ଅଗଷ୍ଟରେ ଆସୁଛି ମହିନ୍ଦ୍ରାର ନୂଆ ଇଲୋକ୍ଟ୍ରୋନିକ ଗାଡି ଏସୟୁଭି, ରହିଛି ଦମଦାର୍ ଫିଚର୍ସ
ଭାରତୀୟ କାର ନିର୍ମାତା ମହିନ୍ଦ୍ରା ଆଜିକାଲି ଇଲୋକ୍ଟ୍ରୋନିକ ନିକ ଯାନ ଉପରେ ଉପରେ ଧ୍ୟାନ ଦେଉଛି। ଏହି ପରିପ୍ରେକ୍ଷୀରେ ମହିନ୍ଦ୍ରା ଘୋଷଣା କରିଛି ଯେ କମ୍ପାନୀ ଅଗଷ୍ଟ ୧୫, ୨୦୨୨ ରେ ଏହାର ପ୍ରଥମ ଇଲୋକ୍ଟ୍ରୋନିକ ବୋର୍ନ ଗାଡି ଉପସ୍ଥାପନ କରିବ। ଏଥିପାଇଁ ବ୍ରିଟେନର ଅକ୍ସଫୋର୍ଡଶାୟାରର ଏକ ନୂତନ ଡିଜାଇନ୍ ଷ୍ଟୁଡିଓରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ କିଛି ମାସ ପୂର୍ବରୁ କମ୍ପାନୀ “Born Electric vision” ନାମକ ଇଭି ସେଗମେଣ୍ଟରେ ୩ ଟି ନୂଆ ମଡେଲ ଯୋଡିବାକୁ ସୂଚନା କରିଥିଲା ।
କମ୍ପାନୀ ଅଗଷ୍ଟ ମାସରେ ମହିନ୍ଦ୍ରାଙ୍କ ନୂତନ ଏସୟୁଭି XUV900 କୁପ୍ ଲଞ୍ଚ କରିବାକୁ ଘୋଷଣା କରିଥିବାବେଳେ କମ୍ପାନୀ ଏହାର ମଡେଲର ଏକ ଟିଜର ଭିଡିଓ ଜାରି କରିଛି । ଏହାକୁ ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ଦେଖା ଯାଇଛି । XUV900 କୁ ମହିନ୍ଦ୍ରା ଆଡଭାନ୍ସଡ ଡିଜାଇନ୍ ୟୁରୋପ (MADE) ଦ୍ୱାରା ଡିଜାଇନ୍ କରାଯାଇଛି । ତେବେ ଆସନ୍ତୁ ଏହି କାରର ଫିଚର ବିଷୟରେ ଆଲୋଚନା କରିବା ।
କମ୍ପାନୀ ଦ୍ୱାରା ରିଲିଜ୍ ହୋଇଥିବା ଟିଜର ଭିଡିଓରୁ ଜଣାପଡିଛି ଯେ XUV900 ର ଫ୍ୟୁଚରିଷ୍ଟ ଷ୍ଟିଅରିଂ ଚକ, ବଡ ସ୍କ୍ରିନ ଏବଂ ଯୁଦ୍ଧ ବିମାନ କକ୍ପିଟ୍ ପରି ଇଣ୍ଟରିୟର ଦେଇଛି । ମହିନ୍ଦ୍ରା କମ୍ପାନୀ ଏହାର SUVକୁ ଏରୋଡାଇନାମିକ୍ ଚକ ସହିତ ଲେସ ଦେଇଛି, ଯାହା ବାୟୁ ପ୍ରତିରୋଧକୁ ହ୍ରାସ କରିବ । ଏହା ସହିତ, ସ୍ୱତନ୍ତ୍ର ସି ଆକୃତିର ଏଲଇଡି ଲାଇଟ୍ ମଧ୍ୟ ଦେଖାଯିବ, ଯାହା ଏହାର ବୋନେଟରେ ଥିବା ଏଲଇଡି ଷ୍ଟ୍ରିପ୍ ମାଧ୍ୟମରେ ଲାଗିରହିଛି। ପୂର୍ବରୁ ରିଲିଜ ହୋଇଥିବା ଫଟୋଗୁଡ଼ିକରେ ଏହି ଏସୟୁଭି ରେଜର୍-ସାର୍ଫ ବଡି ପ୍ୟାନେଲ୍, ଷ୍ଟାର୍ ଆକୃତିର ଚକ, ଏକ ଆକର୍ଷଣୀୟ ଷ୍ଟିଅରିଂ ହ୍ୱିଲ୍, ଏକ ଲ୍ୟାଣ୍ଡସ୍କେପ୍ ଆଧାରିତ ଡିଜିଟାଲ୍ ଯନ୍ତ୍ର କନସୋଲ୍ ଭଳି ଆକର୍ଷଣୀୟ ଫିଚରଗୁଡିକ ରହିଥିଲା।
ଆପଣଙ୍କୁ କହିରଖିବୁ ଯେ ଏହି କାରଗୁଡ଼ିକ ଏକ କମ୍ପାକ୍ଟ ଏସୟୁଭି ଜନ୍ମିତ ଇଲୋକ୍ଟ୍ରେନିକ ଯାନ। ଏଭଳି ପରିସ୍ଥିତିରେ ପେଟ୍ରୋଲ କିମ୍ବା ଡିଜେଲ ମଡେଲଠାରୁ ଭିନ୍ନ ହେବ ବୋଲି କଳ୍ପନାଜଳ୍ପନା କରାଯାଉଛି। ସେଗୁଡିକ ସଂପୂର୍ଣ୍ଣ ନୂଆ ରୂପରେ ଉପସ୍ଥାପିତ ହେବ । ମହିନ୍ଦ୍ରା ଉନ୍ମୋଚନ ପୂର୍ବରୁ ଏହି ଆଗାମୀ ଇଲୋକ୍ଟ୍ରୋନିକ ଏସୟୁଭି ଧାରଣା ବିଷୟରେ ଅଧିକ ବିବରଣୀ ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ, ଆଗାମୀ ଅଟୋ ଏକ୍ସପୋ ୨୦୨୩ ରେ ଲଞ୍ଚ ହୋଇପାରେ ।