୧୩ ଦିନ ପରେ ରଦ୍ଦ ହୋଇଯିବ ପାନ୍‌ କାର୍ଡ, ଏଥିସହ ଲାଗିବ ୧୦ ହଜାର ଟଙ୍କାର ଜରିମାନା

ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରାଇନଥିଲେ ଏବେ ଗଣିବାକୁ ପଡ଼ିବ ତଣ୍ଡ। ଜୁନ୍‌ ୩୦ ପୂର୍ବରୁ ଆଧାର ଲିଙ୍କ୍‌ ନ କରାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ପାନ୍‌ ସହ ଆଧାର ଲିଙ୍କ୍‌ର ଶେଷ ତାରିଖ ଜୁନ୍‌ ୩୦ ରଖାଯାଇଛି। ଆୟକର ଆଇନ୍‌ ୨୭୨ବି ଅନୁସାରେ ଆୟକର ବିଭାଗ ତରଫରୁ ଏନେଇ ନୋଟିଫିକେସନ୍‌ ଜାରି କରାଯାଇଛି।

PAN-Aadhaar linking: Here's why your PAN will be useless if not ...

ଏହା ପୂର୍ବରୁ ଆଧାର ସହ ପାନ୍‌ କାର୍ଡ ଲିଙ୍କ୍‌ କରାଇବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୦ ରଖାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଜୁନ୍‌ ୩୦ ଯାଏଁ ବଢ଼ାଇ ଦେଇଥିଲେ। ଏହା ବ୍ୟତୀତ ପାନ୍‌ କାର୍ଡ ତିଆରି କରିବା ପାଇଁ ଆଧାରକାର୍ଡକୁ ମଧ୍ୟ ଅନିବାର୍ଯ୍ୟ ବୋଲି କୁହାଯାଇଛି।

Attention Aadhaar card holders! You may have to pay Rs 10,000 fine ...

ଆୟକର ଆଇନ୍‌ ଅନୁସାରେ ଯଦି କାର୍ଡ ଲିଙ୍କ କରାଇବେ ନାହିଁ ତେବେ ଜୁନ୍‌ ୩୦ ପରେ ପାନ୍‌ କାର୍ଡ ରଦ୍ଦ ହୋଇଯିବ। ଏଥିସହ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଏଣୁ ଯଦି ଏବେ ଯାଏଁ ଆପଣ ପାନ୍‌ ସହ ଆଧାର ଲିଙ୍କ୍‌ କରାଇନାହାନ୍ତି ତେବେ ଆଉ ଆପଣଙ୍କ ହାତରେ ମାତ୍ର ୧୩ ଦିନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.