Railway Recruitment 2022 : ବିନା ପରୀକ୍ଷାରେ ୨୪୦୦ରୁ ଅଧିକ ପଦରେ ଭର୍ତ୍ତି, ଦଶମ ଏବଂ ଆଇଟିଆଇ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ସେଣ୍ଟ୍ରାଲ୍‌ ରେଲୱେ ଟ୍ରେଡ ଆପ୍ରେଣ୍ଟାଇସର ୨୪୨୨ ପଦ ପାଇଁ ନିଯୁକ୍ତି ଜାରି କରିଛି ରେଳ ବିଭାଗ। ଏହି ନିଯୁକ୍ତିରେ ରହିଛି, ଫିଟର, େଓ୍ଵଲଡର, ଟର୍ନର, କାରପେଣ୍ଟର, ପେଣ୍ଟର,ଟେଲର, ମ୍ୟାକେନିକ, ଇଲେକଟ୍ରିକସିଆନ, ଇଲେକଟ୍ରୋନିକ୍ସ ମେକାନିକ, ପ୍ରୋଗ୍ରାମିଙ୍ଗ ଆଣ୍ଡ ସିଷ୍ଟମ ଆଡମିନିଷ୍ଟ୍ରେସନ୍‌ ଆସିଷ୍ଟାଣ୍ଟ ସମେତ ଅନେକ ଟ୍ରେଡସ । ସମସ୍ତ ପଦର ଆପ୍ରେଣ୍ଟାଇସ ଅବଧି ଗୋଟେ ବର୍ଷ ଧାର୍ଯ୍ୟ କରାଯାଇଛି।

ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ୨୦୨୨ ରହିଛି। ଆପ୍ରେଣ୍ଟାଇସର ଏହି ଭର୍ତ୍ତି ପାଇଁ କୌଣସି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ଦେବାକୁ ପଡିବନାହିଁ। ଏହି ଭର୍ତ୍ତି ପାଇଁ ୧୦ମ ପାସ୍‌ ଏବଂ ଆଇଟିଆଇ କୋର୍ସରେ ପ୍ରାପ୍ତ କରିଥିବା ମାର୍କ ଅନୁଯାୟୀ ହେବ। ଏହାକୁ ମେରିଟ ଆଧାର କରି ପ୍ରାର୍ଥିଙ୍କର ଚୟନ ହେବ। ଆଶାୟୀ ପ୍ରାର୍ଥି www.rrccr.com କୁ ଯାଇ ଅନଲାଇନ୍‌ ଆବେଦନ କରିପାରିବେ।

railwayଯୋଗ୍ୟତା : ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ଅତି କମରେ ୫୦ ପ୍ରତିଶତ ମାର୍କ ରଖିଥିବା ସହ ଦଶମ ପାସ୍‌ କରିଥିବା ଆବଶ୍ୟକ। ଏଥିସହିତ ପଦ ସହ ସମ୍ବନ୍ଧୀତ ଟ୍ରେଡରେ ନ୍ୟାସନାଲ ଟ୍ରେଡ ସାର୍ଟିଫିକେଟ ଯାହା NCVT କିମ୍ବା SCVT  ଦ୍ୱାରା ଜାରୀ କରାଯାଇଥିବ।
ଏହି ଆପ୍ରେଣ୍ଟାଇସର ଭର୍ତ୍ତି ମୁମ୍ବାଇ, କ୍ଲଷ୍ଟର ଭୁସାବଲ, ପୁଣେ, ନାଗପୁର ଏବଂ ସୋଲାପୁରରେ ସ୍ଥିତି ବିଭିନ୍ନ ୟୁନିଟ୍ସ ପାଇଁ କରାଯିବ।

ବୟସ ସୀମା : ନ୍ୟୁନତମ ବୟସ ୧୫ ଏବଂ ଅଧିକତମ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ।
ଅଧିକତମ ବୟସ ସୀମାରେ ଓବିସି ବର୍ଗଙ୍କ ପାଇଁ ତିନି ବର୍ଷ, ଏସସି/ଏସଟି ବର୍ଗଙ୍କ ପାଇଁ ପାଞ୍ଚ ବର୍ଷ ଏବଂ ଦିବ୍ୟାଙ୍ଗଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ରିହାତି କରାଯିବ।

railଷ୍ଟାଇପେଣ୍ଡ : ନିୟମାନୁସାରେ ଦିଆଯିବ।

ଆବେଦନ ଶୁଳ୍କ : ସାମାନ୍ୟ ବର୍ଗର ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଏସସି, ଏସଟି ଏବଂ ମହିଳା ଆବେଦନକାରୀଙ୍କୁ କୌଣସି ଶୁଳ୍କ ଦେବାକୁ ହେବନାହିଁ।
ଟ୍ରେନିଙ୍ଗ ଶେଷ ହେବା ପରେ କୌଣସି ବି ରୋଜଗାର ପ୍ରସ୍ତାବ ପାଇଁ ନିଯୁକ୍ତି ବାଧ୍ୟ ହେବନାହିଁ ଏବଂ ନା ହିଁ ଟ୍ରେନୀ ନିଯୁକ୍ତ ଦ୍ୱାରା ମଧ୍ୟ ରୋଜଗାରକୁ ସ୍ୱିକାର କରିବା ପାଇଁ ବାଧ୍ୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.