Below header

ଫିନ୍‌ଲ୍ୟାଣ୍ଡରେ ବିରଳ ଦୃଶ୍ୟ, ଦେଖିବାକୁ ମିଳିଲା ବରଫ ଅଣ୍ଡା

ଫିନ୍‌ଲ୍ୟାଣ୍ଡର ହଲୁଓଟୋ ଦ୍ୱୀପର ମାର୍ଜେନେମୀ ବେଳାଭୂମିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡା ଆକୃତିର ଦୁର୍ଲ୍ଲଭ ବରଫର ଗୁଳା ଦେଖିବାକୁ ମିଳିଛି। ଏକ ଦମ୍ପତି ଏହି ଦ୍ୱୀପକୁ ଆବିଷ୍କାର କରିଛନ୍ତି। ଏହି ବରଫର ଅଣ୍ଡା ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏହି ସ୍ଥାନର ଫଟୋ ଉଠାଇଥିବା ରିସ୍ତୋ ମତିଲା କହିଛନ୍ତି ଯେ ଗୁଳାଗୁଡ଼ିକ ବରଫର ଅଣ୍ଡା ଭଳି ଦେଖାଯାଉଥିଲା। ସବୁଠାରୁ ବଡ଼ ଅଣ୍ଡା ଫୁଟବଲ ଆକାରର ଥିଲା।

ଏହାସହ ପଢ଼ନ୍ତୁ: ପରପୁରୁଷ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ଉପାୟ ନପାଇ ସ୍ତ୍ରୀ କଲା ଏମିତି କାର୍ଯ୍ୟ

ଏ ସମ୍ପର୍କରେ ବିଶେଷଜ୍ଞ କହିଛନ୍ତି ଯେ ଏହା ଏକ ସାଧାରଣ ଘଟଣା ନୁହେଁ। ପୃଥିବୀ ପ୍ରତି ଆସୁବାକୁ ଥିବା ବିପଦର ଆରମ୍ଭ ଏହା। ବର୍ଷକୁ ଥରେ ଏଭଳି ଅବସ୍ଥା ଦେଖିବାକୁ ମିଳେ। ଯେତେବେଳେ ପବନ ଓ ପାଣି ସମାନ ତାପମାତ୍ରାରେ ରହିଥାନ୍ତି।

ତେବେ ଆଉ ଜଣେ ବିଶେଷଜ୍ଞ ପ୍ରଫେସର ଡଃ. ଜେମ୍ସ କାର୍ଟର ଏ ସମ୍ପର୍କରେ ନିଜ ମତ ରଖି କହିଛନ୍ତି ଯେ ସବୁ ବର୍ଷ ଶରତ ଋତୁରେ ଏଭଳି ସ୍ଥିତି ଦେଖିବାକୁ ମିଳେ। ଏହି ସମୟରେ ପାଣି ଉପରେ ବରଫର ଆସ୍ତରଣ ଜମିବା ଆରମ୍ଭ ହୋଇଥାଏ। ଲହଡ଼ି ଯିବା ଆସିବା କରିବା ବେଳେ ଏଭଳି ବରଫ ଜମିଥାଏ। ଏଥିସହ ସେ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ପୃଥିବୀରେ ଏଭଳି ଅଦ୍ଭୁତ ଆଶ୍ଚର୍ଯ୍ୟଜନକ ଘଟଣା ବାରମ୍ବାର ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.