Below header

OPSC ପକ୍ଷରୁ ଜାରି ହେଲା ୧୮୭୧ ମେଡିକାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି

ଓଡିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ପକ୍ଷରୁ ୧୮୦୦ ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏଥିପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଓଡିଶା ମେଡିକାଲ ଓ ହେଲ୍ଥ ସର୍ଭିସ କ୍ୟାଡରର ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ପାଇଁ ଫି ଦାଖଲ ଅବଧି ଆସନ୍ତା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୩ ତାରିଖ ଯାଏଁ ଚାଲିବ । ଯେବେକି ଅନଲାଇନ ଫର୍ମ ଫିଲପ ପାଇଁ ଡିସେମ୍ବର ୨୦ ତାରିଖ ଯାଏଁ ଅବଧି ରଖାଯାଇଛି ।

କମିଶନ ତରଫରୁ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ଏଥିପାଇଁ ଇଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷରୁ କମ ହୋଇନଥିବ ଓ ସର୍ବାଧିକ ବୟସ ୩୨ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ସେ ୧୯୮୯ ମସିହା ଜାନୁଆରୀ ୨ ତାରିଖ ପୂର୍ବରୁ ଓ ୨୦୦୦ ମସିହା ଜାନୁଆରୀ ୧ ତାରିଖ ପରେ ଜନ୍ମ ତାରିଖ ପଡୁନଥିବ ।

– ପ୍ରାର୍ଥୀ କୌଣସି ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ଅଥବା ଏମସିଆଇ ଅନୁବନ୍ଧିତ କୌଣସି ଇନଷ୍ଟିଟ୍ୟୁଟରୁ ସମାନ ଡିଗ୍ରୀ ହାସଲ କରିଥିବା ଦରକାର । ଏହା ସହ ତାଙ୍କ ନିକଟରେ ଓଡିଶା ମେଡିକାଲ ରେଜିଷ୍ଟ୍ରେସନ ଆକ୍ଟ (1961) ଅଧୀନରେ ଏକ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଥିବା ନିହାତି ଦରକାର ।

– ଯଦି କୌଣସି ଆବେଦନକାରି ଓଡିଶାର ହୋଇନଥିବେ ଆଉ ଓଡିଶା କାଉନ୍ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ ଅଧୀନରେ ରେଜିଷ୍ଟ୍ରେସନ କରିନଥିବେ ତେବେ ଆପଏଣ୍ଟମେଣ୍ଟ ଅର୍ଡର ଆସିବା ପୂର୍ବରୁ ଓଡିଶା ମେଡିକାଲ ରେଜିଷ୍ଟ୍ରେସନ ଆକ୍ଟ ସେକ୍ସନ-3 ଅଧୀନରେ ରେଜିଷ୍ଟ୍ରେସନ କରାଇନେବାକୁ ବାଧ୍ୟତାମୂଳକ ରଖାଯାଇଛି ।

– ଲିଖିତ ପରୀକ୍ଷା ଆଧାରରେ ହିଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

– ପରୀକ୍ଷା ଫି ୫୦୦ ଟଙ୍କା ରଖାଯାଇଛି । କିନ୍ତୁ ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଫି ରଖାଯାଇନାହିଁ ।

– ଓଆରଏସପି ରୁଲ, ୨୦୧୭ ଅଧୀନରେ ଲେଭେଲ 12, ସେଲ -1 ପେ ମାଟ୍ରିକ୍ସ ଅନୁଯାୟୀ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୫୬ ହଜାର ୧୦୦ ଟଙ୍କା ଆଧାରରେ ଦରମା ମିଳିବ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ମହଙ୍ଗା ଭତ୍ତା ଓ ଯାତ୍ରାକାଳୀନ ଭତ୍ତା ଦିଆଯିବ ।

– ମୋଟ ରୂପରେ ୧୮୭୧ ପୋଷ୍ଟ ପାଇଁ ବିଜ୍ଞାପତି ବାହାର କରାଯାଇଥିବା ବେଳେ ଏମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୧୯୬(୬୫- W), ଏସସିବିସିଙ୍କ ପାଇଁ ୧୧୪(୩୮-W), ଏସସିଙ୍କ ପାଇଁ ୫୭୬(୧୯୨-W), ଏସଟି ବର୍ଗଙ୍କ ପାଇଁ ୯୮୫ (୩୨୯-W) ସିଟ ଧାର୍ଯ୍ୟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.