୫୦ଟଙ୍କା ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଏହି ଉପାୟରେ କରନ୍ତୁ ବୁକିଂ

କରୋନା ମହାମାରୀରେ ମହଙ୍ଗା ମାଡରେ ଲୋକ ଘାଇଲା ହେଉଛନ୍ତି। ଏହାରି ମଧ୍ୟରେ ସବୁ ଜିନିଷର ଦରଦାମ ମଧ୍ୟ ବଢ଼ିଚାଲିଛି। ପରିବା ଠୁ ଆରମ୍ଭ କରି ରୋଷେଇ ଗ୍ୟାସ ସିଲିଣ୍ଡର ଦର ଆକାଶ ଛୁଆଁ ହେଲାଣି। ତେଣୁ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକ ଏଥିପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି।
କିନ୍ତୁ ଏବେ ରୋଷେଇ ଗ୍ୟାସ ସିଲିଣ୍ଡର ଦରକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଗ୍ରାହକଙ୍କ ପାଇଁ ନୂଆ ଅଫର ଆସିଛି। ଏବେ ସିଲିଣ୍ଡର ଦରରେ ୫୦ ଟଙ୍କା କମ ହୋଇଛି। ଏହି ସୁବିଧା ସରକାରଙ୍କ ତରଫରୁ ନୁହେଁ ବରଂ ଡିଜିଟାଲ ପେମେଣ୍ଟର ସୁବିଧା ଦେଉଥିବା ପକେଟସ୍ ଆପ ତରଫରୁ ମିଳୁଛି। ଏହି ଆପ୍ ଜରିଆରେ ଗ୍ୟାସ ସିଲିଣ୍ଡର ବୁକିଂ କଲେ ଆପଣଙ୍କୁ କ୍ୟାସବ୍ୟାକ ମିଳିବ।
ଏବେ ଆପଣ ପକେଟସ୍ ଆପ୍ ଜରିଆରେ ଗ୍ୟାସ ବୁକିଂ କଲେ ୧୦% ଛାଡ ମିଳିବ। ମାନେ ମୋଟରୁ ୫୦ଟଙ୍କା କମିଯିବ। ଏହା ବ୍ୟତିତ ଆପଣ ଅନ୍ୟ ଉପାୟରେ ୨୦୦ କିମ୍ବା ଏହାଠୁ ଅଧିକ ଟଙ୍କା ପେମେଣ୍ଟୁ କଲେ ତେବେ ବି ଆପଣଙ୍କୁ କ୍ୟାସବ୍ୟାକ ଦିଆଯିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ପ୍ରକାର ପ୍ରୋମୋକୋର୍ଡ ବ୍ୟବହାର କରିବାକୁ ପଡ଼ିବନି। ଜାଣନ୍ତୁ ଏବେ ଆପଣଙ୍କୁ ଏଥିରୁ କିପରି କ୍ୟାସବ୍ୟାକ ମିଳିବ:

-ପ୍ରଥମେ ମୋବାଇଲରେ pockets app ଡାଉନଲୋଡ କରନ୍ତୁ।
-ଏବେ ରିଚାର୍ଜ ଆଣ୍ଡ ପେ ବିଲ୍ସ ସେକ୍ସନକୁ ଯାଇ ପେ ବିଲ୍ସରେ କ୍ଲିକ କରନ୍ତୁ।
-ଏବେ ଆପଣଙ୍କୁ ଚୁଜ ବିଲର୍ସ ରେ more ଅପସନ୍ ଦେଖାଯିବ। ଏହା ଉପରେ କ୍ଲିକ କରନ୍ତୁ।
-ପରେ ଆପଣଙ୍କୁ ଏଲପିଜିର ଅପସନ୍ ଦେଖାଯିବ। ଏଠାରେ ସର୍ଭିସ ପ୍ରୋଭାଇଡର ଉପରେ କ୍ଳିକ କରନ୍ତୁ।
-ଏହାପରେ ନିଜର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ବୁକିଂ ଆମାଉଣ୍ଟ ରେ ପେମେଣ୍ଟ କରନ୍ତୁ।
– ଟ୍ରାଞ୍ଜେକସନ୍ ପରେ ୧୦% ମାନେ ୫୦ଟଙ୍କା କ୍ୟାସବ୍ୟାକ ମିଳିଯିବ। ଏଥିପାଇଁ ଏକ ରିଭାଇଡର୍ସ ଆସିବ।
-ଏହାକୁ ଓପନ କରିବା ପରେ କ୍ୟାସବ୍ୟାକ ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଯିବ।