ଚୀନ୍‌ ଛାଡ଼ି ଆଗ୍ରା ଆସିବ ଜର୍ମାନୀର ଜୋତା କମ୍ପାନୀ, ୧୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି

୮୦ରୁ ଅଧିକ ଦେଶରେ ଜୋତା ସପ୍ଲାଏ କରୁଥିବା ଜର୍ମାନୀ କମ୍ପାନୀ ଓ୍ଵାନ୍‌ ବେଲକ୍ସ ଚୀନ୍‌ରୁ ନିଜ ମ୍ୟାନୁଫ୍ୟାକ୍‌ଚରିଂ ପ୍ଲାଣ୍ଟକୁ ଆଗ୍ରା ସିଫ୍ଟ କରିବାକୁ ଯୋଜନା କରୁଛି। ଆଗ୍ରାରେ ହେବାକୁ ଥିବା କମ୍ପାନୀରେ ପ୍ରତିବର୍ଷ ୩୦ ଲକ୍ଷ ଜୋତା ତିଆରି କରାଯିବ। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଆଗ୍ରାରେ ୧୧୦ କୋଟି ଟଙ୍କା ନିବେଶ କରିବ। ଏହି ପ୍ଲାଣ୍ଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାଯାଇଛି। ଜର୍ମାନ କମ୍ପାନୀ ଭାରତର ଲେସଟ୍ରିକ୍‌ ଇଣ୍ଡଷ୍ଟ୍ରୀ ସହ ମିଶି କାମ କରିବ। କମ୍ପାନୀ ସମ୍ପୂର୍ଣ୍ଣ ନିବେଶ ଆଗାମୀ ୨ ବର୍ଷ ମଧ୍ୟରେ କରିବ।

Shooz Shop, Panjim - Shoe Dealers in Goa - Justdial

ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନୀ ଆଉ ଏକ ନୂଆ ୟୁନିଟ୍‌ ତିଆରି କରିବ। ଏହି ୟୁନିଟ୍‌ କମ୍ପାନୀକୁ ଜୋତା ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ଯଥା: ସୋଲ, ସ୍ୱତନ୍ତ୍ର ଅଠା, କେମିକାଲ ଆଦି ଯୋଗାଇବ। ଏହି ସବୁ ଉତ୍ପାଦ ବର୍ତ୍ତମାନ ଭାରତରେ ଉପଲବ୍ଧ ହେଉନାହିଁ। ଏଣୁ କମ୍ପାନୀ ଏଥିପାଇଁ ନିଜର ସ୍ୱତନ୍ତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରିବ।

Tamara Mellon opens her first shoe store in California

ଚୀନ୍‌ ଛାଡ଼ି କମ୍ପାନୀ ଭାରତ ଆସିବା ପଛରେ ସବୁଠୁ ବଡ଼ କାରଣ ହେଉଛି ଏଠାରେ ଶସ୍ତାରେ କୁଶଳୀ ଶ୍ରମିକ ଅଛନ୍ତି। ଏହା ବ୍ୟତୀତ ଜୋତା ନିର୍ମାଣ ପାଇଁ ଆବଶ୍ୟକୀୟ କଞ୍ଚାମାଲ ମଧ୍ୟ ଭାରତରେ ପ୍ରଚୁର ପରିମାଣରେ ରହିଛି। ଅନ୍ୟପଟେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ନିବେଶକୁ ନେଇ ମଧ୍ୟ ରିହାତି ପ୍ରଦାନ କରାଯାଉଛି। ଆଗ୍ରା ଭାରତର ଜୋତା ନିର୍ମାଣ ହବ୍‌ ଭାବେ ମଧ୍ୟ ପରିଚିତ। ଏହି କାରଣରୁ କମ୍ପାନୀ ଏହି ଜିଲ୍ଲାରେ ୟୁନିଟ୍‌ ତିଆରି କରିବାକୁ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.