ମାର୍କେଟକୁ ଆସୁଛି Oben Rorr Electric Vehicle

ଇଲେକଟ୍ରିକ ଭେଇକିଲ ଦୁନିଆରେ ଆଡ ହେଲା ଆଉ ଏକ ଶାନଦାର ଇଭି । oben Rorr ନିଜର ନୂଆ ଇଲେକଟ୍ରିକ ମୋଟର ସାଇକେଲର ଡେଲିଭରି ଆରମ୍ଭ କରିଛି। ଏହାର ଦାମ ଭଲ ରହିବା ସହ ମାଇଲେଜ ବଢ଼ିଆ ଅଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହାର ପ୍ରଥମ ଡେଲିଭରି ବାଙ୍ଗାଲୋର ରେ ୨୫ ୟୁନିଟର କରାଯାଇଛି। କମ୍ପାନୀ ଗ୍ରାହକଙ୍କୁ ବାଙ୍ଗାଲୋର ର ଜିଗାନୀ ରେ ଥିବା ନିଜ ବିନିର୍ମାଣ ଫାସିଲିଟିରେ ଡାକି ବାଇକ ର ଡେଲିଭରି କରିଥିଲା।

ସୂଚନା ଅନୁସାରେ ଏହାର ଏକ୍ସ ସୋ ରୁମର ଦାମ ୧.୫ ଲକ୍ଷ ଟଙ୍କା ରହିଛି। ବଜାରରେ ଏହାର ମୁକାବିଲା Tork Kratos ଓ Revolt RV400 ସହ ହେବ । ଓଭନ ରୋର ସିଙ୍ଗିଲ ଚାର୍ଜରେ ୧୮୭ କିଲୋମିଟର ଯାଏ ରେଞ୍ଜ ଦେବ। ଏହା ଘଣ୍ଟା ପ୍ରତି ମାତ୍ର ୩ ସେକେଣ୍ଡରେ ୦-୪୦ କିମି ସ୍ପିଡ଼ ଧରିବ। ସେହିପରି ଏହାର ଟପ୍‌ ସ୍ପିଡ଼ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଛି। ଏଥିରେ ୪.୪କିଲୋଓ୍ଵାଟର ବ୍ୟାଟେରୀ ଦିଆଯାଇଛି। ଏହାସହ ୮କିଲୋଓ୍ଵାଟର ଇଲେକଟ୍ରିକ ମୋଟର ର ବ୍ୟବହାର କରାଯାଇଛି। ଏହାର ବ୍ୟାଟେରୀ ଫୁଲ ଚାର୍ଜ ହେବା ପାଇଁ ୨ ଘଣ୍ଟା ର ସମୟ ଲାଗେ।

କମ୍ପାନୀ ଏହି ଭେଇକିଲରେ ପ୍ରଥମ ୩ ବର୍ଷ ର ମାଗଣା ସର୍ଭିସ ପ୍ରଦାନ କରୁଛି। ଆପଣ ଏକାଥରକେ ୩ ବର୍ଷର ଗାଡ଼ିର ସମସ୍ତ ସମସ୍ୟାର ମାଗଣା ସୁବିଧା ପାଇଯିବେ। ୫୦ ହଜାର କିଲୋମିଟର ୩ ବର୍ଷର ଓ୍ଵାରେଣ୍ଟି ସହ ପ୍ରଦାନ କରୁଛି। ଯାହା ୫ ବର୍ଷ ୭୫ହଜାର କିଲୋମିଟର ଯାଏ ରେଞ୍ଜ ଦେବ।

କମ୍ପାନୀ ର କହିବା ଅନୁସାରେ ଓଭନ ରୋର ବିକ୍ରି ବଢ଼ିବାର ପ୍ରମୁଖ କାରଣ ହେଉଛି ଏହା ୧୫୦ ସିସି ପେଟ୍ରୋଲ ମୋଟରସାଇକେଲ ଠୁ ଭଲ ପ୍ରଦର୍ଶନ ରହିବ। ଏଥିରେ ଆପଣ ନୂଆ ଡିଜାଇନ ସହିତ ସ୍ମାର୍ଟ ଫିଚର୍ସ ପାଇବେ। ମୋଟ ୨୧ ହଜାର ପ୍ରି ଅର୍ଡର ସହିତ ଇଭି ମୋଟରସାଇକେଲ ବ୍ରାଣ୍ଡ ସକ୍ରିୟ ଭାବେ ନିଜର ଭଲ ପ୍ରଦର୍ଶନ ଜାରି ରଖିଛି।

ଏହାକୁ ବଢ଼ାଇବା ପାଇଁ ପ୍ରତ୍ୟେକ ସହର ତଥା ରାଜ୍ୟରେ ସୋରୁମ ଓ ସର୍ଭିସ ସେଣ୍ଟର ଖୋଲିବାର ଯୋଜନା ରଖିଛି। ଏହାଦ୍ୱାରା ଭାରତରେ ଏହା ନିଜ ଉପସ୍ଥିତିକୁ ମଜବୁତ କରିପାରିବ। ତେବେ ଆପଣ ବି ଯଦି ଏକ ଭଲ ଇଭି ଖୋଜରେ ଅଛନ୍ତି ନିହାତି ଭାବେ ଏହା ଆପଣଙ୍କର ଭଲ ଅପସନ ହୋଇପାରେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.