ପାକିସ୍ତାନରେ ଗୋଟିଏ ଦିନରେ ୨୬ ଟଙ୍କା ମହଙ୍ଗା ହେଲା ତେଲ ଦାମ୍‌, ପେଟ୍ରୋଲକୁ ଟପିଲା ଡିଜେଲ !

ପେଟ୍ରୋଲ-ଡିଜେଲର ଦାମ ଲଗାତର ବୃଦ୍ଧି କାରଣରୁ ଭାରତୀୟ ଜନତା ବହୁତ ଚିନ୍ତାରେ ଥିବାବେଳେ ପଡୋଶୀ ପାକିସ୍ତାନରେ ତେଲ ଦାମ ସେଠାକାର ସାଧାରଣ ଜନତାଙ୍କର ଆଣ୍ଟା ଭାଙ୍ଗି ଦେଇଛି। ଇମରାନ୍‌ ଖାନ ସରକାର ପେଟ୍ରୋଲିୟମ ପଦାର୍ଥରେ ଦାମ ୨୭ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ପେଟ୍ରୋଲ ଦରରେ ଗୋଟିଏ ଥରରେ ୨୫.୫୮ ଟଙ୍କା ବଢ଼ିଛି।

ଏବେ ସେଠାରେ ପେଟ୍ରୋଲର ଦାମ ୧୦୦.୧୦ ଟଙ୍କା ପ୍ରତି ଲିଟର ହୋଇଛି। ଏହାପୂର୍ବରୁ ଏହି ଦର ୭୪.୫୨ ଟଙ୍କା ପ୍ରତି ଲିଟର ଥିଲା। ଯଦି ଭାରତୀୟ ମୁଦ୍ରା ସହିତ ତୁଳନା କରିବା ତ ପାକିସ୍ତାନରେ ପେଟ୍ରୋଲର ଦାମ ବର୍ତ୍ତମାନ କେବଳ ୪୫ ଟଙ୍କା ୧୮ ପଇସା ପଡୁଛି। ଏହିପରି ଭାବେ ଡିଜେଲ ମଧ୍ୟ ଭାରତୀୟ ଟଙ୍କାରେ କେବଳ ୪୫ ଟଙ୍କା ୮୦ ପଇସା ପଡିବ।

ଦିଲ୍ଲୀ ଭଳି ପାକିସ୍ତାନରେ ଡିଜେଲ, ପେଟ୍ରୋଲ ଠାରୁ ଦାମରେ ଅଧିକ ରହିଛି। ହାଇ ସ୍ପିଡ୍‌ ଡିଜେଲର ଦାମ ୨୧.୩୧ ଟଙ୍କା ବୃଦ୍ଧି ପାଇଛି। ଏବେ ଏଠାରେ ୧୦୧.୪୬ ଟଙ୍କା ପ୍ରତି ଲିଟର ବିକ୍ରି କରାଯାଉଛି। ସେହିପରି ଡିଜେଲ ଦାମରେ ମଧ୍ୟ ୧୭.୫୫ ଟଙ୍କା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.