ବଜେଟରେ ସିନିଅର ସିଟିଜେନଙ୍କୁ ବିତ୍ତ ମନ୍ତ୍ରୀଙ୍କ ବଡ଼ ଉପହାର, ଏବେ ପ୍ରତି ମାସରେ ମିଳିବ ୨୦ ହଜାର ଟଙ୍କା
ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୋଷ୍ଟ ଅଫିସର ଖାସ୍ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦାପୂର୍ଣ୍ଣ ବୋଲି ଭାବନ୍ତି।
ଏମିତି ଏଥିପାଇଁ ହୋଇଥାଏ କାରଣ ପୋଷ୍ଟ ଅଫିସ ସ୍କିମରେ ନିବେଶ କରିବା ଦ୍ୱାରା ଲୋକଙ୍କୁ ବହୁତ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର କିଛି ସ୍କିମ ରହିଛି ଯେଉଁଥିରେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ବରାବର କିମ୍ବା ତାହା ଠାରୁ ଅଧିକ ସୁଧ ଅଫର କରିଥାଏ। ପୋଷ୍ଟ ଅଫିସ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ ଏଣୁ ଟଙ୍କା ବୁଡିବାର କୌଣସି ଟେନସନ୍ ନଥାଏ।
ପୋଷ୍ଟ ଅଫିସ ନିଜ ଗ୍ରାହକଙ୍କ ପାଇଁ ବଢ଼ିଆ ସ୍କିମ ଆଣିଥାଏ। ଏଥିରେ ସମସ୍ତ ବୟସର ଲୋକଙ୍କ ପାଇଁ ଯୋଜନା ରହିଛି। ଯ ଦି ଆପଣ ବି ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ବିଭାଗ ଉପରେ ବିଶ୍ୱାସ କରିପାରିବେ। ଏହା ଆପଣଙ୍କୁ ମାତ୍ର କିଛି ବର୍ଷ ଭିତରେ ଲକ୍ଷପତି ବନେଇଦେବ। ଆମେ ଆଜି ଆପଣଙ୍କୁ ଯେଉଁ ସ୍କିମ ସମ୍ପର୍କରେ କହିବୁ ତାହା ବୟସ୍କ ଲୋକଙ୍କ ପାଇଁ ରହିଛି।
ସାଧାରଣତଃ ଅବସର ପରେ ଚିନ୍ତା ଆସିଯାଏ ଯେ ସେମାନେ ଯେପରି ଅନ୍ୟ କାହା ଉପରେ ନିର୍ଭର ରହିବେ ନାହିଁ। ଏମିତିରେ ସେମାନଙ୍କ କାମ କରିବା ସମୟରେ ସେଭିଂ ସମ୍ପର୍କରେ ଭାବିବାକୁ ହେବ। ଆଜି ପୋଷ୍ଟ ଅଫିସର ଏକ ବଢ଼ିଆ ସ୍କିମ ବିଷୟରେ ଜାଣନ୍ତୁ.. ପୋଷ୍ଟ ଅଫିସ ସିଟିଜେନ୍ସ ସେଭିଂ ସ୍କିମ।
ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ରେ ସାଧାରଣ ବଜେଟକୁ ଉପସ୍ଥାପନା କରିଛନ୍ତି। ଯେଉଁଥିରେ ନୂଆ କର ବ୍ୟବସ୍ଥାକୁ ଧାର୍ଯ୍ୟ କରାଯାଇଛି। ଇନକମ ଟାକ୍ସ ପେୟର୍ସଙ୍କ ସହିତ ସିନିଅର ସିଟିଜେନଙ୍କ ପାଇଁ ଜବରଦସ୍ତ ଘୋଷଣା କରିଛନ୍ତି। ଏମାନଙ୍କ ପାଇଁ ଥିବା ନିବେଶ କୁ ବଢ଼ାଇ ୩୦ ଲକ୍ଷ କରିଛନ୍ତି। ଯାହାକି ପୂର୍ବରୁ ୧୫ ଲକ୍ଷ ଟଙ୍କା ଥିଲା।
ସରକାରଙ୍କ ତରଫରୁ ୩୧ ମାର୍ଚ୍ଚ ୨୦୨୩ ରେ ଶେଷ ହେବାକୁ ଥିବା ତ୍ରିମାସୀ ଯୋଜନାର ସୁଧ ଦରକ ୁ ବଢ଼ାଇ ୮% କରିଦେଇଛନ୍ତି। ୧ ଜାନୁଆରୀ ୨୦୨୩ ପୂର୍ବରୁ ଏହି ସରକାରୀ ଯୋଜନାରେ ୭.୬% ବାର୍ଷିକ ସୁଧ ମିଳୁଥିଲା। ଏହାକୁ ଏବେ ବଢ଼ାଇ ଦିଆଯାଇଛି। ଏମିତିରେ ବରିଷ୍ଠ ନାଗରିକଙ୍କ ମାସିକ ରୋଜଗାର ବଢ଼ି ଦୁଇଗୁଣା ହୋଇଯିବ।
ପ୍ରଥମେ ଏଥିରେ ୧୫ ଲକ୍ଷ ଟଙ୍କାର ନିବେଶରେ ୭.୬% ସୁଧ ଥିଲା। ମାଚ୍ୟରିଟି ପରେ ୨୦.୭୦ ଲକ୍ଷ ଟଙ୍କା ମିଳୁଥିଲା। ଯାହାକି ବାର୍ଷିକ ହିସବରେ ୧.୧୪% ଲକ୍ଷ ଓ ମାସିକ ହିସାବରେ ୯,୫୦୦ ଟଙ୍କା। କିନ୍ତୁ ଏବେ ୩୦ ଲକ୍ଷ ଜମା ପରେ ମାଚ୍ୟରିଟି ରେ ୧୨ ଲକ୍ଷ ମିଳିବ। ସୁଧ ମିଶିଲେ ୪୨ ଲକ୍ଷ ଟଙ୍କା ହେବ। ମାସିକ ହିସାବରେ ୨୦ ହଜାର ଟଙ୍କା ହେବ। ମାନେ ପ୍ରଥମର ୁ ଦୁଇଗୁଣା ହୋଇଯିବ।