ବାବା ଭେଙ୍ଗାଙ୍କ ୪ଟି ଭୟଙ୍କର ଭବିଷ୍ୟବାଣୀ, ଆଗାମୀ କିଛି ମାସରେ ହୋଇପାରେ ସତ

ଭବିଷ୍ୟତରେ କ’ଣ ହେବ, ମୋ ଭାଗ୍ୟରେ କଣ ଅଛି, ଏ କଥା ଜାଣିବାକୁ ଲୋକଙ୍କ ଭିତରେ ସବୁବେଳେ ଉତ୍ସୁକତା ରହିଥାଏ। ତେଣୁ ଜ୍ୟୋତିର୍ବିଦମାନଙ୍କର ଭାରି ଡିମାଣ୍ଡ । ବାବା ଭେଙ୍ଗା ହୁଅନ୍ତୁ କି ନଷ୍ଟ୍ରାଡମସ୍, ଅବା ମାଳିକା, ସମସ୍ତେ ଭବିଷ୍ୟତକୁ ନେଇ ଅନେକ କିଛି କହିଛନ୍ତି, ଯାହା କେତେକାଂଶରେ ସତ ବି ହୋଇଛି।

ବିଶ୍ୱର ବଡ଼ ବଡ଼ ଭବିଷ୍ୟବକ୍ତାଙ୍କ ମଧ୍ୟରୁ ଅନ୍ୟତମ ବୁଲଗେରିଆର ବାବା ଭେଙ୍ଗା। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର କେତେକ ଭବିଷ୍ୟବାଣୀ ସତ ମଧ୍ୟ ପ୍ରମାଣିତ ହୋଇ ସାରିଛି। ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୨ରେ ଏବେ ପର୍ଯ୍ୟନ୍ତ ବାବା ଭେଙ୍ଗାଙ୍କ ୨ଟି ଭବିଷ୍ୟବାଣୀ ସତ ହୋଇସାରିଛି। ଆଉ ସେ ଚଳିତ ବର୍ଷ ପାଇଁ ବି ୬ଟି ଭବିଷ୍ୟବାଣୀ କରିଥିଲେ, ଯାହା ଆଗାମୀ ମାସରେ ସତ ପ୍ରମାଣିତ ହୋଇପାରେ।

୨୦୨୨ ପାଇଁ ବାବା ଭେଙ୍ଗା ୬ଟି ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ ଏବେ ପର୍ଯ୍ୟନ୍ତ ଦୁଇଟି ସତ ପ୍ରମାଣିତ ହୋଇସାରିଛି। ଯାହାପରେ ଲୋକମାନେ ଆଶଙ୍କା କରୁଛନ୍ତି ଯେ ଆଗାମୀ ଦିନରେ ଅନ୍ୟ ଚାରିଟି ଭବିଷ୍ୟବାଣୀ ବି ସତ ହୋଇପାରେ। ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ କିଛି ଏସୀୟ ଦେଶ ଏବଂ ଅଷ୍ଟ୍ରେଲିୟାରେ ବନ୍ୟା ହେବ, ଯାହା ସତ ବି ହେଲା।

Venga babaକିଛି ସମୟ ପୂର୍ବରୁ ଅଷ୍ଟ୍ରେଲିୟାରେ ବର୍ଷା ପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ପାକିସ୍ତାନରେ ମଧ୍ୟ ବନ୍ୟା ଯୋଗୁଁ ପରିସ୍ଥିତି ବହୁତ ଜଟିଳ ହୋଇଯାଇଥିଲା। ଏହି ବନ୍ୟା ସ୍ଥିତିରେ ୧୦୦୦ ରୁ ଅଧିକ ଲୋକଙ୍କର ପ୍ରାଣହାନୀ ହୋଇଥିଲା। ଏହାବ୍ୟତୀତ ବାବା ଭେଙ୍ଗା କିଛି ସହରରେ ପାଣିର ଅଭାବକୁ ନେଇ ଭବିଷ୍ୟବାଣୀ କରିଥିଲେ। ଆଉ ସତ କୁ ସତ ପର୍ତ୍ତୁଗାଲକୁ ଜଳ ସଂକଟ ସମସ୍ୟାକୁ ସାମ୍ନା କରିବାକୁ ପଡିଥିଲା। ସେହିପରି ଇଟାଲୀରେ ମରୁଡି ସମସ୍ୟା ବି ସୃଷ୍ଟି ହୋଇଥିଲା।

ବାବା ଭେଙ୍ଗା ବର୍ଷ ୨୦୨୨ରେ କରୋନା ଭାଇରସ ପରେ ଏକ ନୂଆ ଘାତକ ଭାଇରସକୁ ନେଇ ଭବିଷ୍ୟବାଣୀ କରିଥିଲେ। ଯାହାର ଆରମ୍ଭ ସାଇବେରିଆରେ ହୋଇପାରେ। ଏହାବ୍ୟତୀତ ବାବା ଭେଙ୍ଗା ଏଲିୟନ୍‌ ଆକ୍ରମଣ, ପଙ୍ଗୁପାଳରୁ ଅକାଳ ଭଳି ପରିସ୍ଥିତି ଏବଂ ଭର୍ଚୁଆଲ ରିୟାଲିଟୀରେ ବୃଦ୍ଧି ହେବା ମଧ୍ୟ ଭବିଷ୍ୟବାଣୀ କରିଥିଲା।

ବାବା ଭେଙ୍ଗାଙ୍କ ଭବିଷ୍ୟାଣୀ ଅନୁଯାୟୀ ବର୍ଷ ୨୦୨୨ରେ ଭାରତରେ ଅକାଳ ଭଳି ପରିସ୍ଥିତି ଆସିବାର ଭବିଷ୍ୟବାଣୀ କରିଥିଲେ। ବାବା ଭେଙ୍ଗା କହିଥିଲେ ଯେ ୨୦୨୨ରେ ସାରା ଦୁନିଆରେ ଦେଶର ତାପମାତ୍ରାରେ ହ୍ରାସ ଆସିବ ଏବଂ ଏହାଦ୍ୱାରା ପଙ୍ଗୁପାଳ ଆକ୍ରମଣ ବଢ଼ିବ। ଯାହା ପରେ ଗଭୀର ପ୍ରଭାବ ଭାରତ ଉପରେ ପଡିବ ଏବଂ ଫସଲ ବର୍ବାଦ ହେବାପରେ ଅକାଳ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.