ବୈଷ୍ଣୋଦେବୀ ଯାତୀଙ୍କୁ ରେଲୱେ ଦେଲା ଖୁସି ଖବର, କାଲି ଠାରୁ ଲାଗୁ ହୋଇଯିବ ନୂଆ ନିୟମ

ଯଦି ଆପଣ ମଧ୍ୟ ପ୍ରତି ବର୍ଷ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଛନ୍ତି ତାହେଲେ ଏହି ଖବର ଆପଣଙ୍କୁ ନିହାତି ଖୁସି କରେଇଦେବ ।

ଗରମରେ ଛୁଟି ଦିନ ସବୁ ଆରମ୍ଭ ହୋଇଗଲାଣି । ଆପଣ ବି ଟୁର ପାଇଁ ଯିବାକୁ ପ୍ଲାନ କରିସାରିବେଣି । ଏମିତିରେ ବେଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାତ୍ରୀଙ୍କର ବି ଭିଡ ବଢ଼ିଲାଣି । ଯଦି ଆପଣ ମଧ୍ୟ ପ୍ରତି ବର୍ଷ ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଛନ୍ତି ତାହେଲେ ଏହି ଖବର ଆପଣଙ୍କୁ ନିହାତି ଖୁସି କରେଇଦେବ । ଆଜ୍ଞା ହଁ, ରେଳ ପକ୍ଷରୁ ଶ୍ରଦ୍ଧାଳୁଙ୍କର ଏହି ଭିଡ ଦେଖି ଏକ ନୂଆ ନିର୍ଣ୍ଣୟ ନିଆଯାଇଛି । ଏହି ପରିବର୍ତ୍ତନ ପରେ ହଜାର ହଜାର ଯାତ୍ରୀଙ୍କୁ ଫାଇଦା ହେବ । ମାତାଙ୍କ ଭକ୍ତଙ୍କ ସୁବିଧାକୁ ଆଖି ଆଗରେ ରଖି ରେଲୱେ ପରୀକ୍ଷାମୂଳକ ଭାବେ ୬ ମାସ ପାଇଁ ଦୁଇଟି ଗାଡିକୁ ଭବାନୀ ମଣ୍ଡି ରେଲୱେ ଷ୍ଟେସନରେ ଅଟକାଇବାକୁ ନିଷ୍ପତ୍ତି ନେଇଛି ।

ଡିଆରଏମ ବଡୋଦରା ପକ୍ଷରୁ ଏହାକୁ ନେଇ ଟ୍ଵିଟ କରି ଅଫିସିଆଲ ଘୋଷଣା ବି କରାଯାଇଛି । ଡିଆରଏମ ବଡୋଦରା ଟ୍ଵିଟରେ ଲେଖାଯାଇଥିବା ହାପା-ଶ୍ରୀ ମାତା ବୈଷ୍ଣୋଦେବୀ କଟଡା ସୁପରଫାଷ୍ଟ ଏକ୍ସପ୍ରେସ ଭବାନୀ ମଣ୍ଡିରେ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭିତ୍ତିରେ ଅଟକିବ । ଟ୍ରେନ ପ୍ରତିଦିନ ଅଟକିବ ଏବଂ ଏହି ଟ୍ରେନ ୧୬ ମେ ୨୦୨୩ ଠାରୁ ୧୨ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଭବାନୀ ମଣ୍ଡିରେ ରାତି ୧୦ଟା ବାଜି ୦୩ ମିନିଟରେ ପହଁଚିବ । ଏଠାରେ ଏହି ଟ୍ରେନର ଦୁଇ ମିନିଟର ଷ୍ଟପେଜ ରହିବ ଏବଂ ୧୦ଟା ବାଜି ୦୫ ମିନିଟରେ ଷ୍ଟେସନରୁ ଛାଡିବ ।

katraପୁଣି ପ୍ରତ୍ୟାବର୍ତ୍ତନ ବେଳେ ଏହି ଟ୍ରେନ ୧୬ ମେ ୨୦୨୩ ରୁ ୧୨ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଭବାନୀ ମଣ୍ଡିରେ ଅଟକିବ । ଶ୍ରୀ ମାତା ବୈଷ୍ଣୋଦେବୀ କଟଡା-ହାପା ସୁପରଫାଷ୍ଟ ଏକ୍ସପ୍ରେସ (୧୨୪୭୬) ଭବାନୀ ମଣ୍ଡିରୁ ପୁଣି ରାତି ୩ଟା ବାଜି ୫୮ ମିନିଟରେ ପହଁଚିବ । ଦୁଇ ମିନିଟର ଷ୍ଟପେଜ ପରେ ଟ୍ରେନ ୪ଟା ସୁଦ୍ଧା ନିଜ ଗନ୍ତବ୍ୟ ଆଡକୁ ଚାଲିବ ।

ହାପା-ଶ୍ରୀ ମାତା ବୈଷ୍ଣୋଦେବୀ କଟଡା ସୁପରଫାଷ୍ଟ ଏକ୍ସପ୍ରେସ ଜାମନଗର (ଗୁଜରାଟ)ରେ ସ୍ଥିତ ହାପା ରେଲୱେ ଷ୍ଟେସନରୁ ସକାଳ ୫.୨୫ରେ ଚାଲିବ । ଏହି ଟ୍ରେନ ରାଜକୋଟ ରେଲୱେ ଷ୍ଟେସନ, ଓ୍ଵାଙ୍କନେର ଜଙ୍କସନ୍‌, ସୁରେନ୍ଦ୍ରନଗର ଜଙ୍କସନ ରେଲୱେ ଷ୍ଟେସନ, ବିରମଗାମ ଜଙ୍କସନ୍‌, ଅହମଦାବାଦ ରେଲୱେ ଷ୍ଟେସନ, ନଡିୟାଦ ଜଙ୍କସନ୍‌, ଆନନ୍ଦ ଜଙ୍କସନ୍‌, ବଡୋଦରା ଜଙ୍କସନ୍‌ ରେଲୱେ ଷ୍ଟେସନ, ଗୋଧରା, ଦାହୋଦ, ମେଘନଗର, ରତଲାମ, ନାଗଦା, ବିକ୍ରମଗଡ ଆଲୋଟ, ଶାମଗଡ, ରାମଗଞ୍ଜ୍‌ ମଣ୍ଡି ଜଙ୍କସନ୍‌, କୋଟା ଜଙ୍କସନ୍‌, ସଓ୍ଵାଇ ମାଧୋପୁର ଜଙ୍କସନରେ ଅଟକିଥାଏ । ଟ୍ରେନ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେସନ, ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପାନିପତ, ଅମ୍ବାଲା, ଲୁଧିଆନା, ଜଳନ୍ଧର କ୍ୟାଣ୍ଟ, ପଠାନକୋଟ ଛାବନୀ, କଠୁଆ, ଜମ୍ମୁ ତବୀ ରେଲୱେ ଷ୍ଟେସନ, ଉଧମପୁର ଅତିକ୍ରମ କରି ମାତା ବୈଷ୍ଣୋଦେବୀ କଟଡା ରେଲୱେ ଷ୍ଟେସନ ପହଁଚିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.