ରୋଗୀଙ୍କ ଚିକିତ୍ସା କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସିଲା କାର , ୩ ମୃତ ଜଣେ ନିଖୋଜ

କୋତବାଲି ଅନ୍ତର୍ଗତ ମଟକ ମାଜରୀ ନିକଟରେ ପିଜିଆଇ ଚଣ୍ଡିଗଡରୁ ରୋଗୀର ଚିକିତ୍ସା କରି ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇ କାରଟି କେନାଲ ଭିତରେ ବୁଡିଯାଇଥିବା ଜଣାପଡିଛି । ରାତି ପାଖାପାଖି ଦେଢଟାବେଳେ ହୋଇଥିବା ଏହି ଦୁର୍ଘଟଣାରେ କାରରେ ଥିବା ଦୁଇଜଣ ଗାଡିରୁ ଡେଇଁପଡି ନିଜ ଜୀବନ ବଞ୍ଚାଇଥିଲେ । ଏସଡିଆରଏଫ୍ ଏବଂ ପୋଲିସ୍ ବୋଟ ଦ୍ବାରା କାରଟିକୁ ନଦୀରୁ ଉଦ୍ଧାର କରିଥିବାବେଳେ କାର ଭିତରେ ଥିବା ତିନୋଟି ମୃତ୍ୟୁଦେହକୁ ଉଦ୍ଧାର କରିଛନ୍ତି । ତେବେ ବର୍ତ୍ତମାନ ଆଉ ଏକ ମୃତଦେହ ନିଖୋଜ ଥିବା ଜଣାପଡିଛି । ଯାହାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.