ମିଠା ଦୋକାନୀ ଆଉ ଗ୍ରାହକଙ୍କୁ ଠକିପାରିବେ ନାହିଁ, ୧ ଅକ୍ଟୋବରରୁ ଲାଗୁହେବାକୁ ଯାଉଛି ଏହି ନୂଆ ନିୟମ

ଏବେ ମିଠା ପ୍ୟାକେଟରେ ମଧ୍ୟ ଲେଖାଯିବ ଏକ୍ସପାୟାର ତାରିଖ। ପୂର୍ବରୁ ସବୁ ପ୍ୟାକେଟରେ ଜିନିଷ କେବେ ପ୍ରସ୍ତୁତି ଏବଂ ବ୍ୟବହାର କରିବାର ତାରିଖ ଲେଖାଯାଇଥାଏ। କିନ୍ତୁ ଖୋଲାରେ ବିକ୍ରି ହେଉଥିବା ମିଠାର କେବେ ବି ଏକ୍ସପାୟାର ତାରିଖ ଲେଖାନଥାଏ। ତେଣୁ ଖାଦ୍ୟ ନିୟାମକ ଏଫଏସଏସଏଆଇ ନୂଆ ନିୟମ ଜାରି କରିଛି।
ମିଠା ଦୋକାନରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀର କ୍ୱାଲିଟିରେ ସୁଧାର ଆଣିବା ପାଇଁ ସରକାର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ଅକ୍ଟୋବର ୧ ତାରିଖ ପରେ ସ୍ଥାନୀୟ ମିଠା ଦୋକାନକୁ ଡବାରେ ରଖାଯାଇଥିବା ମିଠା ପାଇଁ ନିର୍ମାଣ ତାରିଖ ତଥା ଉପଯୋଗର ଉପଯୁକ୍ତ ଅବଧି ଭଳି ବିବରଣୀ ପ୍ରଦର୍ଶିତ କରିବାକୁ ହେବ। ବର୍ତ୍ତମାନ ସମୟରେ ଏହି ବିବରଣୀକୁ ପୂର୍ବରୁ ପ୍ୟାକ ହୋଇଥିବା ମିଠା ବକ୍ସରେ ଉଲ୍ଲେଖ କରିବା ଅନିବାର୍ଯ୍ୟ।
ଏଫଏସଏସଏଆ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଖାଦ୍ୟ ସୁରକ୍ଷା ଆୟୁକ୍ତକୁ ଲେଖିଥିବା ପତ୍ରରେ କୁହାଯାଇଛି ଯେ, ସାର୍ବଜନିକ ହିତ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଖୋଲା ମିଠା ମାମଲାରେ ବିକ୍ରି ପାଇଁ ଆଉଟଲେଟରେ ମିଠା ରଖାଯାଉଥିବା ଟ୍ରେ ସହ ଉତ୍ପାଦର ବେଷ୍ଟ ବିଫୋର ଡେଟ୍ ପ୍ରଦର୍ଶିତ କରିବା ଅକ୍ଟୋବର ୧ ତାରିଖରୁ ଅନିବାର୍ଯ୍ୟ।
ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏହିଭଳି ପଦକ୍ଷେପ ନେଇଛି । ଅବଧି ପୁରା ହେବାପରେ ମଧ୍ୟ ମିଠା ବିକ୍ରି ହେଉଥିବା ସୂଚନା ମିଳିବ ପରେ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରାଯାଇଛି ।