ସରକାରଙ୍କ ଆୟ ବୃଦ୍ଧି! ଅକ୍ଟୋବରରେ GST ସଂଗ୍ରହର ଦ୍ୱିତୀୟ ସର୍ବାଧିକ ରେକର୍ଡ; ଜାଣନ୍ତୁ କେଉଁଥିରୁ କେତିକି ଆୟ

ସରକାରଙ୍କ ଆୟ ବଢ଼ିଛି। ଏହା ଆମେ କହୁନୁ, ବରଂ ଜିଏସ୍‌ଟି ସଂଗ୍ରହର ତଥ୍ୟ କହୁଛି। ବିତ୍ତ ମନ୍ତ୍ରାଳୟ ତରଫରୁ ମଙ୍ଗଳବାର ଜାରି ତଥ୍ୟ ଅନୁସାରେ, ଅକ୍ଟୋବର ୨୦୨୨ରେ ଜିଏସ୍‌ଟି ସଂଗ୍ରହ ବଢ଼ି ୧.୫୨ ଲକ୍ଷ କୋଟି ଟଙ୍କା ସ୍ତରରେ ପହଞ୍ଚି ଯାଇଛି। ଏହା ଚଳିତ ବର୍ଷ ଏପ୍ରିଲ ମାସ ପରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହ।

ସରକାରୀ ତଥ୍ୟ ମୁତାବକ, ଅକ୍ଟୋବର ୨୦୨୨ରେ ମୋଟ ଜିଏସ୍‌ଟି ସଂଗ୍ରହ ୧,୫୧,୭୧୮ କୋଟି ଟଙ୍କା ରହିଛି। ସେଥି ମଧ୍ୟରୁ ସେଣ୍ଟ୍ରାଲ ଜିଏସ୍‌ଟି (CGST) ୨୬,୦୩୯ କୋଟି ଟଙ୍କା, ଷ୍ଟେଟ୍‌ ଜିଏସ୍‌ଟି (SGST) ୩୩,୩୯୬ କୋଟି ଟଙ୍କା ଏବଂ ଏକୀକୃତ ଜିଏସ୍‌ଟି ୮୧,୭୭୮ କୋଟି ଟଙ୍କା (ବସ୍ତୁଗୁଡ଼ିକର ଆମଦାନୀ ଉପରେ ସଂଗୃହୀତ ୩୭,୨୯୭ କୋଟି ଟଙ୍କା ଅନ୍ତର୍ଭୁକ୍ତ) ରହିଛି।

ସୂଚନାଥାଉ କି, ଏହା ପୂର୍ବ ମାସ ଅର୍ଥାତ୍‌ ସେପ୍ଟେମ୍ବରରେ ହୋଇଥିବା ଜିଏସ୍‌ଟି ସଂଗ୍ରହ ତୁଳନାରେ ବହୁତ ଅଧିକ ରହିଛି। ସେପ୍ଟେମ୍ବରରେ ମୋଟ ଜିଏସ୍‌ଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ରହିଥିଲା। ଯଦି ଗତବର୍ଷର ସମାନ ଅବଧି ସହ ବର୍ତ୍ତମାନର ତଥ୍ୟକୁ ତୁଳନା କରାଯାଏ, ତେବେ ଏହା ୧ ବର୍ଷରେ ୧.୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବଢ଼ିଛି। ଲଗାତାର ୮ ମାସ ହେବ ସରକାରଙ୍କୁ ରେକର୍ଡ କଲେକ୍ସନ ମିଳୁଛି।

କହି ରଖୁଛୁ, ଏହା କ୍ରମାଗତ ୮ମ ମାସ, ଯେଉଁଠି ଜିଏସ୍‌ଟି ରେଭେନ୍ୟୁ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏଥି ସହିତ ବିତ୍ତ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି, ଅକ୍ଟୋବରରେ ସେସ୍‌ରୁ ୧୦,୫୦୫ କୋଟି ଟଙ୍କା ଆୟ ରହିଛି। ଏଥିରେ ବସ୍ତୁ ଆମଦାନୀ ଉପରେ ସଂଗୃହୀତ ୮୨୫ କୋଟି ଟଙ୍କା ବି ଅନ୍ତର୍ଭୁକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.