ମାସକୁ ୧ ଟଙ୍କା ଜମା କରନ୍ତୁ, ବର୍ଷ ଶେଷରେ ୨ ଲକ୍ଷ ଟଙ୍କା ପାଆନ୍ତୁ: PMSBY

କେନ୍ଦ୍ର ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ବାହାର କରାଯାଉଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ମଧ୍ୟ ସେଭଳି ଏକ ଯୋଜନା। ଯାହା ଅନ୍ତର୍ଗତ ବ୍ୟକ୍ତି ପ୍ରତି ମାସରେ ୧ ଟଙ୍କା ଦେଇ ମାନେ ବର୍ଷକୁ ୧୨ ଟଙ୍କା ଜମା କରି ଶେଷରେ ୨ଲକ୍ଷ ଟଙ୍କାର ସହାୟତା ରାଶି ପାଇପାରିବେ। କିନ୍ତୁ ଏହାକୁ ଦେବା ପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି। ଯାହାପରେ ବ୍ୟକ୍ତି ଜଣକୁ ଏହି ଅର୍ଥରାଶି ମିଳିପାରିବ।

ଆମେ କହୁଛୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ଯେଉଁଥିରେ ବ୍ୟକ୍ତିଙ୍କୁ ପ୍ରିମିୟମରେ କେବଳ ୧୨ ଟଙ୍କା ବର୍ଷକୁ ଜମା କରିବାକୁ ପଡ଼ିବ। ମଇ ମାସର ଶେଷରେ ଏହାର ପ୍ରିମିୟମକୁ ଜମା କରାଯାଇପାରିବ। ସବୁଠୁ ବଡ଼ କଥା ହେଉଛି ମଇ ମାସର ଶେଷ ମାନେ ୩୧ ତାରିଖରେ ଏହି ରାଶି ଆପେ ଆପେ କଟିଯିବ। ତେଣୁ ଧ୍ୟାନ ରଖିବେ ନିଜ ଆକାଉଣ୍ଟକୁ କେବେ ଖାଲି ରଖନ୍ତୁ ନାହିଁ।

ତେବେ ଏହାର ଲାଭ ଉଠାଇବା ପାଇଁ ଆବେଦକଙ୍କ ବୟସ ୧୮-୭୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥିପାଇଁ ତାଙ୍କୁ ପ୍ରତିମାସରେ ୧ ଟଙ୍କା ମାନେ ବର୍ଷକୁ ୧୨ ଟଙ୍କା ଜମା କରିବାକୁ ହେବ। ଏହି ପଲିସି ଅନ୍ତର୍ଗତ ପ୍ରିମିୟମ ବ୍ୟାଙ୍କ ଆକାଉଣ୍ଟରୁ ସିଧା କଟିଯିବ। ତେଣୁ ବାଲାନ୍ସ ରହିବା ନିହାତି ଜରୁରୀ। ଏହି ଯୋଜାନ ଅନ୍ତର୍ଗତ ବ୍ୟକ୍ତିଙ୍କର ଆକ୍ସିଡେଣ୍ଟ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ସମସ୍ୟା ଥିଲେ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ଯେକୌଣସି ବ୍ୟାଙ୍କର ଶାଖାକୁ ଯାଇ ଏହି ପଲିସିକୁ ଆବେଦନଜ କରିପାରିବେ। ଏହାବ୍ୟତିତ ଆପଣ ବୀମା ଏଜେଣ୍ଟ ସହିତ ସମ୍ପର୍କ କରିପାରିବେ । ଅନ୍ୟାନ୍ୟ ବୀମା କମ୍ପାନୀ ତଥା ଇନସୁରାନ୍ସ କମ୍ପାନୀ ପାଖରେ ମଧ୍ୟ ଏହି ପ୍ଲାନ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.