Below header

ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର, ମିଳିବ ୬୦୦୦ ଟଙ୍କା

ଗର୍ଭବତୀ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥାଏ । ମହିଳା ଏବଂ ତାଙ୍କର ସନ୍ତାନର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ମୋଦି ସରକାର ସବୁବର୍ଗର ଲୋକଙ୍କୁ ଧ୍ୟାନରେ ରଖି ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଅସଂଗଠିତ କ୍ଷେତ୍ରରେ କର୍ମଚାରୀ ଏବଂ ଚାଷୀଙ୍କ ବ୍ୟତୀତ ସରକାର ବିବାହିତ ମହିଳାଙ୍କ ପାଇଁ ମଧ୍ୟ ଯୋଜନା ବନାଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ମହିଳାଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ ଆଜି ଆମେ ଆପଣଙ୍କୁ ଏକ ଏପରି ଯୋଜନା ବିଷୟରେ ବତାଇବୁ ଯେଉଁଥିରେ ମହିଳାଙ୍କୁ ସରକାରଙ୍କ ତରଫରୁ ପୂରା ୬୦୦୦ ଟଙ୍କା ମିଳୁଛି । ଖାସ୍‌ କରି ଜଣାଇବାକୁ ଚାହିଁବୁ ଯେ ଏହି ଯୋଜନାର ଲାଭ କେବଳ ବିବାହିତ ମହିଳାଙ୍କୁ ହିଁ ମିଳିବ ।

ଏହି ସରକାରୀ ଯୋଜନାର ନାମ ମାତୃତ୍ୱ ବନ୍ଦନା ଯୋଜନା । ଏଥିରେ ଗର୍ଭବତୀ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥାଏ । ମହିଳା ଏବଂ ତାଙ୍କର ସନ୍ତାନର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ଆର୍ଥିକ ସାହାଯ୍ୟ ଦିଆଯାଇଥାଏ । ସାରାଦେଶରେ ଜନ୍ମିତ ଶିଶୁ ଯେପରି କୁପୋଷିତ ନହେବେ ଏବଂ ତାଙ୍କୁ କୌଣସି ପ୍ରକାର ରୋଗ ନହେଉ, ଏହାକୁ ଧ୍ୟାନରେ ରଖି ଏହି ଯୋଜନା ମୋଦି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ।

ଯୋଜନାର ଖାସିୟତ୍‌
  • ଗର୍ଭବତୀ ମହିଳାଙ୍କ ବୟସ ଅତି କମରେ ୧୯ ବର୍ଷ ହେବା ଉଚିତ ।
  • ଏହି ସ୍କିମରେ ଆପଣ ଅଫଲାଇନ୍‌ ବି ଆବେଦନ କରିପାରିବେ ।
  • ୬୦୦୦ ଟଙ୍କାକୁ ସରକାର ମହିଳାଙ୍କ ଖାତାରେ ୩ଟି କିସ୍ତିରେ ଟ୍ରାନ୍ସଫର କରିଥାନ୍ତି ।
  • ଏହି ଯୋଜନାର ଆରମ୍ଭ ୧ ଜାନୁଆରୀ ୨୦୧୭ରେ ହୋଇଥିଲା ।
କେମିତି ପାଇବେ ଟଙ୍କା

ଏହି ଯୋଜନାରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କାର ଗର୍ଭବତୀ ମହିଳାଙ୍କୁ ଦିଆଯାଇଥାଏ । ଆଉ ଲାଷ୍ଟରେ ବଳକା ୧୦୦୦ ଟଙ୍କା ସରକାର ପିଲାର ଜନ୍ମ ସମୟରେ ହସ୍ପିଟାଲରେ ଦିଅନ୍ତି ।

ହେଲ୍ପଲାଇନ ନମ୍ବରରେ ବି କରିପାରିବେ ସମ୍ପର୍କ

କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ରାଶି ଗର୍ଭବତୀ ମହିଳାଙ୍କ ଖାତାରେ ସିଧା ଟ୍ରାନ୍ସଫର ହୋଇଯିବ । ଯଦି ଏହାକୁ ଆବେଦନ କରିବା ସମୟରେ କୌଣସି ପ୍ରକାର ସମସ୍ୟା ହେଉଛି ତାହେଲେ ଆପଣ ହେଲ୍ପଲାଇନ ନମ୍ବର ୭୯୯୮୭୯୯୮୦୪ରେ ସମ୍ପର୍କ କରିପାରିବେ ।

ଚେକ କରନ୍ତୁ ଅଫିସିଆଲ ୱେବସାଇଟ୍‌

ଆପଣ ଅଫିସିଆଲ ୱେବସାଇଟ୍‌ https://wcd.nic.in/schemes/pradhan-mantri-matru-vandana-yojanaରେ ମଧ୍ୟ ସମ୍ପର୍କ କରିପାରିବେ । ଏଠାରେ ଆପଣଙ୍କୁ ଏହି ସ୍କିମ ବିଷୟରେ ସମସ୍ତ ସୂଚନା ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.