କରୋନା ସ୍ଥିତି ପରେ ଅର୍ଥନୀତି ସୁଧାରିବାକୁ RBIର ଉଦ୍ୟମ: ୫୦ ହଜାର କୋଟି କରିବ ନିବେଶ, ବ୍ୟାଙ୍କ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଥିବା କହିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଅର୍ଥନୀତି ସୁଧାରିବାକୁ ଆରବିଆଇର ଉଦ୍ୟମ । ରିଭର୍ସ ରେପୋ ରେଟ୍‌ ଡ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟ୍‌ .୨୫ ବେସିସ୍‌ ପଏଣ୍ଟ ହ୍ରାସ ପାଇବ । ଫଳରେ ରିଭର୍ସ ରେପୋ ରେଟ୍‌ ୪ରୁ କମି ୩. ୭୫% ହେବ । ଏହା ସହ ୫୦ ହଜାର କୋଟି ନିବେଶ କରିବ ଆରବିଆଇ । ନାବାର୍ଡକୁ ୨୫ ହଜାର କୋଟି, SIDBIକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଦେବ ଆରବିଆଇ । ସାମ୍ବାଦିକ ସମ୍ମିଳନୀରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଅର୍ଥନୈତିକ କ୍ଷତି ରୋକିବା ପାଇଁ ପ୍ରୟାସ କରାଯାଉଛି । ବିଶ୍ୱର ଅନେକ ଦେଶରେ ଅର୍ଥବ୍ୟବସ୍ଥା ବିଗିଡିଛି । ବିଶ୍ୱରେ ୯ ଟ୍ରିଲିୟନ୍‌ ଡଲାର କ୍ଷତି ଆଶଙ୍କା ରହିଛି । ଜି-୨୦ ଦେଶ ମଧ୍ୟରେ ଭାରତର ଅର୍ଥବ୍ୟବସ୍ଥା ଭଲ ରହିଛି । IMFର ଆକଳନ ଅନୁସାରେ ୨୦୨୧-୨୨ରେ ଅଭିବୃଦ୍ଧି ହାର ୭.୪% ରହିବ ।

rbi press meetସେହିପରି ୨୦୨୦-୨୧ରେ ଅଭିବୃଦ୍ଧି ହାର ୧.୯% ରହିବ । ଇଣ୍ଟରନେଟ୍‌ ଓ ମୋବାଇଲ ବ୍ୟାଙ୍କିଙ୍ଗ୍‌ ଜାରି ରହିଛି । ଦେଶରେ ୯୦% ATM ସମ୍ପୂର୍ଣ୍ଣ କାର୍ଯ୍ୟ କରୁଛି । ବ୍ୟାଙ୍କ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଥିବା ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ବିଶ୍ୱରେ ଅଶୋଧିତ ତୈଳ ଦର ଲଗାତାର ହ୍ରାସ ପାଉଛି । ଦେଶରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ରହିଥିବା ଶକ୍ତିକାନ୍ତ ଦାସ ସୂଚନା । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟ କୃଷି କାର୍ଯ୍ୟ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.