ଏବେ ସ୍ୱାସ୍ଥ୍ୟ ବୀମାକାରୀଙ୍କୁ ମିଳିବ ଏହିସବୁ ଅତିରିକ୍ତ ସୁବିଧା, ଘୋଷଣା କଲା IRDA

ସ୍ୱାସ୍ଥ୍ୟବୀମାକାରୀଙ୍କ ଲାଗି ଖୁସି ଖବର। ଏବେ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ କେତେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି (IRDA) ଯୋଜନା କରୁଛି। ଖୁବ୍‌ଶୀଘ୍ର ବୀମାକାରୀଙ୍କୁ କେବଳ ମାଗଣାରେ ଚିକିତ୍ସା ନୁହେଁ ମାଗଣା ଜିମ୍‌ ମେମ୍ବରସିପ୍‌, ଯୋଗ ଶିବିର ଓ ପ୍ରୋଟିନ୍‌ ସପ୍ଲିମେଣ୍ଟ ଉପରେ ରିହାତି ଭାଉଚର ସୁବିଧା ଆଦି ଯୋଗାଇଦିଆଯିବ। ଏଥିସହ ପଲିସି ହୋଲଡରଙ୍କୁ ମାଗଣାରେ OPD ପରାମର୍ଶ, ଔଷଧ, ସ୍ୱାସ୍ଥ୍ୟ ଚିକିତ୍ସା, ବିଭିନ୍ନ ପରୀକ୍ଷା କରିବାକୁ ଆଦି ସୁବିଧା ମିଳିପାରିବ।

ଏହାସହ ପଢ଼ନ୍ତୁ: ଗାଡ଼ି ପାର୍ଟସରେ ଅଦଳବଦଳ କରୁଥିଲେ ହେବ ଜେଲ ଜରିମାନା, ଲାଗୁ ହେବାକୁ ଯାଉଛି ନୂଆ ଆଇନ୍‌

ମିଳିପାରେ ଏହି ନୂଆ ସୁବିଧା:

  • ଏବେ ସ୍ୱାସ୍ଥ୍ୟବୀମା ଯୋଗାଉଥିବା କେତେକ କମ୍ପାନୀ ନିୟମିତ ସ୍ୱାସ୍ଥ୍ୟପରୀକ୍ଷା ଓ ଡାଏଗ୍ନୋଷ୍ଟିକ୍‌ ଭଳି ସୁବିଧା ମଧ୍ୟ ଯୋଗାଉଛନ୍ତି।
  • IRDAର କହିବାନୁସାରେ ବୀମା ଅର୍ଥ ଭିନ୍ନ ହେବ ଏବଂ କୌଣସି ବୋନ୍‌ସ ସହ ଲିଙ୍କ୍‌ ହେବ ନାହିଁ।
  • IRDAର ସୂଚନାନୁସାରେ ପଲିସି ରିଭ୍ୟୁ ହେବା ଅବସ୍ଥାରେ ଏସବୁ ସୁବିଧା ମିଳିପାରିବ କି ନାହିଁ ବୀମା କମ୍ପାନୀଙ୍କୁ ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦେବାକୁ ପଡ଼ିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.