ଭାରତରେ ଲଞ୍ଚ ହେଲା ଦମଦାର ଇଲେକଟ୍ରିକ କାର Mercedes Benz Vision EQXX, ଫୁଲ ଚାର୍ଜରେ ଚାଲିବ ପୂରା ଗୋଟିଏ ମାସ, ଶୀଘ୍ର କିଣନ୍ତୁ

ଲଗଜରୀ କାର ମେକର କମ୍ପାନୀ ମସିର୍ଡିଜ ବେଞ୍ଜ ଭାରତୀୟ ବଜାରରେ ଏକ ଦମଦାର ଇଲେକଟ୍ରିକ କାର Mercedes Benz Vision EQXX ଲଞ୍ଚ କରିଛି। ଯାହାକି ମାତ୍ର ଗୋଟିଏ ଥର ଚାର୍ଜ କଲେ ସିଧା ୧୦୦୦ କିଲୋମିଟର ଯିବ। ସେ ବି ଗୋଟିଏ କି ଦୁଇ ଦିନ ପାଇଁ ନୁହେଁ ବରଂ ପୂରା ମାସେ ପର୍ଯ୍ୟନ୍ତ ଚାଲିବ ।

କିଛି ମାସ ପୂର୍ବରୁ ଲଗଜରି କାର ମେକର କମ୍ପାନୀ ମର୍ସିଡିଜ ବେଞ୍ଜ ଭାରତୀୟ ବଜାରରେ ନିଜର ଏକ ଇଲେକଟ୍ରିକ କାର Mercedes benz EQS 580 ଲଞ୍ଚ କରିଥିଲା। ଏବେ ପର୍ଯ୍ୟନ୍ତ ଏହା ଦେଶର ସବୁଠୁ ଅଧିକ ରେଞ୍ଜ ଦେଉଥିବା ଇଲେକଟ୍ରିକ କାର ଥିଲା ଯାହାକି ଫୁଲ ଚାର୍ଜରେ ୮୫୭ କିମି ଚାଲିଥିଲା। ଏବେ କମ୍ପାନୀ ଭାରତୀୟ ବଜାରରେ ଆଉ ଏକ ଦମଦାର ଇଲେକଟ୍ରିକ କାର ଲଞ୍ଚ କରିଛି। ଏହା ଥରେ ଚାର୍ଜ କଲେ ସିଧା ହଜାର କିଲୋମିଟର ଯିବ।

କମ୍ପାନୀ ଏହି କାରରେ ପର୍ଫମାନ୍ସ ଠୁ ଅଧିକ ଏଫିସିଏନ୍ସି ଉପରେ ଧ୍ୟାନ ଦେଇଛି। ଏଥିରେ ସିଙ୍ଗିଲ ଇଲେକଟ୍ରି ମୋଟର ରହିଛି ଯାହା ୨୪୪ବିଏଚପି ବା ୧୮୦ କିଲୋଓ୍ଵାଟ ଜେନେରେଟ କରିଥାଏ। ଏଥିରେ ୧୦୦ କିଲୋଓ୍ଵାଟ ବ୍ୟାଟେରୀ ରହିଛି। ଯାହା ୯୦୦ଭୋଲ୍ଟ ପର୍ଯ୍ୟନ୍ତ ଚାର୍ଜିଂ ସ୍ପିଡକୁ ସପୋର୍ଟ କରିଥାଏ।

ରେଞକୁ ବଢ଼ାଇବା ପାଇଁ ଏଥିରେ ରୁଫ ରେ ସୋଲାର ପ୍ୟାନେଲ ରହିଛି। ଯାହା ଜରିଆରେ ବ୍ୟାଟେରୀ ର ରେଞ୍ଜ ଗୋଟିଏ ଦିନରେ ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ। ଏହା ରିୟର ଓ୍ଵିଣ୍ଡୋକୁ ମଧ୍ୟ ଲୁଚାଇଦିଏ। ଯାହାକି ଗାଡ଼ି ଚଲାଇବା ସମୟରେ ଟିକେ ସମସ୍ୟା ହୋଇପାରେ। ମୋଟ ଉପରେ ଯଦି ଆପଣ ପ୍ରତି ଥର ୨୦ କିଲୋମିଟର ଅଫିସ ଯାଉଛନ୍ତି ଓ ମାସକୁ ୨୫ ଦିନ ଅଫିସ ଯାଉଛନ୍ତି ତେବେ ଏହାର ବ୍ୟାଟେରୀ ପୂରା ମାସ ପର୍ଯ୍ୟନ୍ତ ଚାଲିବ।

ମର୍ସିଡିଜ ର ଏହି ଇଲେକଟ୍ରିକ କାରର ଡିଜାଇନ ବହୁତ ଆକର୍ଷକ ହୋଇଛି। ଏହାର ଆଗରେ ଏଲଇଡି ଲାଇଟବାର ରହିଛି ଯାହା କାରରେ ଚଉଡ଼ା ହୋଇ ରହିଛି। ବୋନଟ ରେ ମର୍ସିଡିଜ ବେଞ୍ଜରେ ଲୋଗୋ ଷ୍ଟିକର ରୂପରେ ଦିଆଯାଇଛି। ଏହାର ଡିଜାଇନ ସବୁଠୁ ଖାସ ରହିଛି। କାରର ର ଡିଜାଇନ ଏୟରୋଡାଇନାମିକ ରହିଛି। ଏଥିରେ ଫ୍ଳଶ ଡୋର ହ୍ୟାଣ୍ଡେଲ ରହିଛି। ଏହାସହିତ ମସିଡିର୍ଜରେ ଅନେକ ରିସାଇକଲ୍ଡ ମାଟେରିଆଲ୍ସର ବ୍ୟବହାର କରାଯାଇଛି। ଗାଡ଼ି ରର ଲାଇଟେଓ୍ଵଟ ରହିଛି। ଏହାର ଓଜନ ମାତ୍ର ୧୭୫୦ କିଲୋଗ୍ରାମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.