Below header

ଏଣିକି ପ୍ରୋଭିଡେଣ୍ଟ ଫଣ୍ଡରେ ଦରମାର ୧୦ ପ୍ରତିଶତରୁ ଅଧିକ ଜମା କରିପାରିବେ କର୍ମଚାରୀ: ଶ୍ରମ ମନ୍ତ୍ରାଳୟ

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛିକି, ଏଣିକି କର୍ମଚାରୀ ମାନେ ଆଗାମୀ ତିନି ମାସ ଯାଏଁ ନିଜ ମୂଳ ଦରମାର ୧୦ ପ୍ରତିଶତ ଅର୍ଥ ରାଶିରୁ ଅଧିକ କୌଣସି ଭବିଷ୍ୟ ନିଧି ଯୋଜନାରେ  ଯୋଗଦାନ କରି ପାରିବେ । ଶ୍ରମ ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, କର୍ମଚାରୀ ମାନେ ଯଦି ଚାହିଁବେ ତ ଚଳିତ ବର୍ଷ ନିଜ ପ୍ରୋଭିଡେଣ୍ଟ ଫଣ୍ଡରେ ମେ, ଜୁନ ଓ ଜୁଲାଇ ତିନି ମାସ ପାଇଁ ୧୦ ପ୍ରତିଶତରୁ ଅଧିକ ମଧ୍ୟ ଅଂଶଦାନ କରି ପାରିବେ । କିନ୍ତୁ ଏମ୍ପ୍ଲୋୟର ମାନେ କର୍ମଚାରୀଙ୍କ ପାଇଁ ନିଜ ଅଂଶଦାନକୁ ୧୦ ପ୍ରତିଶତରେ ସୀମିତ ରଖିପାରିବେ ।

money

କହିରଖିବା ଉଚିତ ହେବକି, ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଘୋଷଣାନାମାରେ ପିଏଫ ଜମାରାଶିର ନ୍ୟୁନତମ ସୀମାକୁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଥିଲେ । ଏହା ଦ୍ୱାରା କର୍ମଚାରୀ ମାନେ ଅଧିକ ନଗଦ ଦରମା ରାଶି ପାଇବା ସହ ଏମ୍ପ୍ଲୋୟର ମାନେ ବି କିଛିଟା ତ୍ରାହି ପାଇପାରିବେ । ନିକଟରେ ହିଁ ଶ୍ରମ ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, ଆଗାମୀ ତିନି ମାସ ପାଇଁ ନିଯୁକ୍ତ କାରୀଙ୍କ ସାମାଜିକ ସୁରକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ରହି ପାରିବ । ଏହି ନିଷ୍ପତ୍ତି ଅନୁଯାୟୀ ସଂଗଠିତ କ୍ଷେତ୍ରର ପାଖାପାଖି ୪.୩ କୋଟି କର୍ମଚାରୀ ମଧ୍ୟ ଅଧିକ ବେତନ ଲାଭ କରି ପାରିବେ । ସୂଚନା ଦେବା ଯୋଗ୍ୟକି, ଗତ ମାସରେ ହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତିନି

ମାସ ପାଇଁ ଭବିଷ୍ୟ ନିଧି ଯୋଜନାରେ ଉଭୟ ନିଯୁକ୍ତି ଦାତା ଓ କର୍ମଚାରୀଙ୍କ ଯୋଗଦାନକୁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଥିଲେ । ଏହି ଉଭୟଙ୍କ ନଗଦ ପରିମାଣ ବଢାଇବା ହିଁ ଏହାର ମୂଳ ଲକ୍ଷ ଥିଲା । କିନ୍ତୁ ଏକ ଜରୁରୀ ସୂଚନା ଅନୁଯାୟୀ, ଏହି ନୂଆ ନିୟମ କୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧିନସ୍ଥ ବା ପରିଚାଳିତ କ୍ଷେତ୍ର ଗୁଡିକରେ ଲାଗୁ ହେବ ନାହିଁ । ଏହା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନସ୍ଥ କର୍ମଚାରୀ ବା ହିତାଧିକାରୀଙ୍କ ପାଇଁ ବି ଲାଗୁ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.