ଜାଣନ୍ତୁ ୨୦୦ ଟଙ୍କାରୁ କମରେ କେଉଁ ନେଟୱର୍କରେ ମିଳୁଛି ଦୈନିକ ୧.୫ ଜିବି ଡ଼ାଟା

ନୂଆଦିଳ୍ଲୀ : ସେପ୍ଟେମ୍ବର ୨୦୧୬ ପରେ ମୋବାଇଲ ଇଣ୍ଟରନେଟ ଡ଼ାଟା ପ୍ଯାକର ମୂଲ୍ଯରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆସିଛି। ଏହାର ମୁଖ୍ଯ କାରଣ ହେଉଛି ରିଲାଏନ୍ସ ଜିଓର ଶସ୍ତା ଇଣ୍ଟରନେଟ୍ ପ୍ଯାକ୍ସ। ଜିଓ ନେଟୱର୍କ ଏହାର ଆରମ୍ଭରୁ ମାଗଣା ସେବା ଯୋଗାଇଥିବା ବେଳେ ଅନ୍ଯ ନେଟୱାର୍କ ଗୁଡ଼ିକର ପ୍ଯାକ୍ ଶସ୍ତା ହୋଇଛି। ପ୍ଯାକ୍ ଗୁଡ଼ିକର ମୂଲ୍ଯ କମ କରାଯାଇନାହିଁ  ଏଥିରେ ଗ୍ରାହକଙ୍କୁ ଅନେକ ପ୍ରକାରର ଶସ୍ତା ଡ଼ାଟା ପ୍ଲାନ ମଧ୍ୟ ଯୋଗାଇ ଦିଆଯାଇଥିଲା। ଆଜି ଆମେ ଏୟାରଟେଲ, ବିଏସଏନଏଲ  ଏବଂ ଜିଓର ୨୦୦ଟଙ୍କାରୁ କମ ମୂଲ୍ଯ ବିଶିଷ୍ଟ ପ୍ଲାନ ବିଷୟରେ କହୁଛୁ ଯେଉଁଥିରେ ଆପଣଙ୍କୁ ୧.୫ ଦୈନିକ ଡ଼ାଟା ମିଳିବ।

ଜିଓର ୧୪୯ ଟଙ୍କା ପ୍ଲାନ

ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନର ଭାଲିଡ଼ିଟିରେ ପ୍ରତିଦିନ ୧.୫ ଜିବି ଡ଼ାଟା ମିଳିବ। ପ୍ଲାନରେ ଗ୍ରାହକ ୨୮ଦିନ ଭାଲିଡ଼ିଟି ସହ ୪୨ ଜିବି ଡ଼ାଟାର ସୁବିଧା ଉଠାଇ ପାରିବେ। ମଗଣା କଲ, ଦିନକୁ ୧୦୦ଟି ମେସେଜ୍, ମାଗଣା ରୋମିଂ କଲ ଏବଂ ମାଗଣା ଜିଓ ଆପ୍ ସବସ୍କିପସନ୍ ମଧ୍ୟ ପାଇ ପାରିବେ।

phone

ଏୟାରଟେଲର ୧୯୯ ଟଙ୍କା ପ୍ଲାନ

ଏହି ପ୍ଲାନରେ ଗ୍ରାହକ ଦେଶର ସବୁଠାରୁ ବଡ଼ ନେଟୱାର୍କ କମ୍ପାନିରେ ୨୮ ଦିନ ଦୈନିକ ୧.୪ଜିବିର ଲାଭ ଉଠାଇ ପାରିବେ। ଏଥିରେ ୨୮ ଦିନ ପାଇଁ ଗ୍ରାହକଙ୍କୁ ସମୁଦାୟ ୩୯.୨ ଜିବି ଇଣ୍ଟରନେଟ ଡ଼ାଟା ମିଳିବ। ଏଥିସହ ମାଗଣା ଲୋକାଲ ଏବଂ ରୋମିଂ କଲ, ଦିନକୁ ୧୦୦ମେସଜର ସୁବିଧା ମଧ୍ୟ ମିଳିବ।

ନିଶ୍ଚିତ ପଢ଼ନ୍ତୁ: ଲଂଚ୍ ହେଲା Paytm Money : ଏବେ ମାତ୍ର ୧୦୦ଟଙ୍କାରେ କରିପାରିବେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ

ବିଏସଏନଏଲର ୯୮ ପ୍ଲାନ

ଏହି ପ୍ଳାନରେ ୨୬ ଦିନର ସୀମା ରହିଥାଏ। ଏଥିରେ ପ୍ରତିଦିନ ୧.୫ ଜିବି ଡ଼ାଟା ମିଳିବା ସହ ମଗଣା କଲିଂର ମଧ୍ୟ ସୁବିଧା ଉଠାଇ ପାରିବେ। ଏଥିରେ ଗ୍ରାହକଙ୍କୁ ସମୁଦାୟ ୩୯ ଜିବିର ଇଣ୍ଟରନେଟ ଡ଼ାଟା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.