୭୦ ତଳକୁ ଖସିଲା ଡିଜେଲ୍‌ ଓ ପେଟ୍ରୋଲ ଦର

ଭୁବନେଶ୍ୱର (କେ ନ୍ୟୁଜ୍‌) : ବେଶ୍‌ କିଛି ଦିନର ଟେନ୍‌ସନ୍‌ ପରେ ୭୦ ଟଙ୍କା ତଳକୁ ଖସିଛି ପେଟ୍ରୋଲ ଡ ଡିଜେଲ୍‌ ଦର । ପେଟ୍ରୋଲ ଦର ଗତକାଲି ଠାରୁ ୭୦ ଟଙ୍କାରୁ କମିଥିବା ବେଳେ ଆଜି ଡିଜେଲ୍‌ ମଧ୍ୟ ୭୦ ତଳକୁ ଖସିଛି । ତଥାପି ଡିଜେଲ୍‌ ଦର ପେଟ୍ରୋଲ ଅପେକ୍ଷା ଅଧିକ ରହିଛି ।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ୍‌ ଦର ୬୯ ଟଙ୍କା ୯୬ ପଇସା ରହିଛି । ଗତକାଲି ଡିଜେଲ୍‌ ଲିଟର ଥିଲା ୭୦ ଟଙ୍କା ୨୩ ପଇସା ଏବଂ ପେଟ୍ରୋଲ ଦର ଥିଲା ୬୯ ଟଙ୍କା ୮୭ ପଇସା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର କମିବା ଯୋଗୁଁ ଏହାର ପ୍ରଭାବରେ ତୈଳ ଦର କମିଛି । ରନ୍ଧନ ଗ୍ୟାସ ମୂଲ୍ୟ ସିଲିଣ୍ଡର (ସବସିଡି ସିଲିଣ୍ଡର) ପିଛା ଆଜି ରହିଛି ୮୩୮ ଟଙ୍କା ୨୯ ପଇସା ।

ଆଜି ସୁନା ଦର କେତେ ?

ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ରହିଛି ୩୧,୨୩୦ ଟଙ୍କା । ଗତକାଲି ଥିଲା ୩୧, ୧୮୦ ଟଙ୍କା । ୫୦ ଟଙ୍କା ବଢ଼ିଛି । ସେହିପରି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୩୨,୪୫୦ ଟଙ୍କା ରହିଛି । ଗତକାଲି ଠାରୁ ୫୦ ଟଙ୍କା ଅଧିକ ।

GOLD

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.