ସାବଧାନ ! ସ୍ବିଗି, ଜାମାଟୋରୁ ଖାଇବା ଅର୍ଡର କରିବା ଆପଣଙ୍କୁ ପଡୁଛି ମହଙ୍ଗା, ଜାଣନ୍ତୁ କିପରି ?

ଯଦି ଆପଣ ମଧ୍ୟ ଅନଲାଇନ କମ୍ପାନୀଠାରୁ ଖାଦ୍ୟ ଅର୍ଡର କରନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅନଲାଇନ ଫୁଡ ଏଗ୍ରୀଗେଟର ସ୍ବିଗି, ଜମାଟୋ ଭଳି କମ୍ପାନୀ ଦ୍ବାରା ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କାରଣ ଅନଲାଇନ ଫୁଡ ଏଗ୍ରୀଗେଟର ମାନେ ଅନେକ ଖାଦ୍ୟର ମୂଲ୍ୟରେ ରଷ୍ଟୋରାଁର ମୂଲ୍ୟ ଅପେକ୍ଷା ୫ ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଟଙ୍କା ନେଉଛନ୍ତି।

ଅନଲାଇନ ଫୁଡ ଏଗ୍ରୀଗେଟର୍ସ ଲାଭ ପାଇବା ଆଶାରେ ସାରା ଦେଶରେ ଥିବା ନିଜ ଆଉଟଲେଟ ଗୁଡିକରେ ଖାଦ୍ୟ ପଦାର୍ଥର ମୂଲ୍ୟ ବଢ଼ାଇ ରଖିଛନ୍ତି। କୌଣସି ମଧ୍ୟ ଖାଦ୍ୟ ପଦାର୍ଥ ଆଉଟଲେଟ ହିସାବରେ ୫ରୁ ୫୦ଟଙ୍କା ଅଧିକ ମହଙ୍ଗା ରହିଥାଏ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଗ୍ରାହକଙ୍କୁ ଏହା ବିଷୟରେ ଜଣାମଧ୍ୟ ନଥାଏ କି ସେମାନେ ଖାଦ୍ୟର ପ୍ରିମିୟମ୍ ମୂଲ୍ୟ ଦେୟ କରୁଛନ୍ତି।

online-food1

ଯଦି ଗ୍ରାହକମାନେ ଏନେଇ ଗୁଗୁଲରେ ସର୍ଚ୍ଚ କରିବେ ତେବେ ଜାଣିପାରିବେ କି ଅନଲାଇନ୍ ଏଗ୍ରୀଗେଟର୍ସରେ ଦିଆଯାଉଥିବା ମୂଲ୍ୟ ଏବଂ ହୋଟେଲ ମେନୁରେ ଦିଆଯାଇଥିବା ମୂଲ୍ୟ ମଧ୍ୟରେ ଧେର ପାର୍ଥକ୍ୟ ରହିଥାଏ। କିନ୍ତୁ ଯେତେବେଳେ ଗ୍ରାହକ ୱେବସାଇଟରେ ଅନଲାଇନ ଟ୍ୟାଗରେ କ୍ଳିକ କରିଥାନ୍ତି ତୁରନ୍ତ ଖାଦ୍ୟର ମୂଲ୍ୟ ବଢ଼ିଯାଇଥାଏ।

swiggy and zomato

ଆପଣଙ୍କୁ ଜଣାଇବାକୁ ଚାହିଁବୁ ରେସ୍ତୋରାଁର ମାଲିକ ଡେଲିଭରୀ କମ୍ପାନୀକୁ କିଛି କମିଶନ ଦେଇଥାନ୍ତି। ଯାହାଫଳରେ ପଦାର୍ଥର ମୂଲ୍ୟ ୧୫ ରୁ ୩୫ ପ୍ରତିଶତ ବଢ଼ିଯାଇଥାଏ। ଏହା ବ୍ୟତୀତ ବଡ ବ୍ରାଣ୍ଡର ରେସ୍ତୋରାଁ ଗୁଡିକ ଅନଲାଇନ୍ ଡେଲିଭେରୀ କମ୍ପାନୀ ଗୁଡିକ ନିଜ ହିସାବରେ ମୂଲ୍ୟ ବର୍ଦ୍ଧିତ କରି ଖାଦ୍ୟପଦାର୍ଥ ବିକ୍ରି କରିବାର ମଧ୍ୟ ଅନୁମତି ଦେଇଥାନ୍ତି। ଫଳରେ ସ୍ବିଗି ଏବଂ ଜମାଟୋ ଭଳି କମ୍ପାନୀକୁ ମୂଲ୍ୟ ବଢ଼ାଇବାରେ କୌଣସି ଅସୁବିଧା ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.