ଏହି ସ୍ମଲ ସେଭିଂ ସ୍କିମ୍‌ ଆପଣଙ୍କୁ ଦେଇଥାଏ ସୁରକ୍ଷା ସହ ସୁନ୍ଦର ରିଟର୍ଣ୍ଣ, ଜାଣନ୍ତୁ କ’ଣ ଲାଭ

ନୂଆଦିଲ୍ଲୀ : ନେସନାଲ ସେଭିଂ ସାର୍ଟିଫିକେଟ ସ୍କିମ ରେ ବାର୍ଷିକ ୬.୮% ଚକ୍ରବୃଦ୍ଧି ସୁଧ ମିଳିଥାଏ । ଏହି ସ୍କିମ ବି ରିଟର୍ଣ୍ଣର ଗ୍ୟାରେଣ୍ଟି ଦେଇଥାଏ । ଇନକମ ଟ୍ୟାକ୍ସ ଧାରା ୮୦ ସି ଅନୁଯାୟୀ ଏଥିରେ ଟ୍ୟାକ୍ସ ରିହାତି ମଧ୍ୟ ମିଳିଥାଏ । ନେସନାଲ ସେଭିଂ ସାର୍ଟିଫିକେଟର ମାଚ୍ୟୁରିଟି ୫ ବର୍ଷ ହୋଇଥାଏ । ଏନଏସସିରେ ନ୍ୟୁନତମ ନିବେଶ ରାଶି ୧୦୦ ଟଙ୍କା ଓ ଅଧିକତମର କୌଣସି ସୀମା ନାହିଁ । ଆସନ୍ତୁ ଜାଣିବା କିଛି ସ୍କିମ ବାବଦରେ ।

ସିନିୟର ସିଟିଜେନ ସେଭିଂ ସ୍କିମ :

ସିନିୟର ସିଟିଜେନ ସେଭିଂ ସ୍କିମ(scss) ସେହି ଲୋକଙ୍କ ସାହାଯ୍ୟ ପାଇଁ କରାଯାଇଛି, ଯାହାଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବ । ଏମିତି ଲୋକ ୧୫ ଲକ୍ଷ ଟଙ୍କା ଯାଏ ଏହି ସ୍କିମରେ ଜମା କରି ପ୍ରତି ୩ ମାସରେ ସୁଧର ଲାଭ ପାଇପାରିବେ । ଏହି ସ୍କିମରେ ନିବେଶ କରାଯାଇଥିବା ମୂଳ ପୁଞ୍ଜି ମାଚ୍ୟୋରିଟି ପୁରଣ ହେବା ପରେ ରିଟର୍ଣ୍ଣ କରିଦିଆଏ ।

ସୁକନ୍ୟା ସମୃଦ୍ଧି ଯୋଜନା :

ସୁକନ୍ୟା ସମୃଦ୍ଧି ଯୋଜନା ଝିଅଙ୍କ ସୁରକ୍ଷା ପାଇଁ କରାଯାଇଛି । ଏହି ଯୋଜାନାକୁ ମଧ୍ୟ PPF ଭଳି ଏକ୍ସଜେଷ୍ଟ,ଏକ୍ସଜେଷ୍ଟ, ମୂଲ୍ୟ ଦିଆଯାଇଛି । ଏହି ସ୍କିମରେ ବାର୍ଷିକ ସୁଧ ୭.୬ ପ୍ରତିଶତ ରହିଛି ।

କିସାନ ବିକାଶ ପତ୍ର :

କିସାନ ବିକାଶ ପତ୍ର ଉପରେ ମଧ୍ୟ ରିଟର୍ଣ୍ଣ ଗ୍ୟାରେଣ୍ଟି ମିଳିଥାଏ । ଏହି ସ୍କିମରେ ନିବେଶ କଲେ ଗ୍ରାହକଙ୍କୁ ୬.୯ ପ୍ରତିଶତ ବାର୍ଷିକ ସୁଧ ମଳିବ । ଏହି ସ୍କିମର ମ୍ୟାଚୋରିଟି ହେବାର ଅବଧି ୧୨୪ ମାସ ରହିଛି । ଏହାର ନ୍ୟୁନତମ ନିବେଶ ରାଶି ୧୦୦୦ ଟଙ୍କା ଓ ସର୍ବାଧିକ ନିବେଶ ରାଶିର ସୀମା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.