ରେଲୱେ ଆଣିଲା ଜବରଦସ୍ତ ପ୍ଲାନ! ବନ୍ଦ ହୋଇଯିବ ୧୨୦୦ କୋଟି ଟଙ୍କାର ଫାଲ୍‌ତୁ ଖର୍ଚ୍ଚ, ଏବେ ଲୋକଙ୍କୁ କରିବାକୁ ପଡ଼ିବ ଏମିତି କାମ

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ଷ୍ଟେଶନ ଏବଂ ଟ୍ରେନ୍‌କୁ ସଫା ରଖିବା ପାଇଁ ରେଲେଓ୍ଵ ଜବରଦସ୍ତ ପ୍ଲାନ ପ୍ରସ୍ତୁତ କରିଛି। କରୋନା କାଳରେ ହୋଇଥିବା କଟକଣା ସତ୍ତ୍ୱେ ରେଲେଓ୍ଵ ଷ୍ଟେଶନ, ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ସାର୍ବଜନିକ ସ୍ଥାନରେ ଲୋକଙ୍କର ଥୁକିବା ଅଭ୍ୟାସ କଣ୍ଟ୍ରୋଲ ହୋଇ ପାରିନାହିଁ। ତେଣୁ ଏବେ ରେଲେଓ୍ଵ ଏହି ବଦାଭ୍ୟାସଗୁଡ଼ିକୁ କଣ୍ଟ୍ରୋଲ କରିବା ପାଇଁ ନୂଆ ତରିକା ବାହାର କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିବର୍ଷ ଭାରତୀୟ ରେଲେଓ୍ଵ, ଷ୍ଟେଶନ ଏବଂ ପ୍ଲାଟଫର୍ମରୁ ପାନ ଓ ତମ୍ବାଖୁର ଚିହ୍ନ, ଦାଗ ଆଦିକୁ ସଫା କରିବା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଅର୍ଥାତ୍‌ ଏକ ଖରାପ ଅଭ୍ୟାସ ଯୋଗୁ ୧୨୦୦ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥାଏ।

୪୨ ଷ୍ଟେଶନରେ ଲାଗିବ ଭେଣ୍ଡିଙ୍ଗ୍‌ ମେଶିନ

ରେଲେଓ୍ଵ ଏବେ ପ୍ରତିବର୍ଷ ବର୍ବାଦ ହେଉଥିବା ଏହି ୧୨୦୦ କୋଟି ଟଙ୍କାକୁ ବଞ୍ଚେଇବା ପାଇଁ ଜବରଦସ୍ତ ପ୍ଲାନ ପ୍ରସ୍ତୁତ କରି ନେଇଛି। ଏହା ଅଧୀନରେ ଯାତ୍ରୀମାନଙ୍କୁ ରେଲେଓ୍ଵ ପରିସରରେ ଥୁକିବାକୁ ରୋକିବା ପାଇଁ ଦେଶର ୪୨ ଷ୍ଟେଶନରେ ଭେଣ୍ଡିଙ୍ଗ୍‌ ମେଶିନ ଏବଂ କିୟୋସ୍କ ଲଗାଯିବ। ଖବର ମୁତାବକ, ରେଲେଓ୍ଵ ତରଫରୁ ଏହି ଭେଣ୍ଡିଙ୍ଗ୍‌ ମେଶିନରେ ୫ ଏବଂ ୧୦ ଟଙ୍କା ପର୍ଯ୍ୟନ୍ତ ସ୍ପିଟୁନ ପାଉଚ୍‌ (ପାଉଚ୍‌ ଯୁକ୍ତ ଥୁକଦାନୀ) ଦିଆଯିବ।

ପାଉଚ୍‌ ଥୁକଦାନୀ କେମିତି କରିବ କାମ

ରେଲେଓ୍ଵର ୩ ଜୋନ୍‌ ପଶ୍ଚିମ, ଉତ୍ତର ଏବଂ ମଧ୍ୟ ରେଲେଓ୍ଵ ଏଥିପାଇଁ ନାଗପୁରର ଏକ ଷ୍ଟାର୍ଟଅପ୍‌ ଇଜିପିଷ୍ଟ ସହ ଚୁକ୍ତିନାମା କରିଛନ୍ତି। ଏହି ପିକଦାନୀର ଖାସିୟତ ହେଉଛି କି, ଏହାକୁ କୌଣସି ବି ବ୍ୟକ୍ତି ସହଜରେ ନିଜ ପକେଟ୍‌ରେ ରଖି ପାରିବେ। ଏହି ପାଉଚ୍‌ ସାହାଯ୍ୟରେ ଯାତ୍ରୀମାନେ ବିନା କୌଣସି ଦାଗରେ କେଉଁଠି ଏବଂ କେତେବେଳେ ବି ଥୁକି ପାରିବେ। ଅର୍ଥାତ୍‌ ଏବେ ୧୨୦୦ କୋଟି ଟଙ୍କା ଆଉ ବର୍ବାଦ ହେବ ନାହିଁ।

ଆପଣଙ୍କୁ କହି ରଖୁଛୁ, ଏହି ବାୟୋଡିଗ୍ରେଡେବଲ ପାଉଚ୍‌କୁ ୧୫ରୁ ୨୦ ଥର ବ୍ୟବହାର କରାଯାଇ ପାରିବ। ଏହା ଥୁକକୁ କଠିନ ପଦାର୍ଥରେ ପରିଣତ କରି ଦେଇଥାଏ। ଗୋଟିଏ ଥର ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରାଯିବା ପରେ ଏହି ପାଉଚ୍‌କୁ ମାଟିରେ ପୋତି ଦିଆଯିବ, ଯାହାପରେ ଏହା ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ। ଏହାଦ୍ୱାରା ପ୍ରଦୂଷଣ ଆଶଙ୍କା ମଧ୍ୟ ରହିବ ନାହିଁ। କହି ରଖୁଛୁ ଯେ ନାଗପୁରର ଷ୍ଟାର୍ଟଅପ୍‌ କମ୍ପାନୀ ରେଲେଓ୍ଵ ଷ୍ଟେଶନଗୁଡ଼ିକରେ ଏହି ଭେଣ୍ଡିଙ୍ଗ୍‌ ମେଶିନ ଲଗାଇବା କାମ ଆରମ୍ଭ କରି ଦେଇଛି। ଏହା ନାଗପୁର ନଗର ନିଗମ ଏବଂ ଔରଙ୍ଗାବାଦ ନଗର ନିଗମ ସହିତ ସହବନ୍ଧିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.