫ୍ରୀରେ ଡାଉନଲୋଡ କରାଯାଇପାରିବ। ଆପଣ ଏହି ଆପ୍ ସାହାଯ୍ୟରେ ନିଜର ଭୋଟର କାର୍ଡକୁ ଘରେ ବସି କରେକସନ କରିପାରିବେ।

ଏମିତି ସୁବିଧା ପ୍ରଥମ ଥର ପାଇଁ ହୋଇଛି ଯେଉଁଠି ନିର୍ବାଚନ ଆୟୋଗ ଭୋଟର ମାନଙ୍କର ଅସୁବିଧାକୁ ଶେଷ କରିବା ପାଇଁ ଏହି ଆପକୁ ଜାରୀ କରିଛନ୍ତି। ଏହି ଆପ୍ ସାହାଯ୍ୟରେ ପୂର୍ବ ଲୋକସଭା ନିର୍ବାଚନ ବିଷୟରେ ସୂଚନା ପାଇପାରିବେ। ଏହା ଛଡା ଏହି ଆପ ସାହାଯ୍ୟରେ ଆପଣ ଇଭିଏମ ଏବଂ ବିବି ମେସିନର ବ୍ୟବହାର କେମିତି କରିବେ ତାହାର ସୂଚନା ପାଇପାରିବେ।

Leave A Reply

Your email address will not be published.