ରେଲୱେ ଆଣିଲା ସୁଯୋଗ! ୧୦ମ ଓ ITI ପାସ୍‌ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ; ଏମିତି ହେବ ଚୟନ

୧୦ମ ପାସ୍‌ ଏବଂ ଆଇଟିଆଇ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପୂରା କରିଥିବା ଆଶାୟୀଙ୍କ ପାଇଁ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ରହିଛି। ଦକ୍ଷିଣ ରେଲେଓ୍ଵ ଲେବଲ ୧ ଏବଂ ଲେବଲ ୨ ଅଧୀନରେ ସ୍କାଉଟ୍ସ ଓ ଗାଇଡ୍‌ କୋଟା ନିଯୁକ୍ତି-୨୦୨୨ ପାଇଁ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଦକ୍ଷିଣ ରେଲେଓ୍ଵର ଅଫିସିଆଲ େଓ୍ଵବ୍‌ସାଇଟ rrcmas.in କୁ ଯାଇ ଅନଲାଇନ ଆବେଦନ କରି ପାରିବେ।

ଦକ୍ଷିଣ ରେଲେଓ୍ଵ ନିଯୁକ୍ତି ୨୦୨୨ର ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଛି। ଆଶାୟୀମାନେ ୮ ନଭେମ୍ବର ୨୦୨୨ କିମ୍ବା ଏହା ପୂର୍ବରୁ ଆବେଦନ କରି ପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଖାଲି ପଡ଼ିଥିବା ମୋଟ ୧୭ଟି ପଦ ପୂରଣ କରାଯିବ। ଯୋଗ୍ୟ ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ସାର୍ଟିଫିକେଟ୍‌ ଆଧାରରେ ହେବ। ଲିଖିତ ପରୀକ୍ଷା ୬୦ ମାର୍କ ବିଶିଷ୍ଟ ହେବ ଏବଂ ସାର୍ଟିଫିକେଟ୍‌ର ମାର୍କ ୪୦ ରହିବ।

ଖାଲି ପଦର ବିବରଣୀ

ଲେବଲ ୧: ୧୪ ପଦ

ଲେବଲ ୨: ୩ ପଦ

ଖାଲି ପଡ଼ିଥିବା ମୋଟ ପଦ ସଂଖ୍ୟା: ୧୭

ଶିକ୍ଷାଗତ ଯୋଗ୍ୟତା

ଲେବଲ ୧ ପାଇଁ ଆଶାୟୀମାନଙ୍କୁ ଏନ୍‌ସିଭିଟି ଦ୍ୱାରା ଦିଆଯାଇଥିବା ୧୦ମ ଶ୍ରେଣୀ ସାର୍ଟିଫିକେଟ୍‌ କିମ୍ବା ଆଇଟିଆଇ ନଚେତ୍‌ ନ୍ୟାସନାଲ ଆପ୍ରେଣ୍ଟିସ୍‌ଶିପ୍‌ ସାର୍ଟିଫିକେଟ୍‌ ଗ୍ରାଣ୍ଟରୁ ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିବା ଦରକାର। ସେହିପରି ଲେବଲ ୨ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ଅତି କମ୍‌ରେ ୫୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାସ୍‌ କିମ୍ବା ସମକକ୍ଷ ପରୀକ୍ଷା ପାସ୍‌ ହୋଇଥିବା ଦରକାର। ଏହା ବ୍ୟତୀତ ଟେକ୍ନିସିଆନ କ୍ୟାଟେଗୋରୀରେ ଡିପ୍ଲୋମା ହେବା ଜରୁରୀ। ମନେ ରଖନ୍ତୁ, ଇଞ୍ଜିନିୟରିଂ ଡିପ୍ଲୋମା ସମେତ ଅନ୍ୟାନ୍ୟ କ୍ୱାଲିଫିକେସନ ସ୍ୱୀକାର୍ଯ୍ୟ ହେବ ନାହିଁ।

ବୟସ ସୀମା

ଦକ୍ଷିଣ ରେଲେଓ୍ଵ ଲେବଲ ୧ ଓ ଲେବଲ ୨ ପଦଗୁଡ଼ିକରେ ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ (ଲେବଲ-୧) ଓ ୩୩ ବର୍ଷ (ଲେବଲ-୨) ରହିଛି। ଯଦିଓ ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ ସରକାରୀ ମାନଦଣ୍ଡ ଅନୁସାରେ ସର୍ବାଧିକ ବୟସ ସୀମାରେ ଛାଡ୍‌ କରାଯିବ।

ପରୀକ୍ଷା ଶୁଳ୍କ

କେବଳ ରିହାତି ବର୍ଗଙ୍କୁ ଛାଡ଼ି ସମସ୍ତ ଆଶାୟୀଙ୍କ ପାଇଁ ପରୀକ୍ଷା ଶୁଳ୍କ ୫୦୦ ରଖାଯାଇଛି। ଅନୁସୂଚିତ ଜାତି/ଜନଜାତି, ପୂର୍ବତନ ସୈନିକ, ପିଡବ୍ଲ୍ୟୁଡି, ମହିଳା, ଟ୍ରାନ୍ସଜେଣ୍ଡର, ସଂଖ୍ୟାଲଘୁ ଏବଂ ଆର୍ଥିକ ରୂପେ ପଛୁଆ ବର୍ଗର ସମସ୍ତ ଆଶାୟୀଙ୍କ ପାଇଁ ପରୀକ୍ଷା ଶୁଳ୍କ ରହିଛି ୨୫୦ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.