କାରରେ ୬ଟି ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ ନିୟମକୁ ନେଇ ସ୍ୱର ଉଠାଇଲେ କିଛି କମ୍ପାନୀ, କାହିଁକି ଜାଣନ୍ତୁ

ଭାରତରେ କୌଣସି ଚାରିଚକିଆ ଯାନରେ ୬ଟି ଏୟାରବ୍ୟାଗ ଲଗେଇବା ନିୟମକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ନେଇ ଗାଡି ନିର୍ମାତା କମ୍ପାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କମ୍ପାନୀ ପକ୍ଷରୁ କୁହାଯାଉଛିକି ଏକ୍ସଟ୍ରା ୬ଟି ଏୟାରବ୍ୟାଗ ଲଗାଇଲେ କାର ମୂଲ୍ୟ କିଛି ମାତ୍ରାରେ ବୃଦ୍ଧି ପାଇପାରେ | ଯାହାକି କ୍ଷୁଦ୍ର କାର ବ୍ୟବସାୟ ଉପରେ କିଛିଟା ପ୍ରଭାବ ପକାଇପାରେ । ସୂଚନା ଦେଈରଖୁଛୁକି ମାରୁତି ସୁଜୁକି ହେଉଛି ଦେଶରେ ପ୍ରଥମ କମ୍ପାନୀ ଯିଏ କାରରେ ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ନିୟମ ବିରୋଧରେ ସ୍ୱର ଉଠାଇଛି । ଏୟାରବ୍ୟାଗ ହେଉଛି ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସବୁଠୁ ମୂଲ୍ୟବାନ ଉଦ୍ଭାବନ । ଏହା ବି ନିଶ୍ଚିତଯେ ଯଦି ଏହି ନିୟମ ଲାଗୁ ହୁଏ ତେବେ କାର ଚାଳକଙ୍କ ସମେତ ଯାତ୍ରୀ ମାନଙ୍କର ବି ସୁରକ୍ଷା ବଢିବ । ଆଉ ଦୁର୍ଘଟଣା କମିବା ସହିତ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବି କମିବ । ଯଦି ବି ଦୁର୍ଘଟଣା ଘଟେ ତେବେ ଯାତ୍ରୀମାନେ ସେତେଟା ଆହତ ହେବେ ନାହିଁ । ଏହା ଦ୍ୱାରା ହଜାର ହଜାର ସଂଖ୍ୟାରେ ଜୀବନ ବି ବଞ୍ଚାଯାଇ ପାରିବ । ଏୟାରବ୍ୟାଗ ଉଦ୍ଭାବନ ଗାଡି ଇଣ୍ଡଷ୍ଟ୍ରି କ୍ଷେତ୍ରରେ ନିଶ୍ଚିତ ରୂପେ ଏକ ଇତିହାସ ସୃଷ୍ଟି କରିବ ।

ଅବଶ୍ୟ ଏହି ଘଟଣା ପ୍ରଥମ ନୁହେଁ । ଏହାପୂର୍ବରୁ ବି ଅନେକ କାର ନିର୍ମାତା କମ୍ପାନୀ ଏୟାରବ୍ୟାଗ ଫିଚର ଆରମ୍ଭ କରିବା ନେଇ ଆଗେଇ ଆସିଥିଲେ । ଏହି କାର ନିର୍ମାତା କମ୍ପାନୀ ଗୁଡିକ ଏବେ ନିଜ ପ୍ରସ୍ତୁତ କାର ଗୁଡିକରେ ଅତି କମରେ ୬ଟି ଏୟାରବ୍ୟାଗ ରଖିବା ନେଇ ନିୟମ ଲାଗୁ କରିଛନ୍ତି । ଯେବେକି କିଛି ଲକ୍ଜରୀ କାରରେ ଅତି କମରେ ୮ଟି ଏୟାରବ୍ୟଗ ଲଗାଇବା ନେଇ ନିୟମ ଜାରି କରାଯାଇଛି ।  ଏବେ ପର୍ଯ୍ୟନ୍ତ କୌଣସି ଛୋଟ କାର ଏୟାରବ୍ୟାଗ ଫିଏଚର ଆରମ୍ଭ କରିନାହାନ୍ତି । ଏହା ପଛର କାରଣ ହେଉଛି ନୂଆ ଫିଚର ତଥା ଏୟାରବ୍ୟାଗ ସହିତ କାର ଲଞ୍ଚ ହେଲେ ମଧ୍ୟ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ଅଣାଯାଇ ପାରିନଥିବାରୁ ଏହି ନୂଆ ଫିଚର ଶତ ପ୍ରତିଶତ ଭାବେ ଲାଗୁ କରାଯାଇ ପାରିନାହିଁ ।   ସୂଚନା ଦେବା ଯୋଗ୍ୟକି ଭାରତ ସରକାର ୨୦୧୯ ମସିହାରେ ନିୟମ ଲାଗୁ କରିଥିଲେକି, ବିକ୍ରି ହେବାକୁ ଥିବା ସମସ୍ତ ଚାରିଚକିଆ ଯାନରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ ।

ଅବଶ୍ୟ ୨୦୨୧ ମସିହାରେ ଭାରତ ସରକାର କୌଣସି ଚାରିଚକିଆ ଯାନରେ ଅତି କମରେ ୨ଟି ଏୟାରବ୍ୟାଗ ଲଗାଇବା ନେଇ ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ ଅଣାଯାଇଛି ।  ସୂଚନା ଦେବା ଯୋଗ୍ୟକି ଏୟାରବ୍ୟାଗ ସଂଖ୍ୟା ବଢ଼ାଇଲେ କାର ମୂଲ୍ୟ ୨୦  ହଜାର ପର୍ଯ୍ୟନ୍ତ ବଢିପାରେ ।  ଯଦି କଳନା କରାଯାଏ ଯଦି ୩ ଲକ୍ଷ ୨୫ହଜାର ଟଙ୍କିଆ ଶୋ’ରୁମ ମୂଲ୍ୟ ବିଶିଷ୍ଟ କାରର ମୂଲ୍ୟ ୨୦ ହଜାର ଟଙ୍କା ବାଢିଦିଆଯାଏ ତେବେ ଗ୍ରାହକ ମାନେ ନିଶ୍ଚିତ ରୂପେ ଚିନ୍ତାରେ ପଡିଯିବେ ଗାଡି କିଣିବେ କି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.