ସରକାରୀ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି! ବାସ୍‌ ଗୋଟିଏ କଲ୍‌ରେ ଘରେ ବସି ହୋଇଯିବ ସବୁ କାମ; ଫଟାଫଟ୍‌ ସେଭ କରି ନିଅନ୍ତୁ ଏହି ନମ୍ବର

କରୋନା ମହାମାରୀ ପରଠାରୁ ଲୋକମାନେ ଯେତେ ସମ୍ଭବ ଘରୁ ସବୁ ଗୁରୁତ୍ୱପୂର୍ଣ୍ଣ କାମ ପୂରା କରୁୁଛନ୍ତି। ଏଭଳି ପରିସ୍ଥିତିରେ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଘରେ ବସି ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରୁଛନ୍ତି। ବଢ଼ି ଚାଲିଥିବା କରୋନା ମାମଲା ଭିତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ଠାରୁ ଆରମ୍ଭ କରି ବ୍ୟାଙ୍କ ଅଫ ବରୋଦା ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକମାନଙ୍କୁ ବ୍ୟାଙ୍କ ସେବା ପାଇଁ ନମ୍ବର ଜାରି କରିଛନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

ଏ ବାବଦରେ ପିଏନବି ଏକ ଟ୍ୱିଟ କରିଛି। ବ୍ୟାଙ୍କ ନିଜ ଟ୍ୱିଟରେ ୩ଟି ନମ୍ବର ସେୟାର କରି କହିଛି, ‘ସମସ୍ତ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ କେବଳ ଗୋଟିଏ କଲରେ ପୂରଣ କରନ୍ତୁ। ଆମ କଷ୍ଟମର କେୟାର ନମ୍ବରକୁ କଲ କରନ୍ତୁ ଏବଂ ନିଜର ବ୍ୟାଙ୍କିଙ୍ଗକୁ ପୂରା କରନ୍ତୁ’। ଏଥି ସହିତ ବ୍ୟାଙ୍କ ଏମିତି ୧୦ଟି କାର୍ଯ୍ୟ ବିଷୟରେ ମଧ୍ୟ କହିଛି, ଯାହାକୁ ଗ୍ରାହକମାନେ ନିଜ ଫୋନରେ ହିଁ ପୂରା କରି ପାରିବେ। ଏଥିପାଇଁ ବ୍ୟାଙ୍କ ଶାଖାକୁ ଯିବାର କୌଣସି ଆବଶ୍ୟକ ପଡ଼ିବ ନାହିଁ। PNB ସେବାଗୁଡ଼ିକରେ ଡେବିଟ୍ କାର୍ଡ ଟ୍ରାଞ୍ଜାକ୍ସନ ଲିମିଟ୍‌ ଅପଡେଟ୍‌, ଇ-ଷ୍ଟେଟମେଣ୍ଟ ରେଜିଷ୍ଟର, UPI / IBS / MBS ବ୍ଲକ କରିବାର ସୁବିଧା, ଚେକ୍ ପେମେଣ୍ଟ ରୋକିବା, ଆକାଉଣ୍ଟ ଫ୍ରିଜ୍ କରିବା, ବାଲାନ୍ସ ଇନ୍‌କ୍ୱାୟରୀ ଏବଂ ଶେଷ ୫ ଟ୍ରାଞ୍ଜାକ୍ସନ ଚେକ୍‌ କରିବା, ଡେବିଟ୍ କାର୍ଡ ବ୍ଲକ କରିବା କିମ୍ବା ଇସ୍ୟୁ କରିବା, ଗ୍ରୀନ୍ ପିନ୍ ଜେନେରେଟ୍‌ କରିବା କିମ୍ବା ବ୍ଲକ କରିବା, ନିଜ କାର୍ଡକୁ ଇନେବଲ କିମ୍ବା ଡିସେବଲ କରିବା, ଚେକ ବୁକ ରିକ୍ୱେଷ୍ଟ, ଚେକ୍‌ ଷ୍ଟାଟସ୍‌ ଆଦି ସାମିଲ ରହିଛି।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

SBI ଗ୍ରାହକଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟରେ ନିଜ ଟ୍ଵିଟ୍‌ରେ ଲେଖିଛି କି, ‘ଘରେ ସୁରକ୍ଷିତ ରୁହନ୍ତୁ, ଆମେ ଆପଣଙ୍କ ସେବା ପାଇଁ ଅଛୁ। SBI ଆପଣଙ୍କୁ ଏକ ଯୋଗାଯୋଗ ବିହୀନ ସେବା ପ୍ରଦାନ କରୁଛି, ଯାହା ଆପଣଙ୍କର ତତ୍କାଳ ବ୍ୟାଙ୍କିଙ୍ଗ୍ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସାହାଯ୍ୟ କରିବ। ଆମର ଟୋଲ୍ ଫ୍ରି ନମ୍ବର 1800 1234କୁ କଲ କରନ୍ତୁ’।

ବ୍ୟାଙ୍କ ଅଫ୍ ବରୋଦା

ବ୍ୟାଙ୍କ ଅଫ୍ ବରୋଦା ନିଜ ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପାଇଁ ନମ୍ବର ଜାରି କରିଛି। ବ୍ୟାଙ୍କ ଅଫ୍ ବରୋଦାର ହ୍ଵାଟସ୍‌ଆପ ବ୍ୟାଙ୍କିଙ୍ଗ୍ ସେବାରେ ବାଲାନ୍ସ ଚେକ୍, ଡେବିଟ୍ କାର୍ଡ ବ୍ଲକ କରିବା, ମିନି ଷ୍ଟେଟମେଣ୍ଟ, ବ୍ୟାଙ୍କିଙ୍ଗ୍ ଉତ୍ପାଦ ବିଷୟରେ ଜାଣିବା, ଚେକ୍ ବୁକ୍ ରିକ୍ୱେଷ୍ଟ, ଚେକ୍ ଷ୍ଟାଟସ୍‌, ସୁଧ ହାର ଏବଂ ସେବା ଇତ୍ୟାଦି ସାମିଲ ରହିଛି। ହ୍ଵାଟସ୍‌ଆପ ବ୍ୟାଙ୍କିଙ୍ଗର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ମୋବାଇଲର କନ୍‌ଟାକ୍ଟ ଲିଷ୍ଟରେ ବ୍ୟାଙ୍କର ହ୍ଵାଟସ୍‌ଆପ ବିଜିନେସ୍‌ ନମ୍ବର 8433888777 କୁ ସେଭ୍‌ କରିବାକୁ ପଡ଼ିବ।

ଅତି ଗୁରୁତ୍ୱପୂର୍ଣ୍ଣ ଏହି ନମ୍ବର

-ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ 8468001111ରେ ମିସଡ କଲ୍ ଦିଅନ୍ତୁ।

-ଶେଷ ୫ ଲେଣଦେଣ ବିଷୟରେ ସୂଚନା ପାଇବା ପାଇଁ 8468001122 ରେ ମିସଡ କଲ୍ ଦିଅନ୍ତୁ।

-ଟୋଲ୍ ଫ୍ରି ନମ୍ବର 18002584455/18001024455କୁ କଲ୍‌ କରନ୍ତୁ।

-ହ୍ଵାଟସ୍‌ଆପ ବ୍ୟାଙ୍କିଙ୍ଗ୍ ସେବା ପାଇଁ 8433888777କୁ କଲ୍‌ କରନ୍ତୁ।